ସୁସ୍ଥ ରହିବା ପାଇଁ କେଉଁ ସମୟରେ କ’ଣ ଖାଇବେ


ଖାଦ୍ୟ ଶରୀର ପାଇଁ ଆବଶ୍ୟକ । କିନ୍ତୁ ସଠିକ ସମୟରେ ସଠିକ ଖାଦ୍ୟ ଖାଇବା ଖୁବ ଆବଶ୍ୟକ । ଖାଦ୍ୟର ଚୟନ ଦ୍ୱାରା କେବେ କେବେ ଆମ୍ଭେମାନେ ଅଜାଣତରେ କିିଛି ସମସ୍ୟାର ସମ୍ମୁଖିନ ହେବାକୁ ପଡିଥାଏ । ତେଣୁ ଆସନ୍ତୁ ଜାଣିବା କେଉଁ ସମୟ କେଉଁ ଫଳ, ପରିବା କିମ୍ବା ଅନ୍ୟାନ୍ୟ ଖାଦ୍ୟ ଖାଇବା ଉଚିତ ନୁହେଁ ।

୧. ସେଓ –

ସେଓକୁ ଡାଏଟିଙ୍ଗ କରୁଥିବା ବ୍ୟକ୍ତିମାନେ ସକାଳ ଏବଂ ରାତିରେ ଖାଇବାକୁ ପସନ୍ଦ କରିଥାନ୍ତି । କିନ୍ତୁ ସେଓକୁ କେବଳ ସକାଳର ଜଳଖିଆରେ ଖାଇବା ଆବଶ୍ୟକ । ଏଥିରେ ଥିବା ପେକ୍ଟିନ ରକ୍ତ ଚାପକୁ କମ କରିବା ସହିତ କୋଲେଷ୍ଟ୍ରୋଲ ସ୍ତରକୁ କମ କରିଥାଏ । କିନ୍ତୁ ରାତିରେ ଏହାର ଖାଇବା ଦ୍ୱାରା ଏହି ପେକ୍ଟିନ ରାତିରେ ହଜମ ହେବା ପାଇଁ କଷ୍ଟ ହୋଇଥାଏ ଏବଂ ପାକସ୍ଥଳୀରେ ଏସିଡର ମାତ୍ରା ବୃଦ୍ଧି କରିଥାଏ ।

୨. କଦଳୀ –

କଦଳୀ ଆଇରନର ଏକ ଉତ୍ତମ ସ୍ରୋତ । କଦଳୀ ସର୍ବଦା ମଧ୍ୟାହ୍ନ ଭୋଜନ କରିବା ପରେ ଖାଇବା ଉଚିତ । ଏହାଦ୍ୱାରା ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ହୋଇଥାଏ ଏବଂ ତ୍ୱଚାରେ ଚମକ ଆସିଥାଏ । ପ୍ରତିଦିନ ଗୋଟିଏ କଦଳୀ ତ୍ୱଚାରେ ଚମକ ଆଣିବା ସହିତ ପେଟର ସମସ୍ୟା ଦୂର କରିଥାଏ । ତେଣୁ ରାତି ସମୟରେ ଏହାର ସେବନ ହଜମ କ୍ରିୟାରେ ପ୍ରଭାବ ପକାଇଥାଏ ।

୩. ଦହି –

ଓଡିଆରେ ପ୍ରବାଦ ରହିଛି ଯେ ରାତିରେ ଦହି ଖାଇବା ଉଚିତ ନୁହେଁ କିନ୍ତୁ ବିଜ୍ଞାନ ଅନୁଯାୟୀ ରାତି ସମୟରେ ଦହିର ସେବନ ଖୁବ ଭଲ । ଏହା ଖାଦ୍ୟ ହଜମ କରିବାରେ ସାହାଯ୍ୟ କରିଥାଏ ଏବଂ ପେଟର ବିଭିନ୍ନ ସମସ୍ୟା ମଧ୍ୟ ଦୂର ହୋଇଥାଏ । ଦହିରେ ଏସିଡର ପରିମାଣ ଥିବା ହେତୁ ଏହାର ସକାଳ ଭୋଜନରେ ସେବନ ଦ୍ୱାରା ଏହା ପେଟର ଏସିଡ ସମସ୍ୟା ଦୂର କରିବା ସହିତ ଭୋକ ମଧ୍ୟ ମାରିଥାଏ ।

୪. ମାଂସ –

ମାଂସ ଜାତୀୟ ଖାଦ୍ୟ ହଜମ କରିବା ପାଇଁ ସମୟ ଆବଶ୍ୟକ କରିଥାଏ । ମାଂସଜାତୀୟ ଖାଦ୍ୟରେ ଆଇରନ ରହିଥାଏ ଏବଂ ଏହା ହଜମ ହେବା ପାଇଁ ୪ରୁ ୬ ଘଣ୍ଟା ଆବଶ୍ୟକ କରିଥାଏ । ତେଣୁ ରାତି ସମୟରେ ଏହାର ସେବନ ଦ୍ୱାରା ଏହା ହଜମ ପ୍ରକିୟାକୁ ପ୍ରଭାବ ପକାଇଥାଏ । ତେଣୁ ଦିନରେ କିମ୍ବା ସକାଳ ସମୟରେ ମାଂସ ଜାତୀୟ ଖାଦ୍ୟ ଖାଇବା ଉଚିତ ।

୫. ଚକଲେଟ –

ପିଲା ଠାରୁ ବୃଦ୍ଧ ସମସ୍ତେ ଚକଲେଟ ଖାଇବାକୁ ପସନ୍ଦ କରିଥାନ୍ତି । କିନ୍ତୁ ସବୁ ସମୟରେ ଚକଲେଟର ସେବନ ଶରୀରରେ ଖରାପ ପ୍ରଭାବ ପକାଇଥାଏ । ସକାଳ ସମୟରେ ଏହାର ସେବନ ଦ୍ୱାରା ଏହା ଶରୀରକୁ ଆଣ୍ଟି-ଅକ୍ସିଡାଣ୍ଟ ପ୍ରଦାନ କରିଥାଏ ଯାହା ବୟସଜନିତ ସମସ୍ୟା ଏବଂ ହୃଦ ଜନିତସମସ୍ୟା ଦୂର କରିବାରେ ସାହାଯ୍ୟ କରିଥାଏ । କିନ୍ତୁ ରାତିରେ କିମ୍ବା ସନ୍ଧ୍ୟା ସମୟରେ ଏହାର ସେବନ ଦ୍ୱାରା ଶରୀରରେ ଫ୍ୟାଟର ମାତ୍ରା ବୃଦ୍ଧି ପାଇଥାଏ ।

୬. ଟମାଟର –

ଟମାଟର ପୋଟାସିୟମ ଏବଂ ଅନ୍ୟାନ୍ୟ ଭିଟାମିନର ଉତ୍ତମ ସ୍ରୋତ । ସକାଳ ସମୟରେ ଏହାର ସେବନ ଦ୍ୱାରା ଏହା ହଜମ କ୍ରିୟା ବୃଦ୍ଧି କରିବା ସହିତ ମୋଟାବୋଲିଜମର ମାତ୍ରା ବୃଦ୍ଧି କରିଥାଏ ତେଣୁ ବହୁ ଲୋକେ ଏହାକୁ ସାଲାଟ ରୂପରେ ଖାଇଥାନ୍ତି । କିନ୍ତୁ ରାତି ସମୟରେ ଏହାର ସେବନ ଦ୍ୱାରା ଏଥିରେ ଥିବା ଅକ୍ସାଲିକ ଏସିଡ ପେଟରେ ଏସିଡର ମାତ୍ରା ବୃଦ୍ଧି କରିଥାଏ ଏବଂ ପେଟରେ ଗ୍ୟାସ ସୃଷ୍ଟି ହୋଇଥାଏ ।

୭. କମଳା-

କମଳାରେ ଭିଟାମିନ ସି ଏବଂ ଆଣ୍ଟି-ଅକ୍ସିଡାଣ୍ଟ ରହିଛି । କମଳା ଖାଦ୍ୟ ହଜମ କରିବା ସହିତ ମେଟାବୋଲିଜମ କ୍ରିୟା ବୃଦ୍ଧି କରିଥାଏ । କିନ୍ତୁ ଏହା ଜଳଖିଆ ଭାବେ ଖାଇବା ସ୍ୱାସ୍ଥ୍ୟ ପକ୍ଷେ ଖୁବ ହିତକର କିନ୍ତୁ ସକାଳ ସମୟରେ ଖାଲି ପେଟରେ ଖାଇବା ଦ୍ୱାରା ଗ୍ୟାସ ସମସ୍ୟା ବୃଦ୍ଧି କରି ପେଟ ଯନ୍ତ୍ରଣା ବୃଦ୍ଧି କରିଥାଏ ।

୮. ଆଳୁ –

ଆଳୁରେ କାର୍ବୋହାଇଡ୍ରେଟ ଥିବାରୁ ଏହାର ଖାଇବା ଖୁବ ଭଲ । ଆଳୁରେ ଅନ୍ୟ ପରିବା ଏବଂ ଫଳ ତୁଳନାରେ ଉଚ୍ଚ ମାତ୍ରାର କ୍ୟାଲୋରି ମଧ୍ୟ ରହିଛି । ଏହାର ସକାଳ ସମୟରେ ସେବନ ଦ୍ୱାରା ଏହାର ଷ୍ଟ୍ରାଚ କୋଲେଷ୍ଟ୍ରୋଲର ମାତ୍ରା କମ କରିଥାଏ ଏବଂ ଏଥିରେ ଥିବା ମିନେରାଲ, ଭିଟାମିନ ଶରୀରରେ ଶକ୍ତି ବୃଦ୍ଧି କରିଥାଏ । କିନ୍ତୁ ରାତି ସମୟରେ ଏହାର ସେବନ ଦ୍ୱାରା ଏଥିରେ ଥିବା ଉଚ୍ଚ ଫାଇବର ଏବଂ କ୍ୟାଲୋରି ଶରୀରରେ ଫ୍ୟାଟର ମାତ୍ରା ବୃଦ୍ଧି କରିଥାଏ ।


Share It

Comments are closed.