ପରାଜୟ ପରେ ପ୍ରଥମ ଥର ପାଇଁ ଆମେଠି ଗସ୍ତରେ ଯିବେ ‘ରାହୁଲ’


ଆମେଠି ଲୋକସଭା ଆସନରୁ ନିର୍ବାଚନ ହାରିଯିବା ପରେ ପ୍ରଥମଥର ପାଇଁ ରାହୁଲ ଆଗାମୀ ୧୦ ତାରିଖରେ ଆମେଠି ଗସ୍ତରେ ଯାଉଛନ୍ତି । ମିଳିଥିବା ସୂଚନା ମୁତାବତ ରାହୁଲ ସେଠାରେ ଦଳୀୟ କର୍ମକର୍ତ୍ତାଙ୍କ ସହ ଆଲୋଚନା କରିବାର ଯୋଜନା ମଧ୍ୟ ରହିଛି । ପ୍ରକାଶ ଥାଉକି, ଚଳିତ ନିର୍ବାଚନରେ କଂଗ୍ରେସର ଶୋଚନୀୟ ପରାଜୟ ହୋଇଥିବାବେଳେ ଅନ୍ୟପଟେ ଦୀର୍ଘ ୧୫ ବର୍ଷ ପରେ ଏହା ହେଉଛି ରାହୁଲ ପ୍ରଥମ ପରାଜୟ ।
ପୂର୍ବରୁ ରାହୁଲ ଆମେଠିରୁ ତିନିଥର ସାଂସଦ ରୂପେ ନିର୍ବାଚିତ ହୋଇ ଆସୁଥିବାବେଳେ ଆଗାମୀ ୧୦ ତାରିଖ ଦିନ ସେ ୱେୟନାଡାର ସାଂସଦ ରୂପେ ନିଜ ପାରମ୍ପାରିକ ନିର୍ବାଚନ ମଣ୍ଡଳୀକୁ ପ୍ରଥମଥର ପାଇଁ ଗସ୍ତ କରିବେ ।
ପ୍ରକାଶ ଥାଉକି, ଆମେଠିକୁ କଂଗ୍ରେସର ପାରମ୍ପରିକ ଗଢ ବୋଲି କୁହାଯାଉଥିବାବେଳେ ଚଳିତ ନିର୍ବାଚନରେ ବିଜେପି ପ୍ରାର୍ଥୀ ସ୍ମୃତି ଇରାନ, ରାହୁଲଙ୍କୁ ଦୀର୍ଘ ଭୋଟ ବ୍ୟବଧାନରେ ପରାସ୍ତ କରିଥିଲେ । ସ୍ମୃତି ରାହୁଲଙ୍କୁ ୫୫ ହଜାର ଭୋଟ ବ୍ୟବଧାନରେ ପରାସ୍ତ କରି କଂଗ୍ରେସର ଦୁର୍ଗକୁ ଭାଙ୍ଗିଦେଇଥିବାବେଳେ ବର୍ତ୍ତମାନ ନିର୍ବାଚନ ହାରିବାର ଦେଢ ମାସ ପରେ ରାହୁଲ ପୁଣି ଥରେ ନିଜର ପୂରୂଣା ନିର୍ବାଚନ ମଣ୍ଡଳୀ ଗସ୍ତରେ ଯାଉଛନ୍ତି ।


Share It

Comments are closed.