ହିକୋକି ପକ୍ଷରୁ ଭାରତ ପାଇଁ ନୂତନ ବ୍ୟବସାୟ ଯୋଜନା


ପାୱାର ଟୁଲ ଏବଂ ଜୀବ ବିଜ୍ଞାନ ଯନ୍ତ୍ରାଂଶ ନିର୍ମାଣ କ୍ଷେତ୍ରରେ ଅଗ୍ରଣୀ, ହିଟାଚି କୋକି ପକ୍ଷରୁ ଭାରତରେ ଆକ୍ରମଣାତ୍ମକ ବ୍ୟବସାୟ ଯୋଜନାର ଶୁଭାରମ୍ଭ କରାଯାଇଛି । ବର୍ତ୍ତମାନ ‘ହିକୋକି’ ନାମରେ ପୁନଃବ୍ରାଣ୍ଡିଂ ହୋଇଥିବା କମ୍ପାନୀ ୧୯୯୬ରୁ ଭାରତରେ ତାର କାର୍ଯ୍ୟ ପରିଚାଳନା କରିଆସୁଛି ଏବଂ ଏହା ହେଉଛି ଏସିଆରେ ଦୃତ ସହାୟକ କମ୍ପାନୀ (ଜାପାନ୍ ପରେ) । ହିକୋକି ଇଣ୍ଡିଆ ଗତ ୨୦ ବର୍ଷଧରି ସିଏଜିଆରରେ ୧୬% ହାରରେ ପଞ୍ଜିକୃତ ହୋଇଆସୁଛି । ୨୦୨୦ ସୁଦ୍ଧା ଏହାର ଡ଼ିଲର ସଂଖ୍ୟାକୁ ୬୦୦ ରୁ ୧୦୦୦ରେ ପହଞ୍ଚାଇବାକୁ କମ୍ପାନର ଲକ୍ଷ୍ୟ ରଖିଛି ।
ହିଟାଚି କୋକି ପ୍ରାୟତଃ ସମସ୍ତ ବିଭାଗରେ ଏହାର ଅତ୍ୟାଧୁନିକ ଜ୍ଞାନକୌଶଳ, ସ୍ଥାୟିତ୍ୱ ଏବଂ ନିମ୍ନ ମେଣ୍ଟେନାନ୍ସ ଟୁଲସ୍ ପାଇଁ ଭଲରୁପେ ଜଣାଶୁଣା । ୨୦୧୭-୧୮ ଆର୍ଥିକ ବର୍ଷରେ, ହିକୋକି ଇଣ୍ଡିଆ ୩,୬୦,୦୦୦ ଟୁଲସ୍ ବିକ୍ରି କରିଛି ଏବଂ ୨୦୧୮-୧୯ ଆର୍ଥିକ ବର୍ଷରେ ୪,୦୦,୦୦୦ ଟୁଲସ୍ ବିକ୍ରି କରିବାକୁ ଲକ୍ଷ୍ୟଧାର୍ଯ୍ୟ କରିଛି । ଏକକାଳୀନଭାବରେ ଏହା ରିବ୍ରାଣ୍ଡିଂ ପଦକ୍ଷେପ ସୁରୂପ, କମ୍ପାନୀ ପକ୍ଷରୁ ଆହୁରୀ ମଧ୍ୟ ନୂତନ ଜ୍ଞାନକୌଶଳ ମଲ୍ଟି ଭୋଲ୍ଟ ଟୁଲସର ଶୁଭାରମ୍ଭ କରାଯାଇଛି । ଏକ ଆଖିଦୃଶିଆ ପରିବର୍ତ୍ତନ ସ୍ୱରୂପ ଉପଭୋକ୍ତାଙ୍କ ପାଇଁ କର୍ଡ଼ରୁ କର୍ଡ଼ଲେସ୍ ଟୁଲସ୍ ନିମନ୍ତେ, ହିକୋକି ପକ୍ଷରୁ ଭାରତ ବଜାରରେ ବ୍ୟବୟସାପେକ୍ଷ, ବ୍ୟବହାର ଉପଯୋଗୀ କର୍ଡ଼ଲେସ୍ ଏବଂ ଡ଼ିଆଇୱାଇ ଟୁଲସ୍ ଶୁଭାରମ୍ଭ ପାଇଁ ଯୋଜନା କରାଯାଇଛି ।
ଏହି ପରିପ୍ରେକ୍ଷୀରେ ହିଟାଚି କୋକି ଇଣ୍ଡିଆ ପ୍ରାଇଭେଟ୍ ଲିଃ. ପକ୍ଷରୁ ଏହାର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଏବଂ ସଚିବ, ଶ୍ରୀଯୁକ୍ତ ଦତ୍ତାତ୍ରୟ ଯୋଶୀ କହିଛନ୍ତିଯେ, “ପାୱାର ଟୁଲସ ବଜାର ଆନୁମାନିକ ୪୦୦୦ କୋଟି ରହିଥିବାବେଳେ ଏହା ୭% ହାରରେ ବୃଦ୍ଧି ପାଉଛି ଏବଂ ଆଗାମୀ ୧୦ ବର୍ଷ ମଧ୍ୟରେ ଦୃତ ଅଭିବୃଦ୍ଧି ପାଇବବୋଲି ଅନୁମାନ କରାଯାଉଛି । ସରକାରଙ୍କ ଶକ୍ତିଶାଳୀ ପଦକ୍ଷେପରେ ବିଭିନ୍ନ ଉତ୍ପାଦନ କ୍ଷେତ୍ର ଯେପରିକି ମେକ-ଇନ୍-ଇଣ୍ଡିଆ, ସ୍କିଲ ଇଣ୍ଡିଆ ଇତ୍ୟାଦିକୁ ପ୍ରୋତ୍ସାହନ ପ୍ରଦାନ କରାଯାଉଛି । ଅନ୍ୟ ଦେଶ ମାନଙ୍କ ତୁଳନାରେ ଭାରତ ଆମକୁ ଅଭିବୃଦ୍ଧି, ଆବିଷ୍କାର ଏବଂ ଅବଦାନ ପାଇଁ ଏକ ସ୍ୱତନ୍ତ୍ର ସୂଯୋଗ ପ୍ରଦାନ କରିଛି ।”


Share It

Comments are closed.