ଖୁବ ଶୀଘ୍ର ପୁଣି ଏକ ହଲିଉଡ ଫିଲ୍ମରେ ନଜର ଆସିବେ ପ୍ରିୟଙ୍କା


ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରାଙ୍କ ଆଗାମୀ ହଲିଉଡ ଫିଲ୍ମ ‘ଇଜିଣ୍ଟ ଇଟ ରୋମାଣ୍ଟିକ’ ଭାରତରେ ସିନେମା ହଲ ମାନଙ୍କରେ ରିଲିଜ ହେବା ପରିବର୍ତ୍ତେ ‘ନେଟଫ୍ଲିକ’ରେ ରିଲିଜ ହେବାକୁ ଯାଉଛି । ମିଳିଥିବା ସୂଚନା ମୁତାବକ ଏହି ରୋମାଣ୍ଟିକ କମେଡି ଫିଲ୍ମରେ ରେବଲ ୱିଲସନ, ଲିଏମ ହେମ୍ସୱର୍ଥ ଏବଂ ଏଡିଏ ଡିୱାଇନ ମୁଖ୍ୟ ଭୂମିକାରେ ନଜର ଆସିବେ । ଏହି ଫିଲ୍ମର ପ୍ରିମିୟର ୨୮ ପେବୃଆରୀରେ ରିଲିଜ ହେବାକୁ ଯାଉଛି ।
ଏହି ଫିଲ୍ମଟି ନ୍ୟୁୟର୍କର ଜଣେ ଆର୍କିଟେକ ଉପରେ ପର୍ଯ୍ୟବେଷିତ ହୋଇଛି । ଏହି ଫିଲ୍ମରେ ପ୍ରିୟଙ୍କା ଜଣେ ଯୋଗ ପ୍ରଶିକ୍ଷକଙ୍କ ଭୂମିକାରେ ନଜର ଆସିବେ ।
ପ୍ରକାଶ ଥାଉକି ଏହା ପରେ ପ୍ରିୟଙ୍କା ଖୁବ ଶୀଘ୍ର ତାଙ୍କର ଆଗାମୀ ପ୍ରୋଜେକ୍ଟ ‘ଓସୋ ରାଜନିଷ’ରେ ନିଜର ଆସିବେ । ସେ ଏହି ଫିଲ୍ମରେ ‘ମା’ ଆନନ୍ଦ ସିଲା’ଙ୍କ ଭୂମିକାରେ ନଜର ଆସିବେ । ଏହି ଫିଲ୍ମଟିକୁ ନିର୍ମାଣ କରିବାକୁ ଯାଉଛନ୍ତି ‘ବାରି ଲେଭିନସନ’ ।


Share It

Comments are closed.