‘ଚନ୍ଦ୍ରାୟଣ ୨’ର ସଫଳ ପରୀକ୍ଷଣ ପରେ କିଛି ଏଭଳି ଭାବେ ଅଭିନନ୍ଦନ ଜଣାଇଲେ ଦେଶବାସୀ


ମହାକାଶ ବିଜ୍ଞାନ କ୍ଷେତ୍ରରେ ପୁଣିଥରେ ଭାରତ ରଚିଛି ଏକ ନୂଆ ଇତିହାସ । ଆଜି ଅପରାହ୍ନ ୨ଟା ୪୩ ମିନିଟରେ ଭାରତର ସର୍ବାଧିକ ମହତ୍ତ୍ୱାକାଂକ୍ଷୀ ମହାକାଶ ଅଭିଯାନ ‘ଚନ୍ଦ୍ରାୟଣ ୨’ର ସଫଳ ପରୀକ୍ଷଣ କରାଯାଇଛି ।
‘ଚନ୍ଦ୍ରଯାନ-୨’ ମହାକାଶ ଯାନର ଓଜନ ୩.୮ ଟନ୍‌। ଏହା ସମୁଦାୟ ୯୭୮ କୋଟି ଟଙ୍କାର ପ୍ରକଳ୍ପ। ମହାକାଶ ଯାନ ପାଇଁ ୬୦୩ କୋଟି ଏବଂ ‘ଜିଏସଏଲ୍‌ଭି ଏମ୍‌କେ-୩’ ରକେଟ୍‌ ପାଇଁ ୩୭୫ କୋଟି ଟଙ୍କା ଖର୍ଚ୍ଚ ହୋଇଛି । ଗୋଟିଏ ଅର୍ବିଟର , ଗୋଟିଏ ଲ୍ୟାଣ୍ଡର (ବିକ୍ରମ) ଏବଂ ଗୋଟିଏ ରୋଭର (ପ୍ରଜ୍ଞା)କୁ ନେଇ ଗଠିତ ହୋଇଛି ଚନ୍ଦ୍ରଯାନ-୨। ଭାରତର ମହାକାଶ ଅଗ୍ରଦୂତ ବିକ୍ରମ ସରାଭାଇଙ୍କ ସ୍ମୃତିରେ ଇସ୍ରୋ ଚନ୍ଦ୍ରଯାନର ଲ୍ୟାଣ୍ଡର୍‌ ନାମ ‘ବିକ୍ରମ’ ଏବଂ ରୋଭରର ନାମ ‘ପ୍ରଜ୍ଞା’ ରଖିଛି। ପ୍ରକ୍ଷେପଣର ୪୮ ଦିନ ପରେ ଲ୍ୟାଣ୍ଡର ଚନ୍ଦ୍ରପୃଷ୍ଠର ଦକ୍ଷିଣ ମେରୁରେ ଅବତରଣ କରିବ। ଏହାପରେ ରୋଭର ଲ୍ୟାଣ୍ଡରଠାରୁ ଅଲଗା ହୋଇ ଚନ୍ଦ୍ରପୃଷ୍ଠରେ ୧୪ ଦିନ ପର‌୍ୟ୍ୟନ୍ତ ଅନୁଧ୍ୟାନ ଜାରି ରଖିବ। ଉଭୟ ରୋଭର ଏବଂ ଲ୍ୟାଣ୍ଡର ୧୪ ଦିନ ପର‌୍ୟ୍ୟନ୍ତ କାର‌୍ୟ୍ୟ କରିବେ। ଅର୍ବିଟର ବର୍ଷେ ପର‌୍ୟ୍ୟନ୍ତ କାର‌୍ୟ୍ୟକ୍ଷମ ରହି ଏହାର ମିସନ୍‌ ଜାରି ରଖିବ। ଏହି ମିସନ୍‌ରେ ୧୩ଟି ଭାରତୀୟ ପେଲୋଡ ରହିଛି। ରୋଭର୍‌ ଚନ୍ଦ୍ରପୃଷ୍ଠରେ ମାଗ୍ନେସିୟମ, କାଲସିୟମ, ଆଇରନ୍‌ ଭଳି ଉପାଦାନର ସନ୍ଧାନ ପାଇଁ ଚନ୍ଦ୍ରପୃଷ୍ଠରେ ଥିବା

ଚନ୍ଦ୍ରର ଅନ୍ଧକାର ପାର୍ଶ୍ବକୁ ମଧ୍ୟ ଏହି ମିସନ୍‌ ଅଧ୍ୟୟନ କରିବ।
ଜିଏସ୍‌ଏଲ୍‌ଭି ଏମ୍‌କେ-୩ ‘ବାହୁବଳୀ’ ରକେଟ୍‌ ୩.୮ ଟନ୍‌ର ଚନ୍ଦ୍ରଯାନକୁ ବହନ କରି ମହାକାଶକୁ ନେଇଛି । ଚନ୍ଦ୍ରଯାନ-୨ରେ ଖଂଜା ଯାଇଥିବା ‘ପେଲୋଡ’ ଗୁଡ଼ିକ ଚନ୍ଦ୍ରର ଗଠନ ଏବଂ ପୃଥିବୀ ସହ ଏହା କିଭଳି ଜଡ଼ିତ ତାହା ବୁଝାଇବାରେ ସହାୟକ ହେବ। ଏହାବାଦ୍‌ ଚନ୍ଦ୍ରପୃଷ୍ଠରେ ବରଫ ପାଲଟି ଯାଇଥିବା ଜଳ ସନ୍ଧାନର ଲକ୍ଷ୍ୟ ମଧ୍ୟ ଏହି ମିସନ୍‌ର ଅନ୍ତର୍ଭୁକ୍ତ।

ଆମେରିକା, ରୁଷ୍‌ ଏବଂ ଚୀନ୍‌ ପରେ ଭାରତ ଚତୁର୍ଥ ଦେଶ ଭାବେ ଚନ୍ଦ୍ରରେ ସୂକ୍ଷ୍ମ ଅବତରଣ କରିବ। ୨୦୦୮ ଅକ୍ଟୋବର ୨୨ ତାରିଖରେ ଚନ୍ଦ୍ରଯାନ-୧ ଉତ୍‌କ୍ଷେପଣ ହୋଇଥିଲା। ଭାରତର ପ୍ରଥମ ମାନବବିହୀନ ଚନ୍ଦ୍ର ଅଭିଯାନ ପାଇଁ ୫୪୧ କୋଟି ଖର୍ଚ୍ଚ ହୋଇଥିଲା। ଚନ୍ଦ୍ରଯାନ-୧ ଚନ୍ଦ୍ରପୃଷ୍ଠରେ ପାଣି ଥିବା ସ୍ପଷ୍ଟ କରିଥିଲା।


ଆନ୍ଧପ୍ରଦେଶର ଶ୍ରୀହରିକୋଟରୁ ସଫଳତାର ସହ ‘ଚନ୍ଦ୍ରାୟଣ ୨’ର ପରୀକ୍ଷଣ କରାଯାଇଛି । ଏହା ସହ ସୋସିଆଲ ମିଡିଆରେ ‘ଚନ୍ଦ୍ରାୟଣ ୨’ର ସଫଳ ପରୀକ୍ଷଣ ପାଇଁ ଅନେକ ୟୁଜର୍ସ ‘ଇସ୍ରୋ’କୁ ଅଭିନନ୍ଦନ ଏବଂ ଶୁଭେଚ୍ଛା ମଧ୍ୟ ଜଣାଇଛନ୍ତି । ରିପୋର୍ଟ ଅନୁଯାୟୀ, ‘ଚନ୍ଦ୍ରାୟଣ ୨’ପ୍ରାୟ ୩,୮୪,୦୦୦ କିଲୋମିଟରର ଯାତ୍ରା ଅତିକ୍ରମ କରି ୪୮ ତମ ଦିନରେ ଏହା ଚନ୍ଦ୍ରରେ ଲାଣ୍ଡିଙ୍ଗ କରିବ ।


Share It

Comments are closed.