ବାଙ୍ଗାଲୋରର ଖରାପ ପ୍ରଦର୍ଶନ ଯୋଗୁଁ କୋହଲିଙ୍କୁ କଟାକ୍ଷ କଲେ ମାଲ୍ୟା


ରୟାଲ ଚ୍ୟାଲେଞ୍ଜର ବାଙ୍ଗାଲୋର ପାଇଁ ଚଳିତ ଆଇପିଏଲର ୧୨ତମ ସଂସ୍କରଣ ବହୁତ ନୈରାଶ୍ୟଜନକ ରହିଛି । ଦଳ ଚଳିତ ସଂସ୍କରଣରେ ବର୍ତ୍ତମାନ ପର୍ଯ୍ୟନ୍ତ ସବୁଠାରୁ ଖରାପ ପ୍ରଦର୍ଶନ କରିଛି । ବାଙ୍ଗାଲୋର ଚଳିତ ସଂସ୍କରଣରେ ୧୪ଟି ମ୍ୟାଚରୁ ମାତ୍ର ୫ଟିରେ ବଜୟ ହାସଲ କରିପାରିଥିବାବେଳେ ଦଳ ପଏଣ୍ଟ ଟେବୁଲରେ କେବଳ ୧୧ ପଏଣ୍ଟ ହାସଲ କରିପାରିଥିଲା । ବାଙ୍ଗାଲୋର ଏହି ପରିସ୍ଥିତିକୁ ଦେଖି ଦଳର ପୂର୍ବତ୍ତନ ମାଲିକ ‘ବିଜୟ ମାଲ୍ୟା’, କୋହଲିଙ୍କୁ କଟାକ୍ଷ କରି ସୋସିଆଲ ମିଡିଆରେ ଏକ କମେଣ୍ଟ ଦେଇଛନ୍ତି ।
ସେ କହିଛନ୍ତି ଯେ, “ବିରାଟଙ୍କ ଅଧିନାୟକତ୍ୱରେ ଥିବା ଟିମ କେବଳ କାଗଜପତ୍ରରେ ହିଁ ଭଳ ସ୍ଥିତିରେ ଥାଏ କିନ୍ତୁ ପ୍ରକୃତରେ ନଥାଏ । ଡିଭିଲିୟର୍ସ, ମାର୍କସ ଷ୍ଟୋଏନିସ, ହିଟମାୟର ଏବଂ ଟିମ ସାଉଦୀଙ୍କ ଭଳି ଖେଳାଳୀ ଦଳରେ ଥିବା ସତ୍ତେ୍ୱ ରାୟାଲ୍ସ ଚ୍ୟାଲେଞ୍ଜନର ବାଙ୍ଗାଲୋର ସବୁଠାରୁ ନୈରାଶ୍ୟଜନକ ପ୍ରଦର୍ଶନ କରିଛି ।”
ମାଲ୍ୟା ଆହୁରୀ ମଧ୍ୟ କହିଛନ୍ତି ଯେ “କେବଳ କାଗଜ ପତ୍ରରେ ହିଁ ବାଙ୍ଗାଲୋରର ଭଳ ଲାଇନ ଅଫ ରହିଛି କିନ୍ତୁ ପ୍ରକୃତରେ ଏପରି କିଛି ନାହିଁ ।”
ପ୍ରକାଶ ଥାଉକି ଦଳ ଲିଗରୁ କଟିବା ପରେ ଅଧିନାୟକ ବିରାଟ କୋହିଲ ଭାବୁକ ହୋଇ ନିଜର ପ୍ରସଂଶକଙ୍କୁ ଦଳ ପ୍ରତି ସେମାନଙ୍କର ଥିବା ଭଲ ପାଇବା ଏବଂ ସମର୍ଥନ ଯୋଗୁଁ ଧନ୍ୟବାଦ ଜଣାଇଥିଲେ । ଏହା ଠିକ ପରେ କୋହଲିଙ୍କ ଉକ୍ତ ଫୋଷ୍ଟକୁ ମାଲ୍ୟ ନିଜ ଟ୍ୱିଟରେ ସେୟାର କଟାକ୍ଷ କରି ଏପରି କିଛି କହିଥିଲେ ।


Share It

Comments are closed.