ଭୂଷୁଡିଲା ୧୦୦ବର୍ଷ ପୁରୁଣା ବଙ୍ଗଳା, ୧୪ ମୃତ


ମହାରାଷ୍ଟ୍ରର ଦକ୍ଷିଣ ମୁମ୍ବାଇସ୍ଥିତ ଡଙ୍ଗରୀ ଅଞ୍ଚଳରେ ମଙ୍ଗଳବାର ସକାଳ ୧୧.୪୦ ସମୟରେ ଏକ ୧୦୦ ବର୍ଷ ପୁରୁଣା ୪ ମହଲା ବଙ୍ଗଳା ଭୂଷୂଡି ଯିବା ଫଳରେ ଘଟଣାସ୍ଥଳରେ ୧୪ ଜଣଙ୍କର ମୃତ୍ୟୁ ଘଟିଛି । ବର୍ତ୍ତମାନ ଏନଡିଆରଏଫ ଟିମ ପକ୍ଷରୁ ଭଗ୍ନାବିଶେଷ ମଧ୍ୟରେ ଚାପି ହୋଇ ରହିଥିବା ବଳକା ଲୋକଙ୍କୁ ଉଦ୍ଧାର କରାଯାଉଥିବାବେଳେ ମୃତକଙ୍କ ସଂଖ୍ୟା ଆହୁରୀ ବଢିପାରେ ବୋଲି କଳ୍ପନା କରାଯାଉଛି ।


ଏନଡିଆରଏଫ ଟିମ ବର୍ତ୍ତମାନ ସ୍ନାପର କୁକୁର ସାହାଯ୍ୟରେ ଲୋକଙ୍କୁ ବାହାର କରିବା କାର୍ଯ୍ୟ ଆରମ୍ଭ କରିଦେଇଥିବାବେଳେ ମିଳିଥିବା ସୂଚନା ଅନୁଯାୟୀ ଏହି ଘଟଣାରେ ୭ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି । ଆହତଙ୍କୁ ତୁରନ୍ତ ମେଡିକାଲ ସ୍ଥାନାନ୍ତରିତ କରାଯାଇଥିବାବେଳେ ଏନଡିଆରଏଫ ଟିମ ସହ ସ୍ଥାନୀୟ ଲୋକ ମଧ୍ୟ ଏହି ଉଦ୍ଧାର କାର୍ଯୟରେ ନିୟୋଜିତ ହୋଇଛନ୍ତି ।


Share It

Comments are closed.