ଅସହାୟ କୁକୁରକୁ ପୋଷ୍ୟ ରୂପେ ଗ୍ରହଣ କଲେ ମାଧୁରୀ


ବଲିଉଡର ଲୋକପ୍ରିୟ ନାୟିକା ମାଧୁରୀ ଏବଂ ତାଙ୍କ ସ୍ୱାମୀ ଶ୍ରୀରାମ ନେନେ ‘ପିପୁଲ ଫର ଏଥିକଲ ଟ୍ରିଟମେଣ୍ଟ ଅଫ ଇଣ୍ଡିଆ’ ଦ୍ୱାରା ଉଦ୍ଧାର କରାଯାଇଥିବା ଏକ କୁକୁର ଛୁଆକୁ ପୋଷ୍ୟ ରୂପେ ଗ୍ରହଣ କରିଛନ୍ତି । ଏହି କୁକୁର ଛୁଆଟିକୁ ଅସହାୟ ଋପେ ଛାଡି ଦିଆଯାଇଥିଲା । କିନ୍ତୁ ମାଧୁରୀ ତାଙ୍କ ପୁଅଙ୍କର ଜନ୍ମଦିନ ଅବସରେ ନିଜ ବଦନ୍ୟତା ଦେଖାଇ ଏହି କୁକୁରଟିକୁ ପୋଷ୍ୟ ରୂପେ ଗ୍ରହଣ କରିଛନ୍ତି ।

ମାଧୁରୀ ଏହି ଅବସରରେ କହିଛନ୍ତି ଯେ, “କୌଣସି କୁକୁର କିମ୍ବା ବିଲେଇକୁ ଅସହାୟ ଛାଡି ଦେବା କୃରତାର ପରିଚୟ ଅଟେ । କିନ୍ତୁ ମୁଁ ବହୁତ ଖୁସି ଯେ, ଆମେ ଏହି କୁକୁର ଛୁଆଟିକୁ ନୂଆ ଜୀବନ ଦେଇପାରିଛୁ । ”
ପ୍ରକାଶ ଥାଉକି, କୌଣସି ଏକ ଅସହାୟ କୁକୁରକୁ ପୋଷ୍ୟ ଋପେ ଗ୍ରହଣ କରିବା ଏହା ମାଧୁରୀଙ୍କ ପାଇଁ ପ୍ରଥମ ଘଟଣା ନୁହେଁ । ଏହା ପୂର୍ବରୁ ଅନ୍ୟ ଏକ ଅସହାୟ କୁକୁରକୁ ପୋଷ୍ୟ ରୂପେ ଗ୍ରହଣ କରିଥିଲେ, ଯାହାରକି ମୃତ୍ୟୁ ହୋଇଯାଇଥିଲା ।


Share It

Comments are closed.