ୱେଷ୍ଟଇଣ୍ଡିଜ ଗସ୍ତ ପାଇଁ ଘୋଷଣା ହେଲା ଭାରତୀୟ ଦଳ


ୱେଷ୍ଟଇଣ୍ଡିଜ ଗସ୍ତ ପାଇଁ ଗତ କାଲି ବିସିସିଆଇ ପକ୍ଷରୁ ଟି-୨୦ ଏବଂ ଦିନିକିଆ ମ୍ୟାଚ ପାଇଁ ଭାରତୀୟ ଦଳର ଘୋଷଣା କରାଯାଇଛି । ମୁମ୍ବାଇରେ ଚୟନକର୍ତ୍ତାଙ୍କ ଦୀର୍ଘ ତିନି ଘଣ୍ଟାର ଆଲୋଚନାଚକ୍ର ପରେ ଏହି ଘୋଷଣା କରାଯାଇଛି । ଏହି ଆଲୋଚନା ବିସିସିଆଇ ମୁଖ୍ୟ କାର୍ଯ୍ୟାଳରେ ଚାଲିଥିବାବେଳେ ଏଥିରେ ଅଧିନାୟକ ବିରାଟ କୋହଲି ମଧ୍ୟ ସାମିଲ ଥିଲେ । ଭାରତ, ୱେଷ୍ଟଇଣ୍ଡିଜରେ ତିନୋଟି ଟି-୨୦ ମ୍ୟାଚ, ଦିନିକିଆ ସିରିଜ ଏବଂ ତିନୋଟି ଟେଷ୍ଟ ମ୍ୟାଚ ଖେଳିବାର କାର୍ଯ୍ୟକ୍ରମ ରହିଛି ।
ପ୍ରଥମେ ଏହା ଶୁଣିବାକୁ ମିଳୁଥିଲା ଯେ, ବିରାଟ କୋହଲିଙ୍କୁ ଟି-୨୦ ଏବଂ ଦିନିକଆ ସିରିଜରୁ ବିଶ୍ରାମ ଦିଆ ଯାଇପାରେ । କିନ୍ତୁ ଏହା ହେଲା ନାହିଁ । ପ୍ରକାଶ ଥାଉକି, ଟି-୨୦ ପାଇଁ ଦୀପକ ଚହର ଏବଂ ରାହୁଲ ଚହର ଉଭୟଙ୍କୁ ଚୟନ କରାଯାଇଛି ।


ଦୁଇଟି ଟେଷ୍ଟ ମ୍ୟାଚର ସିରିଜ ପାଇଁ ଚୟନ ହୋଇଥିବା ଖେଳାଳୀମାନେ ହେଲେ : ବିରାଟ କୋହଲି, ଅଜିଙ୍କେ ରାହାଣେ, ମୟଙ୍କ ଅଗ୍ରୱାଲ, କେଏଲ ରାହୁଲ, ଚେତେଶ୍ୱର ପୂଜାରା, ହନୁମା ବିହାରୀ, ରୋହିତ ଶର୍ମା, ରିଷଭ ପନ୍ତ, ରିଧିମାନ ଶାହା, ଆର ଅଶ୍ୱୀନ, ରବିନ୍ଦ୍ର ଜାଡେଜା, କୁଦଲୀପ ଯାଦବ, ଇଶାନ୍ତ ଶର୍ମା, ଯଶପ୍ରୀତ ବୁମରା , ଉମେଶ ଯାଦବ ।


ତିନୋଟି ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜ ପାଇଁ ଚୟନ ହୋଇଥିବା ଖେଳାଳୀମାନେ ହେଲେ : ବିରାଟ କୋହଲି, ରୋହିତ ଶର୍ମା, ଶିଖର ଧାୱାନ, କେଏଲ ରାହୁଲ, ଶ୍ରେୟସ ଆୟାର, ମନୀଷ ପାଣ୍ଡେ, ରିଷଭ ପନ୍ତ, ରବିନ୍ଦ୍ର ଯାଡେଜା, କୁଲଦୀପ ଯାଦବ, ୟୁଜବିନ୍ଦ୍ର ଚହଲ, କେଦାର ଯାଦବ, ମହମ୍ମଦ ଶାମୀ, ଭୁବନେଶ୍ୱର କୁମାର, ଖଲିଲ ଅହମ୍ମଦ, ନବଦୀପ ଶୋନୀ ।


ତିନୋଟି ଟି-୨୦ ମ୍ୟାଚ ପାଇଁ ଚୟନ ହୋଇଥିବା ଖେଳାଳୀମାନେ ହେଲେ : ବିରାଟ କୋହଲି, ରୋହିତ ଶର୍ମା, ଶିଖର ଧାୱାନ, କେଏଲା ରାହୁଲ, ଶ୍ରେୟସ ଆୟର, ମନୀଷ ପାଣ୍ଡେ, ରିଷଭ ପନ୍ତ, କୁନାଲ ପାଣ୍ଡିଆ, ରବିନ୍ଦ୍ର ଯାଡେଜା, ୱାସିଙ୍ଗଟନ ସୁନ୍ଦର, ରାହୁଲ ଚହର, ଭୁବନେଶ୍ୱର କୁମାର, ଖଲିଲ ଅହମ୍ମଦ, ଦୀପକ ଚହର, ନବଦୀପ ସୋନୀ ।


Share It

Comments are closed.