ବିରାଟଙ୍କ ୩୦ତମ ଜନ୍ମ ଦିନ ଅବସରରେ, ଆସନ୍ତୁ ଜାଣିବା ତାଙ୍କ କ୍ୟାରିୟର ଶ୍ରେଷ୍ଠ ଇଂନିସ ସଂପର୍କରେ


ଆଜି ହେଉଛି ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲିଙ୍କର ୩୦ତମ ଜନ୍ମଦିନ । ବିରାଟ ନିଜର ଆକ୍ରମଣାତ୍ମକ ଏବଂ ରଣନୀତରେ ଭରପୁର ଥିବା ବ୍ୟାଟିଙ୍ଗର କୌଶଳ ଯୋଗୁଁ ସେ ଦିନକୁ ଦିନକୁ କ୍ରିକେଟ ପ୍ରେମଙ୍କ ମନ ଜିତିବାରେ ଲାଗିଛନ୍ତି । ସାରା ଦୁନିଆରେ ଲୋକ ଧିରେ ଧିରେ ବିରାଟଙ୍କ ବ୍ୟାଟିଙ୍ଗକୁ ଦେଖିବା ପାଇଁ ‘ଚାତକ’ ପକ୍ଷୀ ଭଳି ଚାହିଁ ରହି ବସୁଛନ୍ତି । ସେ ବର୍ତ୍ତମାନ ଦନିକିଆରେ ଅଲ-ଟାଇମ-ଗ୍ରେଟ ବ୍ୟାଟ୍ସମ୍ୟାନ ରୂପେ ରେକର୍ଡ ହାସଲ କରିବା ସ୍ତରରେ ଆସିକି ପହଞ୍ôଚଲେଣି । ତେବେ ତାଙ୍କର ଏହି ଜନ୍ମ ଦିନ ଅବସରରେ ଆସନ୍ତୁ ଜାଣିବା ବିରାଟଙ୍କର ଶ୍ରେଷ୍ଠ ୫ଟି ଇଂନିସ ବିଷୟରେ ।
୨୦୧୬ରେ ମୁମ୍ବାଇରେ ଇଂଲଣ୍ଡ ବିପକ୍ଷରେ ଖେଳାଯାଇଥିବା ଟେଷ୍ଟ ମ୍ୟାଚରେ ବିରାଟ ୨୩୫ ରନର ଏକ ଦର୍ଶନୀୟ ଇଂନିସ ଖେଳିଥିଲେ । ଭୟଙ୍କର ସ୍ପିନ ହେଉଥିବା ଏହି ପିଚରେ ଇଂଲଣ୍ଡ ୪୦୦ ରନର ଏକ ବିଶାଳ ସ୍କୋର ଠିଆ କରିଥିଲା । ଏହାର ପ୍ରତିବଦଳରେ ମୁରଲୀ ବିଜୟ ୧୩୬ ରନର ବ୍ୟକ୍ତିଗତ ସ୍କୋର କରିଥିବାବେଳେ ବିରାଟ ୨୩୫ର ରନର ବିଶାଳ ସ୍କୋର କରିଥିଲେ ଯାହା ଫଳରେ ଭାରତ ଇଂଲଣ୍ଡକୁ ୬୩୧ ରନର ଏକ ବିଶାଳ ଟାର୍ଗେଟ ଦେଇଥିଲା । ଏହି ମ୍ୟାଚରେ ବିରାଟ ୩୪୦ ଟି ବଲ ଖେଳୀ ଏହି ସ୍କୋର କରିଥିଲେ । ବିରାଟ ଏହି ଟେଷ୍ଟରେ ସର୍ବୋଚ୍ଚ ସ୍କୋର କରିଥିଲେ । ଶେଷରେ ଭାରତ ୩୬ ରନରେ ବିଜୟ ହାସଲ କରିଥିଲା ।
ବିରାଟ ୨୦୧୧ ଆଇସିସି ବିଶ୍ୱ କପ ସମୟରେ ବାଙ୍ଗଳାଦେଶ ବିପକ୍ଷରେ ଏକ ଶତକ ଲଗାଇଥିଲେ । ସେ ହେଉଛନ୍ତି ପ୍ରଥମ ଭାରତୀୟ ଖେଳାଳୀ ଯିଏକି ବିଶ୍ୱ କପ ଡେଭିୟୁ ମ୍ୟାଚରେ ଶତକ ଲଗାଇଥିଲେ ।
୨୦୧୨ ଏସିଆ କପ ସମୟରେ ବିରାଟ ପାକିସ୍ଥାନ ବିପକ୍ଷରେ ୧୮୩ ରନର ଆକର୍ଷଣୀୟ ପାରି ଖେଳିଥିଲେ । ଏହା ହେଉଛି ବିରୋଧି ପାକିସ୍ଥାନ ବିପକ୍ଷରେ ପ୍ରଥମ ସର୍ବୋଚ୍ଚ ସ୍କୋର ଅଟେ । ଏହା ପୂର୍ବରୁ ବ୍ରେନ ଲାରା ୧୫୬ ରନର ଇଂନିସ ଖେଳିଥିଲେ ।
ଟେଷ୍ଟ କ୍ରିକେଟରେ ଅଧିନାୟକ ରୂପେ ବିରାଟ କୋହଲି ୬ଟି ଦ୍ୱି ଶତକ ଲଗାଇ ବିଶ୍ୱ ରେକର୍ଡ କରିଛନ୍ତି । ବିରାଟ ୨୦୧୩ ଅକ୍ଟୋବର ୧୬ରେ ଅଷ୍ଟ୍ରେଲିଆ ବିପକ୍ଷରେ ଏକ ଦ୍ରୁତତ୍ତମ ଶତକ ଲାଗଇଥିଲେ । ଯେଉଁଥିରେ ସେ ମାତ୍ର ୫୨ ଟି ବଲ ଖେଳି ଏହି କୀର୍ତ୍ତି ହାସଲ କରିଥିଲେ । ଏହା ଦିନିକିଆରେ ଭାରତ ପାଇଁ ସବୁଠାରୁ ଦ୍ରୁତତ୍ତମ ଶତକ ଅଟେ ।


Share It

Comments are closed.