ଚନ୍ଦାପଣରୁ କିପରି ପାଇବେ ମୁକ୍ତି


ହେୟାର ଷ୍ଟାଇଲ ଆଜିକାଲି ଏକ ଫ୍ୟାସନରେ ପରିଣତ ହୋଇଛି । ଝିଅ ହୁଅନ୍ତୁ କିମ୍ବା ପୁଅ ପ୍ରାୟ ସମସ୍ତେ ହେୟାର ଷ୍ଟାଇଲିସ କରିବାକୁ ପସନ୍ଦ କରିଥାନ୍ତି । ବିଶେଷ କରି କଲେଜ ପଢୁଆ ଝିଅ ପୁଅଙ୍କ ମଧ୍ୟରେ ଏହି କ୍ରେଜ ଅଧିକ ଦେଖିବାକୁ ମିଳିଥାଏ । ହେଲେ ଆଜିକାଲି କମ ବୟସରେ ଯୁବକଯୁବତୀମାନେ ଏକ ବଡ ସମସ୍ୟାରେ ସମ୍ମୁଖୀନ ହେଉଛନ୍ତି । ସମସ୍ୟାଟି ହେଲା ଚୁଟି ଝଡିବା । ସ୍ଥିତି ଏପରି ହେଉଛି, କମ ବୟସରେ ଅନେକ ଲୋକ ଚନ୍ଦା ହୋଇଯାଉଛନ୍ତି । ଆଧୁନିକ ଜୀବନଶୈଳୀ, ଭୁଲ ଖାଦ୍ୟପେୟ ଓ ଅଧିକ ଚିନ୍ତା କାରଣରୁ ପୁରୁଷମାନଙ୍କର ଚୁଟି ଝଡିବା ବୋଲି ଡାକ୍ତର କହିଥାନ୍ତି । ଆସନ୍ତୁ ଜାଣିବା କିଛି ଖାଦ୍ୟ ସମ୍ପର୍କରେ ଯାହାକୁ ଖାଇଲେ ଚନ୍ଦାପଣରୁ ମୁକ୍ତି ମିଳିପାରିବ ।
ସବୁଜ ପନିପରିବା – ସବୁଜ ପନିପରିବାରେ ଭିଟାମିନ ଏ ପ୍ରଚୁର ପରିମାଣରେ ରହିଥାଏ । ଭିଟାମିନ ‘ଏ’ ତ୍ୱଚା ଏବଂ କେଶକୁ ମଜବୁତ କରିଥାଏ । ତେଣୁ ପ୍ରତିଦିନ ପନିପରିବା ଖାଇବା ଦ୍ୱାରା କେଶ ମଜବୁତ ହେବା ସହ ଝଡିବା ବନ୍ଦ ହୋଇଯାଏ । ଏହା ଛଡା ମାଛ, ତେଲ, ଅଣ୍ଡା, କ୍ଷୀରରେ ମଧ୍ୟ ଭିଟାମିନ ‘ଏ’ ପ୍ରଚୁର ପରିମାଣରେ ରହିଥାଏ ।
ପାଳଙ୍ଗ – ପ୍ରତିଦନ ଖାଇବା ମେନୁରେ ଶାଗ ରଖିବାକୁ ଡାକ୍ତରମାନେ ପରାମର୍ଶ କରିଥାନ୍ତି । ବିଶେଷକରି ପାଳଙ୍ଗ ଶାଗ ଖାଇବା ସ୍ୱାସ୍ଥ୍ୟପ୍ରତି ହିତକର । ପାଳଙ୍ଗରେ ଆଇରନ ପ୍ରଚୁର ପରିମାଣରେ ରହିଥାଏ । ପାଳଙ୍ଗରେ ସିବମ ଭଳି ଏକ ପୋଷକ ତତ୍ୱ ରହିଛି, ଯାହା କେଶ ପାଇଁ ପ୍ରାକୃତି କଣ୍ଡିସନର ରୂପେ କାର୍ଯ୍ୟ କରିଥାଏ । ପାଳଙ୍ଗରୁ ଓଲେଗା-୩ ଏସିଡ, ମ୍ୟାଗ୍ନେସିୟମ, ପୋଟାସିୟମ , କ୍ୟାଲସିୟମ, ଆଇରନ ମିଳିଥାଏ । ଏହା କେଶକୁ ମଜବୁତ କରିବା ସହ ଚମକ ବଢାଇଥାଏ ।
ସି ଫୁଡ – ଶରୀରରେ ଜିଙ୍କ କମ୍ କାରଣରୁ ରୂପି ଓ ଚୁଟି ଝଡିବା ସମସ୍ୟା ଦେଖାଯାଇଥାଏ । ଜିଙ୍କ ଏପରି ଏକ ମିନିରାଲ ଯାହା ନୂତନ କୋଶିକା ଉତ୍ପନ କରି ଏକ ସମସ୍ୟା ଦୂର କରିଥାଏ । ଏହାକୁ ଘସିବା ଦ୍ୱାରା କେଶ ଝଡିବା ସମସ୍ୟ. ଦୂର ହୋଇଯାଇଥାଏ । ଏହା ସହ ଅଣ୍ଡା, କ୍ଷୀର, ନଟସରୁ ମଧ୍ୟ ଜିଙ୍କ ମିଳିଥାଏ ।


Share It

Comments are closed.