ପୂର୍ବତ୍ତନ ସାଂସଦଙ୍କ ପୁତୁରାଙ୍କୁ ଗୁଳି କରି ହତ୍ୟା


ବିହାରର ରାଷ୍ଟ୍ରୀୟ ଜନତା ଦଳର ପୂର୍ବତ୍ତନ ସାଂସଦ ତଥା ବାହୁବଳୀ ନେତା ମହମ୍ମଦ ସାହାବୁଦ୍ଦିନଙ୍କ ପୁତୁରାଙ୍କୁ ଗତ କାଲି ଦୁର୍ବୃତ୍ତମାନେ ଗୁଳି କରି ହତ୍ୟା କରିଛନ୍ତି । ୟୁସୁଫଙ୍କ ହତ୍ୟା ପରେ ବର୍ତ୍ତମାନ ସାରା ଅଞ୍ଚଳରେ ଭୟର ବାତ୍ତାବରଣ ଖେଳିଯାଇଛି । ଦୁର୍ବୃତ୍ତମାନେ ୟୁସୁଫଙ୍କୁ ଖୁବ ନିକଟରୁ ଗୁଳି କରିଥିଲେ । ଯାହାଫଳରେ ଲୋକମାନେ ତାଙ୍କୁ ମେଡିକାଲ ନେଇଯାଇଥିଲେ ଏବଂ ସେଠାରେ ତାଙ୍କୁ ଡାକ୍ତର ମୃତ୍ୟୁ ଘୋଷଣା କରିଥିଲା ।
ୟୁସୁଫଙ୍କ ହତ୍ୟା ଖବର ମିଳିବା ପରେ ମେଡିକାଲରେ ସମର୍ଥକଙ୍କ ପ୍ରବଳ ଭିଡ ଜମିବା ସହ ହଙ୍ଗମା ମଧ୍ୟ କରିଥିଲେ । ପୋଲିସ ସେଠାରେ ପହଞ୍ଚି ପରସ୍ଥିତିକୁ ନିୟନ୍ତ୍ରଣ କରିଥିଲା । ପୋଲିସ ବର୍ତ୍ତମାନ ଆସାମୀକୁ ଧରିବା ପାଇଁ ପ୍ରୟାସ ଜୋରଦାର ଚଳାଇବା ସହ ବିଭିନ୍ନ ଅଞ୍ଚଳରେ ଚଢାଉ ଅଭିଯାନ ମଧ୍ୟ ଆରମ୍ଭ କରିଦେଲାଣି ।
ପ୍ରକାଶ ଥାଉକି ସାହାବୁଦ୍ଦିନଙ୍କ ନାମରେ ଏକାଧିକ ନରହତ୍ୟା ଏବଂ ଅପହରଣ ମାମଲା ରହିଛି । ଯେଉଁଥିପାଇଁ ସେ ଅନେକ ଦିନ ହେବ ତିହାଡ ଜେଲରେ ବନ୍ଦୀ ହୋଇ ଅଛନ୍ତି ।


Share It

Comments are closed.