ଧାରା ୩୭୦ ଉଚ୍ଛେଦକୁ ସମର୍ଥନ କରି ପାକିସ୍ତାନରେ ଲାଗିଲା ପୋଷ୍ଟର, ଭିଡିଓ ଭାଇରାଲ


କାଶ୍ମୀରରେ ଧାରା ୩୭୦ ଉଚ୍ଛେଦ ହେବା ପରେ ବର୍ତ୍ତମାନ ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଏହାର ପ୍ରଭାବ ଦେଖାଯାଇଛି । କାଶ୍ମୀରରେ ଭାରତ ସରକାରଙ୍କର ଦ୍ୱାରା ଆଗତ କରାଯାଇଥିବା ଧାରା ୩୭୦ ଉଚ୍ଛେଦ ନିଷ୍ପତିକୁ ସମର୍ଥନ କରୁଥିବା ଅନେକ ପୋଷ୍ଟର ବର୍ତ୍ତମାନ ପାକିସ୍ତାନର ରାଜଧାନୀ ଇସଲାମାବାଦର ବିଭିନ୍ନ ଅଞ୍ଚଳରେ ଲାଗିଥିବାର ଏକ ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ ଜୋରସେ ଭାଇରାଲ ହେବାରେ ଲାଗିଛି ।
ଇସଲାମାବାଦରୁ ଭାଇରାଲ ହୋଇଥିବା ଏହି ପୋଷ୍ଟରର ଭିଡିଓରେ ଏହା ଲେଖାଯାଉଛି ଯେ,“ଆଜି ଜମ୍ମୁ କାଶ୍ମୀର ନେଇଛି । କାଲି ବଲୋଚିସ୍ତାନ ଏବଂ ପିଓକେ ନେବୁ । ବିଶ୍ୱାସ ଅଛି ଦେଶର ପ୍ରଧାନମନ୍ତ୍ରୀ ଅଖଣ୍ଡ ଭାରତର ସ୍ୱପ୍ନ ନିଶ୍ଚିତ ପୂରଣ କରିବେ ।”


ସବୁଠାରୁ କୌତୁକର କଥା ଏହା ଯେ, ଏହି ପୋଷ୍ଟରରେ ଶିବସେନା ନେତା ସଞ୍ଜୟ ରାଉତଙ୍କ ଟିପ୍ପଣୀ ମଧ୍ୟ ସାମିଲ ରହିଛି । ଯେଉଁଥିରେ କୁହାଯାଇଛି ଯେ, ଭାରତ ସେହି ଭଳି ବେଲୁଚିସ୍ତାନ ଏବଂ ପିଓକେ ଦଖଲ କରିବ ଯେଉଁଭଳି କାଶ୍ମୀରରେ ଧାରା ୩୭୦କୁ ଉଚ୍ଛେଦ କରି ଭାରତ, କାଶ୍ମୀର ଦଖଲ ଅଭିଯାନ ଆରମ୍ଭ କଲା ।


Share It

Comments are closed.