ଧନତେରସରେ କାହିଁକି ସୁନା କିଣାଯାଏ, ଆପଣ ଜାଣନ୍ତି କି ?


ପର୍ବ ପର୍ବାଣୀର ସମୟ ଆସି ପହଞ୍ôଚଛି ! ଭାରତୀୟ ପର୍ବ ପର୍ବାଣୀ ମଧ୍ୟରୁ ସବୁଠୁ ଲୋକପ୍ରିୟ ପର୍ବ ଦୀପାବଳୀରେ ନିଜ ଘରେ ଧନ ଧାନ୍ୟର ଦେବୀ ମା ମହାଲକ୍ଷ୍ମୀଙ୍କୁ ସ୍ୱାଗତ କରିବା ଏବଂ ନିଜ ନିଜ ଘରେ ସମୃଦ୍ଧି ଆଣିବା ପାଇଁ ଘରର ପ୍ରତ୍ୟେକ କୋଣ ଅନୁକୋଣକୁ ପରିଷ୍କାର କରାଯାଇଥାଏ । ଏହା ସେହି ସମୟ, ଯେଉଁ ସମୟରେ ଭାରତୀୟଙ୍କ ମଧ୍ୟରେ ସୁନା କିଣିବା ପ୍ରତି ଆସକ୍ତି ଦେଖାଦେଇଥାଏ, ମୁଖ୍ୟତଃ ଧନତେରସରେ, ଯାହା ପାଞ୍ôଚଦିନ ଧରି ପାଳନ କରାଯାଉଥିବା ଦୀପାବଳୀର ପ୍ରାରମ୍ଭର ସୂଚନା ଦେଇଥାଏ ।
ଧନତେରସ ଶବ୍ଦ ଦୁଇଟି ସଂସ୍କୃତ ଶବ୍ଦର ମିଶ୍ରଣ ଅଟେ, ଧନ – ଯାହା ସମ୍ପତ୍ତିକୁ ଦର୍ଶାଏ ଏବଂ ତେରସ ଅର୍ଥ ୧୩ ଅଙ୍କ ଅଟେ । ହିନ୍ଦୁ କ୍ୟାଲେଣ୍ଡର ଅନୁସାରେ ପ୍ରତି ବର୍ଷ କୃଷ୍ଣ ପକ୍ଷ ତ୍ରୟୋଦେଶୀ ତିଥିରେ ଧନତେରସ ପଡିଥାଏ, ସେଥିପାଇଁ ଏହାକୁ ଧନତେରସ କୁହାଯାଏ । ଏହି ପର୍ବଟି ସମଗ୍ର ଭାରତବର୍ଷରେ ଏବଂ ବିଦେଶରେ ମଧ୍ୟ ସମ୍ପୂର୍ଣ୍ଣ ଆଡମ୍ବର ସହ ପାଳନ କରାଯାଏ ।
ଧନତେରସ ଧନ ସମ୍ପତି ସହ ସମ୍ବନ୍ଧିତ ଅଟେ ଏବଂ ଲୋକମାନେ ଏହି ଦିନରେ ସୁନା / ଋପା ଗହଣା, ବାସନକୁସନ କିମ୍ବା ମୁଦ୍ରା ଇତ୍ୟାଦି କିଣିଥାନ୍ତି । ଧାତୁର ତିଆରି କିଛି ଜିନିଷ କିଣିବା ଏହି ପର୍ବର ମୁଖ୍ୟ ତାତ୍ପର୍ଯ୍ୟ ଅଟେ । ସୁନା କିଣିବା ପଛରେ ଥିବା ମୁଖ୍ୟ କାରଣ ଏହା ଯେ, ଏହି ଦିନରେ ସୁନା କିଣିଲେ ଘରକୁ ଲକ୍ଷ୍ମୀ ଆସିଥାନ୍ତି ଏବଂ ନକାରାତ୍ମକ ଶକ୍ତିକୁ ଦୂର ହୋଇଥାଏ ବୋଲି ବିଶ୍ୱାସ ରହିଛି । ଦୀପାବଳୀର କିଛି ଦିନ ପୂର୍ବରୁ ଧନତେରସ ଆସିଥାଏ ଏବଂ ଲୋକମାନଙ୍କୁ ଏହା ନିଜ ଘରକୁ ଧନ ଏବଂ ସମୃଦ୍ଧିର ଦେବୀ ମହାଲକ୍ଷ୍ମୀଙ୍କ ସ୍ୱାଗତ କରିବା ଏବଂ ତାହାଙ୍କ ଆଶୀର୍ବାଦ ପାଇବାର ସୁଯୋଗ ଲାଗିଥାଏ ।
ଭାରତୀୟ ଇତିହାସରେ ସୁନା କେବଳ ଅର୍ଥ ବିନିଯୋଗ ନୁହେଁ ତାହାଠାରୁ ଅଧିକ କିଛି ଅଟେ, ଏହା ଏକ ସାଂସ୍କୃତିକ ରୂପେ ମହତ୍ତ୍ୱପୂର୍ଣ୍ଣ ଧାତୁ ଅଟେ, ଯାହା ଭାରତୀୟଙ୍କ ଘରେ ବିଶେଷ ସ୍ଥାନ ପାଇଛି । ଧନତେରସକୁ କେବଳ ଧନ ସମ୍ପତ୍ତି ନୁହେଁ କିନ୍ତୁ ସ୍ୱାସ୍ଥ୍ୟ, ଧନ ବିଭବ ଏବଂ ଆନନ୍ଦ ଉଲ୍ଲାସ ପରି ସବୁପ୍ରକାର ସମୃଦ୍ଧି ଜୀବନରେ ଭରି ରହୁ ଏହି ପ୍ରକାର କାମନାର ସହ ପାଳନ କରାଯାଏ ।


Share It

Comments are closed.