ଶୁଭାରମ୍ଭ ହେଲା ପାନାସୋନିକ ଏଲୁଗା ରେ ୫୫୦


ଭାରତରେ ପାନାସୋନିକ ପକ୍ଷରୁ ଏହାର ଅତ୍ୟାଧୁନିକ ସ୍ମାର୍ଟଫୋନ, ଏଲୁଗା ରେ ୫୫୦ର ଶୁଭାରମ୍ଭ କରାଯାଇଛି । ଏହି ସ୍ମାର୍ଟଫୋନଟି ୫.୭୦ ସ୍କ୍ରିନ ବିଶିଷ୍ଟ ହୋଇଥିବା ବେଳେ ଏଥିରେ ୧.୩ ଜିଏଚଜେଡ କ୍ୱାଡ-କୋର ମିଡିଆଟେକ ଏମଟି୬୭୩୭ଏଚ ପ୍ରୋସେସର ରହିଛି । ଏହି ସ୍ମାର୍ଟଫୋନଟିରେ ୩ଜିବିର ରାମ ରହିଥିବା ବେଳେ ୩୨ଜିବିର ଆଭ୍ୟନ୍ତରୀଣ ମେମୋରୀ ରହିଛି, ଯାହାକି ଆବଶ୍ୟକ ମୁତାବକ ୧୨୮ଜିବି ମାଇକ୍ରୋ ଏସଡି କାର୍ଡ ପର୍ଯ୍ୟନ୍ତ ସଂପ୍ରସାରିତ ହୋଇପାରିବ । କ୍ୟାମେରା ଦୃଷ୍ଟିକୋଣରୁ ଏହାର ପଛ ଭାଗରେ ୧୩ ଏମପିର କ୍ୟାମେରା ରହିଥିବା ବେଳେ ସେଲଫି ପାଇଁ ସାମନାରେ ୮ ଏମପିର ଫ୍ରଣ୍ଟ ସୁଟର କ୍ୟାମେରା ରହିଛି । ଏହି ସ୍ମାର୍ଟଫୋନଟିରେ ଆଣ୍ଡ୍ରଏଡ ୭.୦ ରହିଛି । ସେହିପରି ଏହି ସ୍ମାର୍ଟଫୋନଟି ଡୁଆଲ ସିମ ବିଶିଷ୍ଟ ହୋଇଥିବା ବେଳେ ସଂଯୋଗୀକୋଣ ଦୃଷ୍ଟିରୁ ଏଥିରେ ୱାଇ-ଫାଇ, ବ୍ଲୁଟୁଥ ମଧ୍ୟ ରହିଛି । ବ୍ଲାକ, ବ୍ଲୁ, ଗୋଲ୍ଡ ଭଳି ତିନୋଟି ରଙ୍ଗରେ ଉପଲବ୍ଧ ଥିବା ଏହି ସ୍ମାର୍ଟଫୋନଟିର ମୂଲ୍ୟ ୮,୯୯୯ ଟଙ୍କା ରହିଛି, ଯାହାକି କେବଳ ସ୍ୱତନ୍ତ୍ର ଭାବରେ ଫ୍ଲିପକାର୍ଟରେ ଉପଲବ୍ଧ ହେବ ।


Share It

Comments are closed.