‘ଶାହୋ’ ଫିଲ୍ମର ପ୍ରଥମ ଗୀତ ‘ସାଇକୋ ସଇଁଆ’ ରିଲିଜ


ପୂର୍ବରୁ ପ୍ରଭାସ ଏବଂ ଶ୍ରଦ୍ଧାଙ୍କ ବହୁପ୍ରତୀକ୍ଷିତ ଫିଲ୍ମ ‘ଶାହୋ’ର ଟିଜର ରିଲିଜ ହୋଇସାରିଥିବାବେଳେ ସିନେ ପ୍ରେମୀମାନେ ବର୍ତ୍ତମାନ ଏହାର ଟ୍ରେଲରର ରିଲିଜ ଅପେକ୍ଷାରେ ରହିଛନ୍ତି । ବର୍ତ୍ତମାନ ଏହି ଫିଲ୍ମର ପ୍ରଥମ ଗୀତ ‘ସାଇକୋ ସଇଁଆ’ ରିଲିଜ ହୋଇସାରିଥିବାବେଳେ ଏହି ଭିଡିଓରେ ଶ୍ରଦ୍ଧା ଏବଂ ପ୍ରଭାସଙ୍କୁ ଖୁବ ଡ୍ୟାନ୍ସ କରୁଥିବାର ମଧ୍ୟ ଦେଖିବାକୁ ମିଳିଛି । ପ୍ରଡକ୍ସନ ହାଉସ ପକ୍ଷରୁ ଗୀତ ରିଲିଜ ହେବା ପରେ ଏହା ଖୁବ ଭାଇରାଲ ହେବା ସହ ଅନେକ ଏହାକୁ ପସନ୍ଦ ମଧ୍ୟ କରିଛନ୍ତି । ଏହି ଗୀତଟିକୁ ଭାନୁଶାଲୀ, ତନିଷ୍କ ବାଗଚୀ ଏବଂ ସଚିତ ଟଣ୍ଡନ ଗାଇଛନ୍ତି ।

ପ୍ରକାଶ ଥାଉକି, ଏହି ଫିଲ୍ମରେ ପ୍ରଭାସ ଏବଂ ଶ୍ରଦ୍ଧାଙ୍କ ସମେତ ଜ୍ୟାକି ସର୍ଫ, ନିଲ ନିତିନ ମୁକେଶ ଏବଂ ମହେଶ ମଞ୍ଜରେକରଙ୍କ ଭଳି ଅନେକ ଲୋକପ୍ରିୟ କଳାକାର ମଧ୍ୟ ରହିଛନ୍ତି । ଏହି ଫିଲ୍ମଟି ତାମିଲ, ତେଲୁଗୁ ଏବଂ ହିନ୍ଦି ଭାଷାରେ ରିଲିଜ ହେବ


Share It

Comments are closed.