ନିଜ ଦଳର ରାଜ୍ୟସଭା ସାଂସଦଙ୍କୁ ସଦସ୍ୟତା ପଦରୁ ଇସ୍ତଫା ଦେବା ପଇଁ ଆଦେଶ ଦେଲେ ମେହବୁବା


ଜମ୍ମୁ କାଶ୍ମୀରର ପୂର୍ବତ୍ତନ ମୁଖ୍ୟମନ୍ତ୍ରୀ ତଥା ପିଡିପି ପ୍ରମୁଖ ମେହବୁବା ମୁଫତି ତାଙ୍କର ଦୁଇ ରାଜ୍ୟସଭା ସଦସ୍ୟଙ୍କୁ ନିଜ ସଦସ୍ୟତା ପଦରୁ ଇସ୍ତଫା ଦେବା ପାଇଁ ଆଦେଶ ଦେଇଛନ୍ତି । ପିଡିପି, ବିଜେପି ସହ ୨୦୧୮ ପର୍ଯ୍ୟନ୍ତ ଜମ୍ମୁ କାଶ୍ମୀରରେ ମିଳିତ ସରକାର ଗଢିଥିବାବେଳେ ଏହା ପରେ ଉଭୟ ଦଳ ପରସ୍ପର ଠାରୁ ନିଜ ସମର୍ଥନ ପ୍ରତ୍ୟାହାର କରିନେଇଥିଲେ ।
ସେପଟେ ପିଡିପିର ରାଜ୍ୟସଭାରେ ଦୁଇ ଜଣ ସାଂସଦ ଥିବାବେଳେ ସେମାନେ ହେଉଛନ୍ତି ମୀରା ଫୟାଜ ଏବଂ ନଜୀର ଅହମ୍ମଦ । ପ୍ରକାଶ ଥାଉକି, ରାଜ୍ୟସଭାରେ ଧାରା ୩୭୦ ଉଚ୍ଛେଦକୁ ନେଇ ବିଲ ପାସ ହେବା ପରେ ପିଡିପିର ଏହି ଦୁଇ ସାଂସଦ ସଂସଦରେ ନିଜ ପୋଷାକ ଚିରି ଦେଇଥିଲେ ।
ସଦସ୍ୟତା ପଦରୁ ନିଜ ଇସ୍ତଫାକୁ ନେଇ ରାଜ୍ୟସଭା ସାଂସଦ ଫୟାଜ କହିଛନ୍ତି ଯେ, “ଆମେ ଇସ୍ତଫା ଦେବା ପାଇଁ ପ୍ରସ୍ତୁତ ଅଛୁ କିନ୍ତୁ ଏହା ପୂର୍ବରୁ ଆମେ ଶୀର୍ଷ ନେତୃତ୍ୱଙ୍କ ସହ କଥାବାର୍ତ୍ତା ହେବା ପାଇଁ ଚାହୁଁଛୁ ।” ସେ ଆହୁରୀ ମଧ୍ୟ କହିଛନ୍ତି ଯେ, “ଆମେ କାହା ସହ କଥାବର୍ତ୍ତା କରିପାରୁ ନାହୁଁ କାରଣ ଜମ୍ମୁ କାଶ୍ମୀରରେ ସମସ୍ତ ଫୋନ ଲାଇନ ବନ୍ଦ କରାଇ ଦିଆଯାଇଛି । ଆମେ ପ୍ରଥମ ଏହି ସଂପର୍କରେ କଥାବର୍ତ୍ତା କରିବେ ପରେ ଏହି ସଂକ୍ରାନ୍ତରେ ନିଷ୍ପତି ନେବୁ । ”


Share It

Comments are closed.