ବିଧାନସଭାରେ ଆତ୍ମହତ୍ୟା ପାଇଁ ଧମକ ଦେଲେ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି


ସ୍କୁଲ ବନ୍ଦ ନିଷ୍ପତ୍ତିକୁ ନେଇ ବିଧାନସଭାରେ ହୋହାଲ୍ଲା । ‘ନିଷ୍ପତ୍ତି ନ ବଦଳିଲେ ଆତ୍ମହତ୍ୟା କରିବି’ ବୋଲି କହିଲେ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି । କେବଳ ସେତିକି ନୁହେଁ ବିଧାନସଭା ଭିତରେ ବେକ କାଟି ମରିବାକୁ କହିଛନ୍ତି ତାରାପ୍ରସାଦ । ରାଜ୍ୟରେ କମ୍ ଛାତ୍ରଛାତ୍ରୀ ଥିବା ସ୍କୁଲ ବନ୍ଦ କରିବା ନିଷ୍ପତ୍ତି ନବଦଳାଇଲେ ଆତ୍ମହତ୍ୟା କରିବି ବୋଲି ଚେତାବନୀ ଦେଲେ କଂଗ୍ରେସ ନେତା ତାରା ବାହିନୀପତି । ସେ ବାଚସ୍ପତିଙ୍କୁ ଏକ ଥା ଜଣାଇ ଦେଇଛନ୍ତି ବୋଲି ମଧ୍ୟ ତାରା କହିଛନ୍ତି ।

କମ୍ ପିଲା ଥିବା ସ୍କୁଲ ବନ୍ଦ ପ୍ରସଙ୍ଗକୁ ଗୃହରେ ବିରୋଧ କରିଛି କଂଗ୍ରେସ । ପାହାଡିଆ ଅଞ୍ଚଳରେ ସ୍କୁଲ ବନ୍ଦ ହେଲେ ନଦୀ ପାହାଡ ଡେଇଁ ଯିବାକୁ ପଡିବ । ଫଳରେ ଯେତିକି ପିଲା ଅଛନ୍ତି ସେମାନେ ଡ୍ରପ୍ ଆଉଟ୍ ହେବେ । ପିଲାମାନଙ୍କୁ ଅଶିକ୍ଷିତ କରିବା ପାଇଁ ସରକାର ଯୋଜନା କରୁଛନ୍ତି । ଯିଏ ବି ଏହି ନିଷ୍ପତ୍ତି ନେଇଛନ୍ତି ପୁନର୍ବିଚାର କରନ୍ତୁ । ନହେଲେ କେବିକେ ଅଞ୍ଚଳରେ ଆନ୍ଦୋଳନ କରିବୁ । ସରକାର ଏଥିପାଇଁ ଦାୟୀ ରହିବେ । ରାଜ୍ୟରେ ବ୍ରିଟିଶ ରାଜ ଚାଲିଛି କହି ତାରା ସମାଲୋଚନା କରିଛନ୍ତି । ବାଚସ୍ପତି ତୁରନ୍ତ ରୁଲିଂ ଦିଅନ୍ତୁ । ସରକାର ପଦକ୍ଷେପ ନିଅନ୍ତୁ ବୋଲି ତାରା କହିଛନ୍ତି । ବିଧାୟକଙ୍କ ଉଦବେଗକୁ ଦୃଷ୍ଟିରେ ରଖି ଆସନ୍ତାକାଲି ସୁଦ୍ଧା ଗଣଶିକ୍ଷା ମନ୍ତ୍ରୀ ଗୃହରେ ଉତ୍ତର ରଖିବେ।


Share It

Comments are closed.