ୱେଷ୍ଟଇଣ୍ଡିଜ ବିପକ୍ଷ ମ୍ୟାଚ ପୂର୍ବରୁ ମସ୍ତି କରୁଥିବାର ନଜର ଆସିଲେ ବିରୁଷ୍କା


ଆଜି ଭାରତ ଏବଂ ୱେଷ୍ଟଇଣ୍ଡିଜ ବିପକ୍ଷରେ ୩ଟି ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜ ଆରମ୍ଭ ହେବାକୁ ଯାଉଛି । ଭାରତ ପୂର୍ବରୁ ୩ଟି ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ ବିଜୟୀ ହେବା ପରେ ବର୍ତ୍ତମାନ ଏହି ଦିନିକିଆ ସିରିଜକୁ କିପରି କ୍ଲିନସ୍ୱିପ କରିବ ସେ ଲକ୍ଷ ନେଇ ଦଳ ପଡିଆକୁ ଓହ୍ଲାଇବ ।
ତେବେ ୱେଷ୍ଟଇଣ୍ଡିଜ ବିପକ୍ଷ ମ୍ୟାଚ ପୂର୍ବରୁ ଅଧିନାୟକ ବିରାଟ କୋହଲି ଏବଂ ପତ୍ନୀ ଅନୁଷ୍କା ଶର୍ମାଙ୍କ ପୁଣି ଏକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାର ଦେଖିବାକୁ ମିଳିଛି । ଏହି ଫଟୋକୁ ବିରାଟ କୋହଲି ନିଜ ଇନଷ୍ଟାଗ୍ରାମରେ ସେୟାର ମଧ୍ୟ କରିଛନ୍ତି । ବିରାଟ ଏହି ଫଟୋକୁ ସେୟାର କରି ଲେଖିଛନ୍ତି ଯେ, “ଟପ ମିଲ ୱିଥ ମାଇ ଲଭଲି । ” ଏହା ସହ ଅନୁଷ୍କା ମଧ୍ୟ ନିଜ ଇନଷ୍ଟାଗ୍ରାମରେ ଏହି ଫଟୋ ସେୟାର କରିଛନ୍ତି ।
ପ୍ରକାଶ ଥାଉକି, ଭାରତ ଏବଂ ୱେଷ୍ଟଇଣ୍ଡିଜ ମଧ୍ୟରେ ତିନୋଟି ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜ ଖେଳାଯିବାକୁ ଅଛି । ପୂର୍ବରୁ ଆମେରିକାରେ ୱେଷ୍ଟଇଣ୍ଡିଜ ବିପକ୍ଷରେ ଖେଳାଯାଇଥିବା ଟି-୨୦ ସିରିଜକୁ ଭାରତ କ୍ଲିନସ୍ୱପ କରିଦେଇଥିବାବେଳେ ସେଠାରେ ମଧ୍ୟ ଅନୁଷ୍କାକୁ ବିରାଟଙ୍କ ସହ ଦେଖିବାକୁ ମିଳିଥିଲା ।


Share It

Comments are closed.