ଶୀତ ଦିନେ ବ୍ଲଡ୍ ସୁଗାର ସ୍ତର ନିୟନ୍ତ୍ରିତ ରଖିବ ଏହି ପତ୍ର, ଆଜି ହିଁ ଖାଦ୍ୟରେ ସାମିଲ କରନ୍ତୁ


କରି ଲିଭ୍ସ ବା ଭୃସଙ୍ଗ ପତ୍ର ଭାରତୀୟ ଖାଦ୍ୟରେ ବ୍ୟବହୃତ ହେଉଥିବା ଏକ ଲୋକପ୍ରିୟ ମସଲା ଅଟେ । ଖାଦ୍ୟକୁ ସୁସ୍ୱାଦୁ କରିବା ପାଇଁ ସେଥିରେ ଭୃସଙ୍ଗ ପତ୍ର ବ୍ୟବହାର କରାଯାଇଥିଲା । ସ୍ୱାଦ ସହ ଭୃସଙ୍ଗ ପତ୍ର ମଣିଷ ଶରୀର ପାଇଁ ମଧ୍ୟ ବେଶ ଲାଭଦାୟକ ହୋଇଥାଏ । ଆୟୁର୍ବେଦରେ ମଧ୍ୟ ଅନେକ ଔଷଧରେ ଏହାକୁ ବ୍ୟବହାର କରାଯାଇଥାଏ । ଭୃସଙ୍ଗ ପତ୍ର ଏକ ଆଣ୍ଟି ଅକ୍ସିଡାଣଣ୍ଟ ରୂପେ କାର୍ଯ୍ୟ କରିପାରିଥାଏ ।  ଭୃସଙ୍ଗ ପତ୍ରରେ ଭିଟା କ୍ୟାରୋଟିନ୍ ଭଳି ଆଣ୍ଟି ଅକ୍ସିଡାଣ୍ଟ ଭରପୂର ମାତ୍ରାରେ ରହିଥାଏ । ଏହି କାରଣରୁ ଭୃସଙ୍ଗ ପତ୍ର ହୃଦ୍ରୋଗ, ସଂକ୍ରମଣ ସହ ଡାଏବେଟିସ୍ ରୋଗ ଭଲ କରିବାରେ ମଧ୍ୟ ସହାୟକ ହୋଇଥାଏ । ଏଥିସହିତ ଭୃସଙ୍ଗ ପତ୍ରରେ ଭିଟାମିନ୍ ସି ପ୍ରଚୁର ମାତ୍ରାରେ ରହିଥାଏ । ଭୃସଙ୍ଗ ପତ୍ର ଟାଇପ୍ ଟୁ ଡାଏବେଟିସ୍ ରୋଗୀଙ୍କ ପାଇଁ ଫଳପ୍ରଦ ହୋଇପାରେ ।
ୟୁନିଭର୍ସିଟି ଅଫ୍ ସିକାଗୋର ଟ୍ୟାଙ୍ଗ ସେଣ୍ଟର ଫର୍ ମେଡିସିନ୍ ରିସର୍ଚ୍ଚର ଏକ ସର୍ଭେ ଅନୁଯାୟୀ, ଭୃସଙ୍ଗ ପତ୍ରର ବ୍ୟବହାର ଦ୍ୱାରା ହାଇ ବ୍ଲଡ୍ ସୁଗାର ସ୍ତରକୁ ୪୫% ପର୍ଯ୍ୟନ୍ତ ନିୟନ୍ତ୍ରଣ କରାଯାଇପାରିବ । ଏକ ଅନୁସନ୍ଧାନ ଅନୁଯାୟୀ, ଭୃସଙ୍ଗ ପତ୍ରରେ ଥିବା ଆଣ୍ଟି ହାଇପର୍ଗ୍ଲାସେମିକ୍ ତତ୍ତ୍ୱ ବ୍ଲଡ୍ ସୁଗାରକୁ ନିୟନ୍ତ୍ରଣ କରିବାରେ ସହାୟକ ହୋଇଥାଏ । ଏଥିରେ ଭରପୂର ମାତ୍ରାରେ ଫାଇବର ରହିଥାଏ ଯାହା ପାଚନକ୍ରିୟାକୁ ଉନ୍ନତ କରିଥାଏ । ଏହା ମେଦବହୁଳତାକୁ ମଧ୍ୟ କମ୍ କରିଥାଏ । ଏହା ମଣିଷ ଶରୀରର ପ୍ରତିରୋଧକ ଶକ୍ତିକୁ ବଢାଇଥାଏ ଏବଂ ଉନ୍ନତ ପ୍ରତିରୋଧକ ଶକ୍ତି ଇନ୍ସୁଲିନ୍ର ପ୍ରସାରକୁ ଉନ୍ନତ କରିଥାଏ; ଫଳରେ ଡାଏବେଟିସ୍ ନିୟନ୍ତ୍ରଣରେ ରହିଥାଏ ।
କିଭଳି କରିବେ ଏହାର ବ୍ୟବହାର
-ଆପଣ ପ୍ରତିଦିନ ସକ।।ଳେ ଖାଲି ପେଟରେ ଭୃସଙ୍ଗ ପତ୍ରର ୧୦ଟି ସତେଜ ପତ୍ର ଖାଇପାରିବେ ।
-ଆପଣ ପ୍ରତିଦିନ ସକାଳେ ଭୃସଙ୍ଗ ପତ୍ରର ଜୁସ୍ ମଧ୍ୟ ପିଇପାରିବେ ।
-ଏହାଛଡା ପନିପରିବା, ଚାଉଳ ଓ ସାଲାଡ ଆଦିରେ ଭୃସଙ୍ଗ ପତ୍ରର ବ୍ୟବହାର କରି ତାହାକୁ ଖାଇପାରିବେ ।

Share It

Comments are closed.