ୱେଷ୍ଟଇଣ୍ଡିଜ ବିପକ୍ଷରେ ଶତକ ଲଗାଇ ଏହି କୀର୍ତ୍ତିର ଅଧିକାରୀ ହେଲେ ବିରାଟ


ପେଟିଏମ ସିରିଜରେ ଭାରତ ଏବଂ ୱେଷ୍ଟଇଣ୍ଡିଜ ମଧ୍ୟରେ ଚାଲିଥିବା ପ୍ରଥମ ଟେଷ୍ଟ ମ୍ୟାଚର ଦ୍ୱିତୀୟ ଦିନ ଭାରତ ପାଇଁ ଏକ ଐତିହାସିକର ଦିନ ଥିଲା । ପ୍ରକାଶ ଥାଉକି ଭାରତ ପ୍ରଥମେ ଟସ ଜିତି ବ୍ୟାଟିଂ କରିବା ପାଇଁ ନିଷ୍ପତି ନେଇଥିଲା । ଏହି ମ୍ୟାଚ ଦ୍ୱାରା ଆନ୍ତର୍ଜାତିକ କ୍ରିକେଟରେ ଡେଭିୟୁ କରିଥିବା ଭାରତୀୟ ବ୍ୟାଟ୍ସମ୍ୟାନ “ପୃଥିବୀ ଶ” ଏହା ଆକର୍ଷଣୀୟ ଇଂନିସ ଖେଳି ୧୩୪ରନ ସଂଗ୍ରହ କରିଥିବାବେଳେ ସେପଟେ ଅଧିନାୟକ ବିରାଟ କୋହଲି ମଧ୍ୟ ଶତକ ହାସଲ କରି ଅନେକ ରେକର୍ଡ ନିଜ ନାମରେ କରିଛନ୍ତି ।
ବିରାଟ ଯେତେବଳେ ବି ପଡିଆକୁ ଓହ୍ଲାନ୍ତି ଦର୍ଶକମାନେ ତାଙ୍କ ବ୍ୟାଟରୁ କିଛି ନା କିଛି ନୂଆ ରେକର୍ଡର ଆଶା କରିଥାନ୍ତି । ସେପଟେ ବିରାଟ ୱେଷ୍ଟଇଣ୍ଡିଜ ବିପକ୍ଷରେ ଏକ ସୁନ୍ଦର ଶତକ ଲଗାଇ ତାଙ୍କ କ୍ୟାରିୟରର ୨୪ତମ ଶତକ ନିଜ ନାମରେ କରିଛନ୍ତି ।
ଏହି ଶତକ ସହିତ ବିରାଟ ନିଜ ଘରୋଇ ମାଟିରେ ୩୦୦୦ ରନ ପୂରଣ କରିଛନ୍ତି । ଯଦି ଆମେ ଘରୋଇ ମାଟିରେ ୩୦୦୦ ରନ ପୂରଣ କରିଥିବା ଖେଳାଳୀଙ୍କ ନାମ କହିବା, ତେବେ ସର୍ବପ୍ରଥମ ଡନ ବ୍ୟଡମ୍ୟାନଙ୍କ ନାମ ଆସିବ । ଡନ ବ୍ୟଡମ୍ୟାନ ୩୭ଟି ମ୍ୟାଚ ଖେଳି ଏହି କାର୍ତ୍ତି ହାସଲ କରିଥିବାବେଳେ ସେପଟେ ପୂଜାରା ଏବଂ କୋହଲୀ ଏହି ଅଙ୍କକୁ ଛୁଇଁବା ପାଇଁ ୫୩ଟି ଇଂନିସ ଖେଳିବାକୁ ପଡିଥିଲା ।
ଯଦି ଆମେ ଭାରତୀୟ ଖେଳାଳୀ ରୂପେ ବିରାଟଙ୍କ ଏହି ରେକର୍ଡକୁ ତୁଳନା କରିବା ତେବେ ସର୍ବପ୍ରଥମେ ତାଙ୍କରି ନାମ ହିଁ ଆସିବ । କୋହଲି ପୂଜାରାଙ୍କ ସହିତ ମିଶି ୫୩ ଟି ଇଂନିସ ଖେଳି ଏହି କାର୍ତ୍ତି ହାସଲ କରିଛନ୍ତି । ଯଦି ଆମେ ସଚିନ ତେନ୍ଦୁଲକରଙ୍କ କଥା କହିବା ତେବେ ତାଙ୍କ ଏହି କୀର୍ତ୍ତି ହାସଲ କରିବା ପାଇଁ ୫୬ଟି ଇଂନିସ ଖେଳିବାକୁ ପଡିଥିଲା ।
ଏହା ସହିତ କୋହଲୀ ଆଉ ଏକ କୀର୍ତ୍ତି ମଧ୍ୟ ହାସଲ କରିଛନ୍ତି । ସେ ଗୋଟେ ବର୍ଷରେ ମଧ୍ୟରେ୧୦୦୦ ରନ ଅଙ୍କ ମଧ୍ୟ ଛୁଇଁଥିବାବେଳେ ତିନି ବର୍ଷ ମଧ୍ୟରେ ଏହି କୀର୍ତ୍ତି ହାସଲ କରିବାରେ ପ୍ରଥମ ଭାରତୀୟ ଖେଳାଳୀ ଅଟନ୍ତି ।


Share It

Comments are closed.