ବାସ୍ତୁ ଅନୁସାରେ ଘରର ସିଡି କେଉଁ ଦିଗକୁ ହେବା ଉଚିତ


ବାସ୍ତୁ ଶାସ୍ତ୍ରରେ ଘରର ପ୍ରତ୍ୟେକଟି ଅଂଶ ପାଇଁ କିଛି ନିୟମ ଉଲ୍ଲେଖ ରହିଛି । ଯାହାର ପାଳନ କରିବା ଦ୍ୱାରା ଘରେ ସୁଖସମୃଦ୍ଧି ଆସିଥାଏ ।ବାସ୍ତୁରେ ଘରର ସିଢି ପାଇଁ ମଧ୍ୟ କିଛି ନିୟମ ରହିଛି । ବାସ୍ତୁଶାସ୍ତର ମୁତାବକ, ଘରର ସିଡିର ନିର୍ମାଣ ଉତ୍ତରରୁ ଦକ୍ଷିଣ ଆଡକୁ କିମ୍ବା ପୂର୍ବରୁ ପଶ୍ଚିମ ଆଡକୁ ହେବା ଉଚିତ । ପୂର୍ବ ଦିଗରେ ସିଡି ନିର୍ମାଣ କରୁଥିଲେ ତାହା ଯେପରି ପୂର୍ବ ଦ୍ୱାର ସହ ସଂଯୋଗ ହୋଇ ନରହିବ ତାହା ଧ୍ୟାନ ଦେବା ଉଚିତ ।


ସିଡି ପାଇଁ ନେତୃତ୍ୱ ବା ଦକ୍ଷିଣ ପଶ୍ଚିମ ଦିଗ ହିଁ ସବୁଠାରୁ ଉତ୍ତମ ସ୍ଥାନ ହୋଇଥାଏ । ଏହି ଦିଗରେ ସିଡି ରହିଲେ ଘରେ ପ୍ରଗତି ହୋଇଥାଏ । ବାସ୍ତୁ ଅନୁଯାୟୀ, ଉତ୍ତର ପୂର୍ବ ବା ଇଶାନ କୋଣରେ ସିଡି ନିର୍ମାଣ କରାଯିବା ଉଚିତ ନୁହେଁ; ଏହାଦ୍ୱାରା ଆର୍ଥିକ ସମସ୍ୟା, ସ୍ୱାସ୍ଥ୍ୟ ହାନି, ଚାକିରି ଓ ବ୍ୟବସାୟରେ ସମସ୍ୟା ସୃଷ୍ଟି ହୋଇଥାଏ । ଦକ୍ଷିଣ ପୂର୍ବରେ ସିଡି ରହିବା ଦ୍ୱାରା ତାହା କ୍ଷତିକାରକ ହୋଇଥାଏ । ଏହାଯୋଗୁ ପିଲାମାନଙ୍କ ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପଡିଥାଏ । ଘର ମାଲିକ ତଳେ ରହୁଥିଲେ ଓ ଉପର ଘର ଭଡା ଦିଆଯାଇଥିଲେ ଘରର ମୁଖ୍ୟ ଦ୍ୱାର ନିକଟରେ ସିଡି ନିର୍ମାଣ କରିବା ଉଚିତ ନୁହେଁ; ଏହାଦ୍ୱାରା ଭଡାରେ ରହୁଥିବା ଲୋକର ଉନ୍ନତି ହୋଇଥାଏ ଓ ଘର ମାଲିକଙ୍କର ଅବନ୍ନତି ହୋଇଥାଏ ।

ସିଡିର ବାସ୍ତୁଦୋଷ ଦୂର କରିବା ପାଇଁ ସିଡି ଆରମ୍ଭ ଓ ଶେଷରେ ଦ୍ୱାର ନିର୍ମାଣ କରନ୍ତୁ, ସିଡିର ତଳେ ଜୋତା-ଚପଲ କିମ୍ବା ବେକାର ସାମଗ୍ରୀ ରଖନ୍ତୁ ନାହିଁ ଏବଂ ମାଟି ପାତ୍ରରେ ବର୍ଷା ପାଣି ଭରି ତାହାକୁ ମାଟି ଢାଙ୍କୁଣିରେ ଢାଙ୍କି ସିଡି ତଳେ ପୋତି ଦିଅନ୍ତୁ ।


Share It

Comments are closed.