ସିଗାରେଟ ଟାଣି ସମାଲୋଚନାର ଶୀକାର ହେଲେ ପ୍ରିୟଙ୍କା


ସୋସିଆଲ ମିଡିଆରେ ବର୍ତ୍ତମାନ ପ୍ରିୟଙ୍କା ଚୋପ୍ରାଙ୍କର ସିଗାରେଟ ଟାଣିବାର ଏକ ଫଟୋ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ତାଙ୍କୁ, ମା’ ମଧୁ ଚୋପ୍ରା ଏବଂ ସ୍ୱାମୀ ନିକି ଜୋନ୍ସଙ୍କ ସହ ବସିଥିବାର ଦେଖିବାକୁ ମିଳିଛି । ପ୍ରିୟଙ୍କାଙ୍କ ହାତରେ ସିଗାରେଟ ଅଛି । ଏହି ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ୟୁଜର୍ସ ପ୍ରିୟଙ୍କାଙ୍କୁ ଖୁବ ସମାଲୋଚନା ମଧ୍ୟ କରିବାକୁ ଲାଗିଲେଣି ।
ଭାଇରାଲ ହୋଇଥିବା ଏହି ଫଟୋଟି ମେମିସର ଅଟେ, ଯେଉଁଠାରେ ସେ ନିଜ ପରିବାର ସହିତ ଜନ୍ମଦିନ ପାଳନ କରୁଥିଲେ । ପ୍ରକାଶ ଥାଉକି, ଏକଦା ପ୍ରିୟଙ୍କା ଥରେ କହିଥିଲେ ଯେ, ଦୀପାବଳୀ ସମୟରେ ତାଙ୍କର ଆସ୍ଥମା ସମସ୍ୟା ବଢିଯାଏ ଏବଂ ଏଥିପାଇଁ ନିଶ୍ୱାସ ପ୍ରଶ୍ୱାସ ନେବାରେ ସମସ୍ୟା ଉପୁଜୁ ଥାଏ । ଗତ ବର୍ଷ ପ୍ରିୟଙ୍କାଙ୍କ ଏହି ମନ୍ତବ୍ୟର ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା ।


ବର୍ତ୍ତମାନ, ପ୍ରିୟଙ୍କାର ଏହି ଭାଇରାଲ ହୋଇଥିବା ଫଟୋ ଦେଖି ଅନେକ ୟୁଜର୍ସ ତାଙ୍କୁ ସମାଲୋଚନା ମଧ୍ୟ କରିବାକୁ ଲାଗିଲେଣି ।


Share It

Comments are closed.