ଶନିଙ୍କ ସାଢେସାତୀ ପ୍ରକୋପରୁ ବଞ୍ଚିବା ପାଇଁ କରନ୍ତୁ ଏହିସବୁ ଉପାୟ


ଜ୍ୟୋତିଷଶାସ୍ତ୍ର ଅନୁଯାୟୀ ମାନବ ଜୀବନରେ ଶନି ଗ୍ରହଙ୍କ ଗମ୍ଭୀର ପ୍ରଭାବ ଭାବରେ ପଡିଥାଏ। ଶନିଙ୍କୁ ନ୍ୟାୟ ଦେବତା ବୋଲି କୁହାଯାଏ। ମଣିଷ ବେଳେବେଳେ ଅଜାଣତରେ ପାପ କରିଦେଇଥାଏ ଯେଉଁଥିପାଇଁ ଶନି ସେହି ପାପର ଦଣ୍ଡ ଦେଇଥାନ୍ତି। ବେଳେବେଳେ ଲୋକେ ବୁଝିପାରନ୍ତିନି ଯେ ତାଙ୍କୁ କେଉଁ ପାପର ଦଣ୍ଡ ମିଳୁଛି ବା ସେ କେଉଁ କର୍ମର ଫଳ ଭୋଗୁଛନ୍ତି। ଏଥିପାଇଁ ଶନିଙ୍କ ସାଢେସାତୀର ଦୁଃଷ୍ପ୍ରଭାବରୁ ବଞ୍ଚିବା ପାଇଁ ଜ୍ୟୋତିଷଶାସ୍ତ୍ରରେ କିଛି ଉପାୟ ରହିଛି।

ଶନି ସାଢେସାତୀ ଉପାୟ – ଶନି ସାଢେସାତୀଙ୍କ ଦୁଃଷ୍ପ୍ରଭାବରୁ ବଞ୍ଚିବା ପାଇଁ ପ୍ରତ୍ୟେକ ଶନିବାର ଦିନ କଳା ରଙ୍ଗର ବସ୍ତ୍ର ଉପରେ ବସି ଶନି ସ୍ତୋତ୍ର ଏବଂ ଶନି ଚାଳିଶା ପାଠ କରନ୍ତୁ। ଏହାପରେ ଶନିଦେବଙ୍କ ମନ୍ଦିର ଯାଇ ଆଳତି କରନ୍ତୁ।

– ଶନିବାର ସନ୍ଧ୍ୟାରେ କଳା କୁକୁରକୁ କଳା ଚଣା ଖୁଆନ୍ତୁ। ଯଦି ସମ୍ଭବ ହୁଏ ତାହେଲେ ଗରିବଙ୍କୁ ମଧ୍ୟ କଳା ଚଣା ଦାନ କରନ୍ତୁ।

– ଏକ କଳା ରଙ୍ଗର ମାଠିଆରେ ୨ କିଲୋ କଳା ଚଣା କିମ୍ବା କଳା ବିରି ପକାଇ ସେଠି ମାଠିଆକୁ ହାତରେ ଧରି ଶନିଦେବଙ୍କୁ ପ୍ରାର୍ଥନା କରନ୍ତୁ। ଏହାପରେ ଶନିଦେବଙ୍କ ମନ୍ତ୍ର ଜପ କରନ୍ତୁ ଏବଂ ସେହି ମାଠିଆକୁ କୌଣସି ଗରିବଙ୍କୁ ଦାନ କରିଦିଅନ୍ତୁ।

– ନିଜ ବାମ ଗୋଡରେ କଳା ସୁତା ବାନ୍ଧନ୍ତୁ। ପ୍ରତ୍ୟେକ ଶନିବାର ଦିନ କଳା ବସ୍ତ୍ର ଦାନ କରନ୍ତୁ। ଯଦି ସମ୍ଭବ ନ ହୁଏ ତାହେଲେ କଳା ରୁମାଲ ମଧ୍ୟ ଦାନ କରିପାରିବେ।

– ଏକ ଗିନାରେ ସୋରିଷ ତେଲ ନେଇ ସେଥିରେ ନିଜ ଛବି ଦେଖନ୍ତୁ। ଏହାପରେ ଶନି ମନ୍ଦିର ଯାଇ ଏହି ତେଲର ଦୀପ ଜଳାନ୍ତୁ। ଏହି ତେଲକୁ ଆପଣ ଦାନ ମଧ୍ୟ କରିପାରିବେ।

– ପ୍ରତିଦିନ ପକ୍ଷୀମାନଙ୍କୁ ୭ ପ୍ରକାଶ ଶସ୍ୟ ଖାଇବାକୁ ଦିଅନ୍ତୁ। ଯଦି ସମ୍ଭବ ହୁଏ ତାହେଲେ କୁଷ୍ଠ ରୋଗୀଙ୍କ ସେବା କରନ୍ତୁ। କୁଷ୍ଠ ରୋଗୀଙ୍କ ସେବା କଲେ ଖୁବ ଶୀଘ୍ର ଶନିଙ୍କ ସାଢେସାତୀ ପ୍ରକୋପରୁ ରକ୍ଷା ମିଳିଥାଏ ବୋଲି କୁହାଯାଏ।

ମନେରଖନ୍ତୁ: ଦିଆଯାଇଥିବା ସୂଚନା ସାମାନ୍ୟ ତଥ୍ୟ ଉପରେ ଆଧାରିତ, କୌଣସି ପଦକ୍ଷେପ ନେବା ପୂର୍ବରୁ ବିଶେଷଜ୍ଞଙ୍କୁ ପରାମର୍ଶ କରନ୍ତୁ ।


Share It

Comments are closed.