ନିଜ ପ୍ରେମିକାଙ୍କ ସହ ଏକ ଫଟୋ ସେୟାର କଲେ ରିଷଭ, କହିଲେ କିଛି ଏପରି କଥା


ଭାରତୀୟ ଦଳର ଯୁବ ଖେଲାଳୀ ତଥା ରିଷଭ ପନ୍ତ ଅଷ୍ଟ୍ରେଲିଆ ସହ ଖେଳାଯାଇଥିବା ଟେଷ୍ଟ ମ୍ୟାଚରେ ନିଜର ସର୍ବୋତ୍ତମ ପ୍ରଦର୍ଶନ ଦେଖାଇଥିଲେ । ତାଙ୍କର ଏହି ପ୍ରଦର୍ଶନକୁ ନେଇ ଭାରତୀୟ ଦଳରେ ଥିବା ତାଙ୍କ ସାଥୀ ଖେଳାଳୀଙ୍କ ସମେତ ସେ ମଧ୍ୟ ବହୁତ ଖୁସି ଥିବାର ଜଣା ପଡୁଛି । କିନ୍ତୁ ସବୁଠାରୁ ମୁଖ୍ୟ କଥା ଏହା ଯେ, ତାଙ୍କ ଏଇ ଖୁସିର କାରଣ ତାଙ୍କର ସର୍ବୋତ୍ତମ ପ୍ରଦର୍ଶନ ନୁହେଁ ବରଂ ଅନ୍ୟ କିଛି ।
ଅଷ୍ଟ୍ରେଲିଆରୁ ଫେରିବା ପରେ ରିଷଭ ନିଜର ଜଣେ ବିଶେଷ ବନ୍ଧୁଙ୍କ ସହ ଏକ ଫଟୋକୁ ସୋସିଆଲ ମିଡିଆରେ ସେୟାର କରିଥିଲେ । ସେ ବୁଧବାର ଦିନ ଏହି ଫଟୋକୁ ସୋସିଆଲ ମିଡିଆରେ ସେୟାର କରିଥିଲେ । ସେ ଇନଷ୍ଟାଗ୍ରାମରେ ତାଙ୍କର ଏହି ବିଶେଷ ବନ୍ଧୁଙ୍କର ଫଟୋ ସେୟାର କରିଥିବାବେଳେ କିନ୍ତୁ ତାଙ୍କର ପରିଚୟ ସଂପର୍କରେ କିଛି ଲେଖିନଥିଲେ ।

ସେ ଫଟୋକୁ ସେୟାର କରିବା ସହ ଲେଖିଥିଲେ ଯେ, “ମୁଁ ତୁମକୁ ଖୁସି କରିବାକୁ ଚାହିଁଛୁ କାରଣ ମୋ ଖୁସିର କାରଣ ହେଉଛ ତୁମେ ।”
ତେବେ ମିଳିଥିବା ସୂଚନା ମୁତାବକ ରିଷଭଙ୍କ ଏହି ବିଶେଷ ବନ୍ଧୁ ଜଣକ ହେଲେ ତାଙ୍କର ପ୍ରେମିକା । ତାଙ୍କର ଏହି ପ୍ରେମିକାଙ୍କ ନାମ ହେଲା ‘ଇଶା ନେଗୀ’ । ଇଶା ଦିଲ୍ଲୀର ଜଣେ ଉଦ୍ୟୋଗୀ ଏବଂ ଇଣ୍ଟେରିୟର ଡିଜାଇନର ମଧ୍ୟ । ରିଷଭଙ୍କ ସହ ଇଶା ମଧ୍ୟ ନିଜ ଇନଷ୍ଟାଗ୍ରାମରେ ଏହି ଫଟୋକୁ ସେୟାର କରିଛନ୍ତି ।


Share It

Comments are closed.