ଭାରତୀୟ ଦଳର ପ୍ରଦର୍ଶନକୁ ନେଇ କଡା ଚେତାବନୀ ଦେଲେ ରାହୁଲ


ଭାରତୀୟ ଦଳର ପୂର୍ବତ୍ତନ ଅଧିନାୟକ ରାହୁଲ ଦ୍ରାବିଡ ୨୦୧୯ ବିଶ୍ୱକପ ପୂର୍ବରୁ ଭାରତୀୟ ଦଳର ପ୍ରଦର୍ଶନକୁ ନେଇ ଏକ ବଡ ବୟାନ ଦେଇଛନ୍ତି । ଘରୋଇ ମାଟିରେ ଦଳ ଅଷ୍ଟ୍ରେଲିଆ ଠାରୁ ପରାସ୍ତ ହେବା ପରେ ରାହୁଲ ଏହି ବୟାନ ଦେଇଛନ୍ତି । ଭାରତର ଏହି ପରାଜୟ ପରେ ଦ୍ରାବିଡ ସ୍ପଷ୍ଟ କହିଛନ୍ତି ଯେ, “ଭାରତୀୟ ଦଳ ଅଷ୍ଟ୍ରେଲିଆ ଠାରୁ ୨-୩ରେ ପରାସ୍ତ ହେବା ଘଟଣା ବିଶ୍ୱକପ ପୂର୍ବରୁ ଏହା ଦଳ ଏକ ଚେତାବନୀ ସଦୃଶ୍ୟ ।”
ପ୍ରକାଶ ଥାଉକି ଅଷ୍ଟ୍ରେଲିଆ ବିପକ୍ଷରେ ଖେଳାଯାଇଥିବା ଏହି ସିରିଜ ବିଶ୍ୱକପ ପୂର୍ବରୁ ଭାରତ ପାଇଁ ଶେଷ ଦିନିକିଆ ସିରିଜ ହୋଇଥିବାବେଳେ ଏଥିରେ ଦଳ ୨-୩ରେ ଭ୍ରମଣକାରୀ ଦଳ ଠାରୁ ପରାଜୟ ବରଣ କରିଥିଲା ।

ରାହୁଲ ଏହି ଘଟଣାକୁ ନେଇ ଆହୁରୀ ମଧ୍ୟ କହିଛନ୍ତି ଯେ, “ମୋତେ ଲାଗୁଛି ଭାରତୀୟ ଦଳକୁ ପୂର୍ବରୁ ଯେଉଁଭଳି ବିଶ୍ୱବିଜୟୀ ରୂପେ ଦର୍ଶାଯାଉଥିଲା, ଏଭଳି ଲାଗୁଥିଲା ଯେ, ଦଳ ଆଗାମୀ ବିଶ୍ୱକପରେ ଖୁବ ସହଜରେ ବିଜୟ ଲାଭ କରିନେବ । କିନ୍ତୁ ବର୍ତ୍ତମାନ ଯାହା ହୋଇଛି ମୋ ମତରେ ଠିକ ହୋଇଛି । କାରଣ ଅଷ୍ଟ୍ରେଲିଆ ଠାରୁ ପରାଜୟ ବରଣ କରିବା ପରେ ଦଳ କରିଥିବା ତାର ଭୁଲକୁ ସୁଧାରୀ ଆଗାମୀ ବିଶ୍ୱକପରେ କିଭଳି ଶ୍ରେଷ୍ଠ ପ୍ରଦର୍ଶନ କରିପାରିବ ତା ଉପରେ ଧ୍ୟାନ କେନ୍ଦ୍ରିତ କରିବାକୁ ହେବ ।”
ପ୍ରକାଶ ଥାଉକି ରାହୁଲ ଭାରତୀୟ ଦଳର ପୂର୍ବତ୍ତନ ଅଧିନାୟକ ଥିବାବେଳେ ବର୍ତ୍ତମାନ ସେ ଭାରତୀୟ ଅଣ୍ଡର ୧୯ ଦଳର ପ୍ରମୁଖ କୋଚ ରୂପେ ଭାରପ୍ରାପ୍ତ ଅଛନ୍ତି । ରାହୁଲ ଅଣ୍ଡର ୧୯ କୋଚ ଥିବା ସମୟରେ ଦଳ, ଅଣ୍ଡର ୧୯ ବିଶ୍ୱକପ ବିଜେତା ହୋଇଥିଲା ।


Share It

Comments are closed.