ଗିରଫ ହେଲା ଅଣ୍ଡରୱାର୍ଲଡ ଡନ ‘ରବି ପୂଜାରୀ’


ଗତ କାଲି ଅଣ୍ଡରୱାର୍ଲଡ ଡନ ତଥା କୁଖ୍ୟାତ ମାଫିଆ ରବି ପୂଜାରୀଙ୍କୁ ସାଉଥ ଆଫ୍ରିକାର ‘ସେନେଗଲ’ ସହରରୁ ଗିରଫ କରାଯାଇଛି । ଗୁଇନ୍ଦା ଏଜେନ୍ସିଙ୍କ ଇନପୁଟ ଆଧାରରେ ତାଙ୍କୁ ଗିରଫ କରାଯାଇଛି । ତାଙ୍କ ଗତିବଧି ଉପରେ ଭାରତୀୟ ଗୁଇନ୍ଦା ଏଜେନ୍ସି ଲାଗାତର ନଜର ରଖୁଥିଲେ । ବର୍ତ୍ତମାନ ତାଙ୍କୁ ଭାରତ ଆଣିବା ପାଇଁ ଯୋଜନା ଚାଲିଛି । ପୂଜାରୀଙ୍କ ବିରୋଧରେ ଦେଶରେ ଏକାଧିକ ମାମଲା ରହିଛି ।
ଗତ ବର୍ଷ ଗୁଜୁରାଟର ବିଜେପି ବିଧାୟକ ‘ଜିଗ୍ନେଶ ମେୱାଣୀ’ ପୋଲିସ ନିକଟରେ ଏକ ମାମଲା ରୁଜୁ କରିଥିଲେ, “ଯେଉଁଥିରେ ପୂଜାରୀ ତାଙ୍କୁ ଜୀବନରୁ ମାରିଦେବା ପାଇଁ ଧମକ ଦେଇଥିଲେ । ” କେବଳ ଏତିକି ନୁହେଁ ପୂଜାରୀଙ୍କ ନିଶାଣରେ ବଲିଉଡର ଅନେକ ବିଶିଷ୍ଟ ଅଭିନେତା ମଧ୍ୟ ଥିଲେ । ସେ ୨୦୧୪ରେ ମହେଶ ଭଟ୍ଟ ଏବଂ ଫରା ଖାନଙ୍କୁ ମାରିବା ପାଇଁ ଷଡଯନ୍ତ୍ର ରଚିଥିଲେ । ରବି ପୂଜାରୀ ଅଣ୍ଡରୱାର୍ଲଡ ଡନ ଦାଉଦ ଇବ୍ରାହିମର ସାଥୀ ଛୋଟା ରାଜନକୁ ନିଜ ଗୁରୁ ମାନୁଥିଲା ।


Share It

Comments are closed.