ଅନ୍ୟ ଅଭିନେତ୍ରୀଙ୍କ ପରି ପୂଜା ମଧ୍ୟ ଯୌନ ଉତ୍ପୀଡନର ଶୀକାର ହୋଇଛନ୍ତି


ଫିଲ୍ମ ନିର୍ମାତା ମହେଶ ଭଟ୍ଟଙ୍କ ବଡ ଝିଅ ତଥା ଅଭିନେତ୍ରୀ ପୂଜା ଭଟ୍ଟ ହୁଏତ ବର୍ତ୍ତମାନ ଫିଲ୍ମ ଜଗତରୁ ଦୂରେଇ ରହିଛନ୍ତି କିନ୍ତୁ ସେ ଖୁବ ଶୀଘ୍ର ନିଜର ଆଗାମୀ ଫିଲ୍ମ “ସଡକ ୨”ରେ ନଜର ଆସିବାକୁ ଯାଉଛନ୍ତି । ଏହି ଫିଲ୍ମରେ ତାଙ୍କ ସହିତ ଆଲିଆ ଭଟ୍ଟ ଏବଂ ସଞ୍ଜୟ ଦତ୍ତ ମଧ୍ୟ ନଜର ଆସିବେ । ସବୁବେଳେ ନିଜକୁ ବିବାଦରୁ ଦୂରେଇ ରଖୁଥିବା ପୂଜା ଭଟ୍ଟ ଇଣ୍ଡିଆ ଟୁଡେ କନକ୍ଲେଭରେ ନିଜ ଜୀବନକୁ ନେଇ ଏଭଳି କିଛି ତଥ୍ୟ ସାମନାକୁ ଆଣିଛନ୍ତି, ଯାହାକି ବର୍ତ୍ତମାନ ଚର୍ଚ୍ଚାର ବିଷୟ ପାଲଟିଯାଇଛି ।
ସେ ଏହି କନକ୍ଲେଭ କହିଛନ୍ତି ଯେ, “ସେ ଜଣେ ମଦୁଆଙ୍କ ସହିତ ସମ୍ପର୍କରେ ଥଲେ ଏବଂ ତାଙ୍କ ଠାରୁ ଉତ୍ପୀଡନର ଶୀକର ମଧ୍ୟ ହୋଇଛନ୍ତି । ମୁଁ ଭଲ ପାଉଥିବା ଉକ୍ତ ବ୍ୟକ୍ତି ଜଣକ ସବୁବେଳେ ମଦ ପିଇ ମୋତେ ମାରୁଥିଲା କିନ୍ତୁ ମୁଁ ଯେତେବେଳେ ଏହି କଥା ଲୋକଙ୍କ ସାମନାରେ କହିବାକୁ ଚାହିଁଲି ସେତେବେଳେ ସମସ୍ତେ ମୋ ଉପରେ ପ୍ରଶ୍ନ ଉଠାଇଲେ । କେବଳ ଏତିକି ନୁହେଁ ମୁଁ ମହେଶ ଭଟ୍ଟଙ୍କ ଭଳି ବଡ ଫିଲ୍ମ ନିର୍ଦ୍ଦେଶକଙ୍କ ଝିଅ ହେବା ସତ୍ତେ୍ୱ ବି ମୋ ସହ ହୋଇଥିବା ଏହି ଖରାପ ବ୍ୟବହାର ପାଇଁ ମୁଁ ଖୁବ ଦୁଃଖିତ ଥିଲି । ”

ଏହି ଅବସରରେ ଉତ୍ପୀଦନର ଶୀକାର ହୋଇଥିବା ମହିଳାଙ୍କ ସହ ପୂଜା ଖୋଲାଖୋଲି କଥା ହୋଇଥିଲେ । ସେ ଏହି ପରୀପ୍ରେକ୍ଷୀରେ କହିଥିଲେ ଯେ, ୯୦ ପ୍ରତିଶତ ମହିଳା ଘରେ ମଧ୍ୟ ସୁରକ୍ଷିତ ନାହାନ୍ତି । ସେମାନେ ଘରେ ଥାଇ ମଧ୍ୟ ଉତ୍ପୀଡନର ଶୀକାର ହୋଇଥାନ୍ତି ଏବଂ ଡରି ମରି ତାଙ୍କ ସହିତ ହିଁ ରହିବାକୁ ପସନ୍ଦ କରନ୍ତି । ଯେଉଁଟାକି ଯାମାରୁବି ଠିକ ନୁହେଁ ।
ଶାରୀରିକ ଉତ୍ପୀଡନ ସଂପର୍କରେ ପୂଜା ନିଜ ସମ୍ବନ୍ଧରେ କହିଛନ୍ତି ଯେ, “ଥରେ ସେ ତାଙ୍କ ସାଙ୍ଗଙ୍କ ସହିତ ଫ୍ଲାଇଟରେ ଯିବା ସମୟରେ ଉକ୍ତ ସାଙ୍ଗ ଜଣକ ତାଙ୍କ ଛାତି ହାତ ମାରିବାକୁ ଚେଷ୍ଟା କରିଥିଲେ । ”
ପୂଜା କହିଛନ୍ତି ଯେ, ୧୧ ବର୍ଷ ଏକାଠି ରହିବା ପରେ ୨୦୧୪ରେ ତାଙ୍କ ବିବାହ ଭାଙ୍ଗିଯାଇଥିଲା । ପ୍ରକାଶ ଥାଉକି ପୂଜା, ୨୦୦୩ରେ ପୂଜା ବିଶିଷ୍ଟ ବ୍ୟବସାୟୀ ମନୀଷ ମାଖିଜୀଙ୍କୁ ବିବାହ କରିଥିଲେ । ୨୦୧୪ରେ ଉଭୟ ପରସ୍ପର ଠାରୁ ଅଲଗା ହୋଇଯାଇଥିଲେ ।


Share It

Comments are closed.