ଏହି ତାରିଖରେ ଜନ୍ମ ହୋଇଥିବା ବ୍ୟକ୍ତି ହୋଇଥାନ୍ତି ଭାଗ୍ୟବାନ: କେବେ ହୁଏନି ଧନର ଅଭାବ


ଜ୍ୟୋତିଷଶାସ୍ତ୍ର ଭଳି ଅଙ୍କଶାସ୍ତ୍ରର ମଧ୍ୟ ଅନେକ ମହତ୍ତ୍ୱ ରହିଛି। ଅଙ୍କଶାସ୍ତ୍ର ଜରିଆରେ ଭବିଷ୍ୟତ ସମ୍ବନ୍ଧୀୟ ସୂଚନା ପ୍ରାପ୍ତ ହୋଇଥାଏ। ଅଙ୍କଶାସ୍ତ୍ରକୁ ନ୍ୟୂମେରୋଲୋଜି ମଧ୍ୟ କୁହାଯାଏ। ଅଙ୍କ ଅନୁଯାୟୀ ଜନ୍ମ ହୋଇଥିବା ବ୍ୟକ୍ତିଙ୍କ ସ୍ୱଭାବ ଭିନ୍ନ ଭିନ୍ନ ହୋଇଥାଏ। ୯ ଅଙ୍କର ଜନ୍ମ ହୋଇଥିବା ବ୍ୟକ୍ତିଙ୍କ ସ୍ୱଭାବ କିଭଳି ହୋଇଥାଏ ଆସନ୍ତୁ ଜାଣିବା। ଯେଉଁମାନେ ୯, ୧୮ ଓ ୨୭ ତାରିଖରେ ଜନ୍ମ ହୋଇଥାନ୍ତି ସେମାନଙ୍କ ମୂଳାଙ୍କ ୯ ହୋଇଥାଏ।

ଯେଉଁମାନଙ୍କ ମୂଳାଙ୍କ ୯ ସେମାନେ ବହୁତ ଧନୀ ହୋଇଥାନ୍ତି। ଏହି ଅଙ୍କର ସ୍ୱାମୀ ମଙ୍ଗଳ। ୯ ମୂଳାଙ୍କ ବ୍ୟକ୍ତିଙ୍କ ପାଖରେ କେବେ ଧନର ଅଭାବ ଦେଖାଦିଏ ନାହିଁ ବୋଲି କୁହାଯାଏ। ଏମାନଙ୍କ ଭାଗ୍ୟରେ ଜମିବାଡ଼ି, ସମ୍ପତ୍ତି ସବୁ ଥାଏ।

ଅଙ୍କଶାସ୍ତ୍ର ଅନୁସାରେ, ୯ ମୂଳାଙ୍କ ବିଶିଷ୍ଟ ବ୍ୟକ୍ତିଙ୍କ ସ୍ୱଭାବ ବହୁତ ଭଲ ହୋଇଥାଏ। ଏମାନେ କଠିନ ପରିଶ୍ରମ କରିଥାନ୍ତି। ଏମାନେ ବନ୍ଧୁତାର ମାନ ରଖନ୍ତି। ବନ୍ଧୁତ୍ୱ ଏମାନଙ୍କ ପାଇଁ ଶୀର୍ଷରେ। ସବୁ ସମସ୍ୟାର ସମାଧାନ ବାଟ କାଢ଼ିବାକୁ ଏମାନେ ସବୁ ପ୍ରକାର ଚେଷ୍ଟା କରିଥାନ୍ତି।

ଏହି ମୂଳାଙ୍କ ବ୍ୟକ୍ତିଙ୍କୁ ଅନୁଶାସନ ବହୁତ ପସନ୍ଦ। ଏମାନେ ନିଜ ଜୀବନରେ ବହୁତ ସଂଘର୍ଷ କରନ୍ତି। ସଂଘର୍ଷ କରି ଏମାନେ ଜୀବନରେ ସଫଳତା ପ୍ରାପ୍ତ କରିଥାନ୍ତି। ସ୍ୱଭାବରେ ଏମାନେ ଟିକେ କ୍ରୋଧୀ। ଏମାନଙ୍କୁ ନିଜ ମାନ-ସମ୍ମାନ ବହୁତ ପ୍ରିୟ। ଏମାନଙ୍କୁ ଶ୍ୱଶୁରଘର ପକ୍ଷରୁ ମଧ୍ୟ ଧନ ପ୍ରାପ୍ତ ହେବାର ସମ୍ଭାବନା ଥାଏ। ଏମାନେ ଆର୍ଥିକ ରୂପେ ସମୃଦ୍ଧ। ସମ୍ପତ୍ତି ମାମଲାରେ ଏମାନେ ବିବାଦ ସମ୍ମୁଖୀନ ମଧ୍ୟ ହୋଇପାରନ୍ତି।


Share It

Comments are closed.