ନିଜ ସହଯୋଗୀଙ୍କୁ ଗୁଳି କରି ହତ୍ୟା କଲେ ସିଆରପିଏଫ ଯବାନ


ଗତ କାଲି ଜମ୍ମୁ-କାଶ୍ମୀରର ଉଦମପୁର ଜିଲ୍ଲାରେ କାର୍ଯ୍ୟରେ ନିୟୋଜିତ ଥିବା ଜଣେ ସିଆରପିଏଫ ଯବାନ ନିଜର ତିନି ଜଣ ସହଯୋଗୀଙ୍କୁ ଗୁଳି କରି ହତ୍ୟା କରିଦେବା ସହିତ ନିଜକୁ ଗୁଳି କରି ଆହତ ମଧ୍ୟ କରିଛନ୍ତି । ଉକ୍ତ କନେଷ୍ଟବଳ ଜଣଙ୍କୁ ଚିକିତ୍ସା ପାଇଁ ବର୍ତ୍ତମାନ ଉଦମପୁର ମୁଖ୍ୟ ଡାକ୍ତରଖାନା ପଠାଇଦିଆଯାଇଛି ।
ନିଜ ସହଯୋଗୀଙ୍କୁ ଗୁଳି କରିଥିବା ଉକ୍ତ କନେଷ୍ଟବଳଙ୍କ ନାମ ଅଜିତ ସିଂହ ଅଟେ । ତେବେ ମିଳିଥିବା ସୂଚନା ମୁତାବକ ଅଜିତ ଏବଂ ତାଙ୍କର ତିନି ଜଣ ସହଯୋଗୀ ମଧ୍ୟରେ କୌଣସି ଏକ ଘଟଣାକୁ ନେଇ ଖୁବ ଜୋରସେ ଯୁକ୍ତିତର୍କ ଘଟିଥିଲା । ଯାହାକୁ ନେଇ ଅଜିତ ରାଗିଯାଇ ନିଜ ହିତାହିତ ଜ୍ଞାନ ହରାଇବସିଥିଲେ ଏଭଂ ନିଜର ସର୍ଭିସିଂ ରାଇଫଲ ଦ୍ୱାରା ନିଜ ତିନି ସହଯୋଗୀଙ୍କ ଅକର୍ତିତ ଗୁଳି ଚାଳନା କରିଥିଲୋ ।
ମୃତକଙ୍କ ନାମ ‘ଫୋଖରମଲ’, ‘ଯୋଗିନ୍ଦର ସିଂହ’, ‘ଅମେଦ ସିଂହ’ ଥିବାବେଳେ ଅଜିତ ସିଂହଙ୍କ ସ୍ୱାସ୍ଥ୍ୟବସ୍ଥା ବର୍ତ୍ତମାନ ବହୁତ ଗୁରୁତର ରହିଛି ।


Share It

Comments are closed.