ଓରିଏଣ୍ଟ ଇଲେକଟ୍ରିକ ପକ୍ଷରୁ ଭାରତର ପ୍ରଥମ ସ୍ମାର୍ଟ ସିଲିଙ୍ଗ ଫ୍ୟାନ ଏରୋସ୍ଲିମ


ଓରିଏଣ୍ଟ ଇଲେକଟ୍ରିକ ପକ୍ଷରୁ ଜାତୀୟ ସ୍ତରରେ ଏହାର ନୂତନ ଏରୋସ୍ଲିମ ପ୍ରିମିୟମ ସିଲିଙ୍ଗ ଫ୍ୟାନର ଶୁଭାରମ୍ଭ କରାଯାଇଛି, ଯାହା ଭାରତର ପ୍ରଥମ ଏବଂ ବିଶ୍ୱର ସବୁଠାରୁ ପତଳା ସ୍ମାର୍ଟ ଫ୍ୟାନ । ଆଇଓଟି- ଯୁକ୍ତ ଏରୋସ୍ଲିମ ଫ୍ୟାନର ସ୍ପିଡ ଏବଂ ମୋଡ୍, ରିଭର୍ସ ରୋଟେସନ ଏବଂ ଅଣ୍ଡରଲାଇଟ ସହ ଓରିଏଣ୍ଟ ସ୍ମାର୍ଟ ମୋବାଇଲ ଆପ ମାଧ୍ୟମରେ ଡିମିଙ୍ଗ ଚୟନ ଇତ୍ୟାଦି ସହିତ ଗ୍ରାହକମାନଙ୍କୁ ନିଜ ହାତପାହାନ୍ତାରେ ଆରାମ ଏବଂ ନିୟନ୍ତ୍ରଣ ସୁବିଧା ପ୍ରଦାନ କରୁଛି । ଏରୋସ୍ଲିମ୍କୁ ଆଲେକ୍ସ ଓ ଗୁଗୁଲ୍ ଆସିଷ୍ଟାଣ୍ଟ ସହିତ ଭଏସ୍ କମାଣ୍ଡ ମାଧ୍ୟମରେ ମଧ୍ୟ ନିୟନ୍ତ୍ରଣ କରାଯାଇପାରିବ ।ଏହି ଇନଭର୍ଟର ମୋଟର ଫ୍ୟାନ ମାତ୍ର ୪୫-ୱାଟର ବିଦ୍ୟୁତ୍ ବ୍ୟବହାର କରୁଛି, ଯାହା ସାଧାରଣ ଫ୍ୟାନଗୁଡ଼ିକ ତୁଳନାରେ ୪୦ ପ୍ରତିଶତ ଶକ୍ତି ସଂଚୟକୁ ନିଶ୍ଚିତ କରୁଛି । ଏହାର ଅତ୍ୟାଧୁନିକ ଏରୋଡାଇନାମିକ ବ୍ଲେଡ ଡିଜାଇନ ବୈଶିଷ୍ଟ୍ୟ ୨୪୦ ସିଏମଏମର ଆକର୍ଷଣୀୟ ଏୟାର ଡେଲିଭରି ପ୍ରଦାନ କରିଥାଏ, ଯାହାକି ୧୪୦ଭୋଲଟ ପର୍ଯ୍ୟନ୍ତ ନିମ୍ନ ଭୋଲଟେଜରେ ସାଇଲେଣ୍ଟ ପରିଚାଳନା ପ୍ରଦାନ କରିଥାଏ । ଏହାର ଟେଲିସ୍କୋପିକ ନିୟନ୍ତ୍ରିତ ମାଉଣ୍ଟିଙ୍ଗ ରହିଛି ଯାହା ଉଭୟ ପରାମ୍ପରିକ ଏବଂ ଆଧୁନିକ ସିଲିଙ୍ଗ ପ୍ରଦାନ କରିଥାଏ ।
ଏହି ଅବସରରେ ଅତୁଲ ଜୈନ, ବରିଷ୍ଠ ଉପ ସଭାପତି ତଥା ବ୍ୟବସାୟ ମୁଖ୍ୟ, ଫ୍ୟାନ୍ସ, ଓରିଏଣ୍ଟ ଇଲେକଟ୍ରିକ ଲିଃ କହିଛନ୍ତି ଯେ, “ଆଇଓଟି ନିୟନ୍ତ୍ରଣ କ୍ଷେତ୍ରରେ ଏରୋସ୍ଲିମ୍ ନୂତନ ଷ୍ଟାଣ୍ଡାର୍ଡ ସୃଷ୍ଟି କରିଛି, ଯାହା ଏକ ପ୍ରକାରର ସ୍ଲିମ ସିଲେଣ୍ଡ୍ରିକାଲ ଡିଜାଇନ ଏବଂ ଏନର୍ଜି ଏଫିସିଏଣ୍ଟ ଇନଭର୍ଟର ମୋଟର । ଏହା ଏପରି ଏକ ବୈଶିଷ୍ଟ୍ୟଯୁକ୍ତ ଫ୍ୟାନ, ଯାହା ୪୦ ପ୍ରତିଶତ ଶକ୍ତି ସଂଚୟ କରିବା ସହିତ ୨୪୦ସିଏମଏର ଏୟାର ପ୍ରଦାନ କରିଥାଏ । ଭିନ୍ନ ଫିନିସ, ପ୍ରଦର୍ଶନୀ, ପରିଚାଳନାରେ ସହଜ ଏବଂ ଭିନ୍ନ ଲୁକ ସହିତ ଆମେ ଦୃଢ଼ ଯେ, ଏହା ନିଶ୍ଚିତ ଭାବେ ସ୍ମାର୍ଟର କ୍ରୟ କରୁଥିବା ବୁଦ୍ଧିମାନ ଗ୍ରାହକମାନଙ୍କ ମଧ୍ୟରେ ଆଗ୍ରହ ସୃଷ୍ଟି କରିପାରିବ ।
ଏରୋସ୍ଲିମରେ ୧୨୦୦ଏମଏମର ସ୍ୱିପ ଏବଂ ଉଚ୍ଚ-ଗ୍ରେଡ ଗ୍ଲାସ ଯୁକ୍ତ କମ୍ପାଉଣ୍ଡେଡ ଏବିଏସରେ ପ୍ରସ୍ତୁତ ୧୦୦ ପ୍ରତିଶତ କଳଙ୍କି-ମୁକ୍ତ ବ୍ଲେଡ ରହିଛି, ଯାହା ବ୍ଲେଡକୁ ଶକ୍ତି ପ୍ରଦାନ କରିଥାଏ । ତେଣୁ ଏହା ବେଣ୍ଡ-ପ୍ରୁଫ, ରଷ୍ଟ-ପ୍ରୁଫ ଏବଂ ଏହାକୁ ସଫା କରିବା ପାଇଁ ସହଜ । ଏହାର ସ୍ଲିମ ସିଲଣ୍ଡ୍ରିକାଲ ଡିଜାଇନ, ଇଣ୍ଟିଗ୍ରେଟେଡ ଅଣ୍ଡରଲାଇଟ ଏବଂ ପିୟୁ ପେଣ୍ଟ ଏରୋସ୍ଲିମ ଫ୍ୟାନକୁ ଆକର୍ଷଣୀୟ ଲୁକ ପ୍ରଦାନ କରିଥାଏ । ଏହା ମଧ୍ୟ ରିମୋଟ ସହିତ ଉପଲବ୍ଧ ।


Share It

Comments are closed.