ସୌନ୍ଦର୍ଯ୍ୟ ବୃଦ୍ଧି ନିମନ୍ତେ କିଛି ଘରୋଇ ଟିପ୍ସ, ଜାଣନ୍ତୁ


ସୁନ୍ଦର ଦେଖାଯିବାକୁ କିଏବା ନ ଚାହେଁ । ଆଜିର ଯୁଗରେ କେହି ବି ଚାହାନ୍ତି ନାହିଁ ଯେ ବଢ଼ୁଥିବା ବୟସ ସହିତ ତ୍ୱଚାରେ କୌଣସି ପ୍ରକାରର ଦାଗ, କୁଞ୍ଚନ ଏବଂ ରେଖାଦେଖାଯାଉ ।ଏଥିପାଇଁ ବିଭିନ୍ନ ସ୍କିନ ଟ୍ରିଟମେଣ୍ଟରେ ମୋଟା ଅଙ୍କର ଟଙ୍କା ସାରିବା ଅପେକ୍ଷା ପ୍ରାକୃତିକ ଉପାୟରେ ମଧ୍ୟ ଆପଣ ଏଥିରୁ ମୁକ୍ତପାଇପାରିବେ । ତେବେ ଆସନˆୁ ଜାଣିବା ସେହି ସଂପର୍କୀତ କିଛି ଘରୋଇ ଟିପ୍ସ:-
ଚାଉଳ ପାଣି
ଆପଣ ନିଶ୍ଚିତ ଭାବେ ଭାବୁ୍ଥିବେ “ଏହା କିପରି ସମ୍ଭବ?” । କିନ୍ତୁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଏହା ସତ୍ୟ । ଚାଉଳରେ ଥିବା ଆଣ୍ଟି ଅକ୍ସିଡାଣ୍ଟ ଗୁଣ ତ୍ୱଚାରୁ ଝୁରିୟାଁକୁ ଦୂର କରି ଚମକ ଆଣିବାରେ ସାହାଯ୍ୟ କରିଥାଏ । ଏଥିରେ ଭିଟାମିନ-ଇ ମଧ୍ୟ ପ୍ରଚୁର ମାତ୍ରାରେ ମିଳିଥାଏ ।
ଚାଉଳ ପାଣିର ଫେସ୍ପ୍ୟାକ
ଏଥିପାଇଁ ଏକ ଗ୍ଲାସରେ କିଛି ଚାଉଳ ପାଣି ନିଅନ୍ତୁ ଏବଂ ସେଥିରେ ଏକ ପେପର ଟାୱଲକୁ ୧୦ ମିନିଟ ପାଇଁ ଭିଜାଇ ଦିଅନ୍ତୁ । ଏବେ ଏହି ଟାୱଲକୁ କାଢ଼ି ମୁହଁରେ ଫେସମାସ୍କ ଭଳି ୧୫-୨୦ମିନିଟ ପାଇଁ ଲଗାଇ ରଖନ୍ତୁ ଏବଂ ପରେ ଥଣ୍ଡାପାଣିରେ ମୁହଁକୁ ଧୋଇଦିଅନ୍ତୁ ।ପ୍ରତିନିନ ଏଭଳି କରିବା ଦ୍ୱାରା ଏହା ଆପଣଙ୍କ ତ୍ୱଚାକୁ ଟାଇଟ କରିବାରେ ସାହାଯ୍ୟ କରିବ ।
ଚାଉଳ ଫେସପ୍ୟାକ
ଏଥିପାଇଁ ପ୍ରଥମେ ଚାଉଳକୁ ସିଝାଇ ନିଅନ୍ତୁ । ଏହାପରେ ତାକୁ ଛାଣିକରି ଏକ ପାତ୍ରରେ ରଖିନିଅନ୍ତୁ ।ପୁଣି ଏଥିରେ କଞ୍ଚାକ୍ଷୀର ଓ ମହୁକୁ ଭଲ ଭାବରେ ମିଶାଇ ନିଅନ୍ତୁ ।
ଏହାକୁ ଲଗାଇବାର ଉପାୟ
ପ୍ରଥମେ ମୁହଁକୁ ଥଣ୍ଡାପାଣିରେ ଭଲଭାବରେ ଧୋଇନିଅନ୍ତୁ । ଏହାପରେ ପୂର୍ବରୁ ପ୍ରସ୍ତୁତ କରି ରଖିଥିବା ଫେସପ୍ୟାକକୁ ମୁହଁରେ ଲଗାନ୍ତୁ । ଏହା ଶୁଖିଯିବା ପରେ ଚାଉଳର ସେହି ସିଝା ପାଣିରେ ଚେହେରାକୁ ଧୋଇନିଅନ୍ତୁ । ଏହି ପ୍ୟାକକୁ ସପ୍ତାହକୁ ଥରେ ନିଶ୍ଚିତଭାବେ ଲଗାନ୍ତୁ । ଏପରି କରିବା ଦ୍ୱାରା ଆପଣଙ୍କ ତ୍ୱଚା ଦାଗହୀନ ଏବଂ କୋମଳ ରହିଥାଏ ।


Share It

Comments are closed.