‘ତେଜ ବାହାଦୁର’ଙ୍କର ପୁଅର ସନ୍ଦେହଜନକ ମୃତ୍ୟୁ


ବିଏସଏଫରେ ଖରାପ ଖାଇବା ଦିଆଯାଉଥିବାର ଅଭିଯୋଗ ଆଣିଥିବା ‘ତେଜ ବାହାଦୁର’ଙ୍କର ପୁଅର ସନ୍ଦେହଜନକ ମୃତ୍ୟୁ ଘଟିଛି । ତାଙ୍କ ପୁଅ ଆତ୍ମହତ୍ୟା କରିଥିବାର ପୋଲିସ ପକ୍ଷରୁ ଏହା ସନ୍ଦେହ କରାଯାଉଛି । କାରଣ ହରିୟାଣାର ରେୱାଡିସ୍ଥିତ ‘ତେଜ ବାହାଦୁର’ଙ୍କ ଘରେ ତାଙ୍କ ପୁଅ ରୋହିତ ନିଜକୁ ଗୁଳି ମାରିଦେଇଛନ୍ତି । ଏହି ଘଟଣା ଘଟିବା ସମୟରେ ଘରେ କେହି ମହଜୁଦ ନଥିଲେ, ବାପା ‘ତେଜ ବାହାଦୁର’ ବର୍ତ୍ତମାନ ପ୍ରୟଗରାଜରେ ଚାଲୁଥିବା କୁମ୍ଭ ମେଳାରେ ଥିବାବେଳେ ମାତା ଶର୍ମିଲା ଦେବୀ ଅଫିସ ଯାଇଥିଲେ ।

ରୋହିତ ଦିଲ୍ଲୀ ବିଶ୍ୱ ବିଦ୍ୟାଳୟରେ ବି.ଏ ପ୍ରଥମ ବର୍ଷର ଛାତ୍ର ଥିଲେ ଏବଂ ଦୁଇ ଦିନ ହେବ ସେ ନିଜ ଘରକୁ ଆସିଥିଲେ । ଗୁରୁବାର ରାତିରେ ଯେତେବେଳେ ଶର୍ମିଲା ଅଫିସରୁ ଆସି ପହଞ୍ଚିଲେ, ତେବେ ରୋହିତଙ୍କ ଘରର କବାଟ ବନ୍ଦ ଥିବାର ନଜର ଆସିଲା । ଶର୍ମିଲା ଯେତେବେଳେ ପୁଅ ରୋହିତଙ୍କୁ କବାଟ ବାଡେଇ ଡାକିଲେ, ତେବେ ସେ ଶୁଣିଲେ ନାହିଁ । ଏହା ପରେ ରୋହିତଙ୍କ ମା’ ପୋଲିସକୁ ସୂଚନା ଦେଲେ । ସୂଚନା ପାଇ ପୋଲିସ ‘ତେଜ ବାହାଦୁର’ଙ୍କ ଘରେ ପହଞ୍ଚି ରୋହିତଙ୍କ ଘରର କବାଟ ଭାଙ୍ଗି ଘର ଭିତରକୁ ପସିଲାବେଳକୁ ସେଠାରେ ରୋହିତଙ୍କ ରକ୍ତ ଜୁଡୁବୁଡ ମୃତ ଦେହ ପଡିଛି । ମୃତ ଦେହ ପାଖରେ ଏକ ଗୁଳି ଭର୍ତ୍ତି ଥିବା ବନ୍ଧୁକ ମଧ୍ୟ ପଡିଥିଲା । ଗୁଳି ମୁଣ୍ଡରେ ପଶି ଏପଟ ସେପଟ ହୋଇଯାଇଥିଲା ।
ପୋଲିସ ବନ୍ଧୁକକୁ ଜବତ କରି ମୃତ ଦେହକୁ ପୋଷ୍ଟ ମର୍ଟମ ପାଇଁ ପଠାଇ ଦେଇଛି । ପୋଲିସ ଏହି ଘଟଣାର ସୂଚନା ତାଙ୍କ ବାପା ‘ତେଜ ବାହାଦୁର’ଙ୍କୁ ଦେଇ ଦେଇଛି ।


Share It

Comments are closed.