ପୂର୍ବତ୍ତନ ବିଦେଶମନ୍ତ୍ରୀ ସୁଷମା ସ୍ୱରାଜଙ୍କୁ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରି ଭାବୁକ ହେଲେ ପ୍ରଧାନମନ୍ତ୍ରୀ


ପୂର୍ବତ୍ତନ ବିଦେଶମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତ୍ରୀ ସୁଷମା ସ୍ୱରାଜଙ୍କର ଗତ ମଙ୍ଗଳବାର ଦିନ ପରଲୋକ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୬୭ ବର୍ଷ ହୋଇଥିଲା । ଗତ ମଙ୍ଗଳବାର ରାତିରେ ହଠାତ ତାଙ୍କ ସ୍ୱାସ୍ଥ୍ୟବସ୍ଥା ବଗିଡିଯିବା ଫଳରେ ତାଙ୍କୁ ତୁରନ୍ତ ଏମ୍ସରେ ଭର୍ତ୍ତି କରାଇଯାଇଥିଲା । ସେ ଏମ୍ସରେ ଚିକିତ୍ସାଧିନ ଅବସ୍ଥାରେ ଥିବାବେଳେ ତାଙ୍କ ମୃତ୍ୟୁ ଘଟିଛି ।
ତାଙ୍କ ମୃତ୍ୟୁ ପରେ ବର୍ତ୍ତମାନ ଜାତୀୟ ରାଜନୀତିରେ ଏକ ବିଶାଳ ଶୂନ୍ୟସ୍ଥାନ ସୃଷ୍ଟି ହୋଇଥିବାବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଠାରୁ ଆରମ୍ଭ ରାଷ୍ଟ୍ରପତିଙ୍କ ପର୍ଯ୍ୟନ୍ତ ସମସ୍ତେ ଏହାକୁ ନେଇ ନିଜ ଶୋକବ୍ୟକ୍ତ ମଧ୍ୟ କରିଛନ୍ତି ।
ଏହି ଦୁଃଖଦ ସମୟରେ ପ୍ରଧାନମନ୍ତ୍ରୀ ନିଜ ଶୋକ ବ୍ୟକ୍ତ କରି କହିଛନ୍ତି ଯେ, “ଭାରତୀୟ ରାଜନୀତିରେ ଏର ଗୌରବଶାଳୀ ଅଧ୍ୟାୟର ଅନ୍ତ ଘଟିଛି । ଭାରତ ଆଜି ଜଣେ ଅଶାଧାରଣ ନେତାଙ୍କ ନିଧିନରେ ଦିଗହରା ହୋଇପଡିଛି , ଯିଏକି ଜନସେବା ଏବଂ ନିର୍ଧନଙ୍କ ଜୀବନରେ ସୁଧାର ଆଣିବା ପାଇଁ ନିଜକୁ ଦେଶ ପାଇଁ ସମର୍ପିତ କରିଦେଇଥିଲେ । ସୁଷମାଜୀ ନିଜ ଠାରୁ ନିଜେ ଅଲଗା ଥିଲେ ଏବଂ କୋଟି କୋଟି ଲୋକଙ୍କ ପାଇଁ ସେ ପ୍ରେରଣାର ଉତ୍ସ ଥିଲେ ।”
ପ୍ରକାଶ ଥାଉକି, ଗୃହମନ୍ତ୍ରୀଙ୍କ ସମେତ ଅନେକ କେନ୍ଦ୍ରମନ୍ତ୍ରୀ ଏବଂ ନେତା ସୁଷମାଙ୍କ ସ୍ଥିତି ବୁଝିବା ପାଇଁ ଏମ୍ସ ପହଞ୍ଚିଥିଲେ । ଆଜି ୩ଟା ବେଳେ ଲୋଧାରୋଡ ସ୍ଥିତ ମଶାଣିରେ ତାଙ୍କ ଅନ୍ତିମ ସଂସ୍କାର କରାଯିବ । ଏହା ପୂର୍ବରୁ ତାଙ୍କ ପାର୍ଥିବ ଶରୀରକୁ ବିଜେପି ମୁଖ୍ୟ କାର୍ଯ୍ୟାଳୟକୁ ନିଆଯିବ ।


Share It

Comments are closed.