ରହସ୍ୟମୟ ପୁରୀ ଜଗନ୍ନାଥ ମନ୍ଦିର


ପୁରୀର ଜଗନ୍ନାଥ ମନ୍ଦିର ହିନ୍ଦୁ ମାନଙ୍କର ଏକ ଧର୍ମ ସ୍ଥାନ ଯେଉଁଠି ଭଗବାନ ବିଷ୍ଣୁ ପ୍ରଭୁ ଜଗନ୍ନାଥଙ୍କ ବେଶରେ ଉପସ୍ଥିତ । ବିଷ୍ଣୁଙ୍କ ଚାରି ଧାମ ମଧ୍ୟରୁ ପୁରୀ ହେଉଛି ଅନ୍ୟତମ । ଏଠାରେ ଭଗବାନ ଜଗନ୍ନାଥ, ବଡ ଭାଇ ବଳଭଦ୍ର ଏବଂ ଭଉଣୀ ସୁଭଦ୍ରା ପୂଜା ପାଇଥାନ୍ତି । ପୁରୀ ରଥ ଯାତ୍ରା ପାଇଁ ଖୁବ ପ୍ରସିଦ୍ଧ । ଏହି ଧର୍ମ ସ୍ଥାନଟି ହିନ୍ଦୁ ଧର୍ମାବଲମ୍ବୀ ତଥା ବୈ÷ଷ୍ଣବ ପରମ୍ପରା ସହିତ ଜଡିତ । ବହୁ ସିନ୍ଧ ପୁରୁଷ ତଥା ଆଦି ଶଙ୍କରାଚାର୍ଯ୍ୟ, ରାମାନନ୍ଦ, ରାମାନୁଜ ଏହି ମନ୍ଦିର ସହିତ ଜଡିତ ଅଛନ୍ତି । ପ୍ରତି ବର୍ଷ ଜଗନ୍ନାଥ ମହାପ୍ରଭୁଙ୍କ ଦର୍ଶନ ପାଇଁ ବହୁ ମାତ୍ରାର ଲୋକେ ପୁରୀ ଛୁଟି ଆସିଥାନ୍ତି । ପୁରୀରେ ବିଶ୍ୱ ପ୍ରସିଦ୍ଧ ଜଗନ୍ନାଥ ମନ୍ଦିର ରହିଥିବା ବେଳେ ଏଠାକାର ନୀଳ ସମୁଦ୍ର ତଟର ସୌନ୍ଦଯ୍ୟ ଜଗନ୍ନାଥ ପ୍ରେମୀ ଏବଂ ଦର୍ଶକଙ୍କୁ ଅନେକାଂଶରେ ଆକର୍ଷିତ କରିଥାଏ । କିନ୍ତୁ ଏହି ମନ୍ଦିରର ଏପରି ରହସ୍ୟ ରହିଛି ଯାହା ବୌଜ୍ଞାନିକ ମାନେ ମଧ୍ୟ ପ୍ରମାଣିତ କରିପାରିନାହାନ୍ତି । ଆସନ୍ତୁ ଜାଣିବା ଏହି ମନ୍ଦିର ସମ୍ପର୍କରେ କିଛି ରହସ୍ୟମସୟୀ କଥା –
୧. ଆମେ ସମସ୍ତେ ଜାଣିଛୁ ଯେ ଏକ କପଡା ହେଉ କିମ୍ବା କିଛି ହାଲକା ପଦାର୍ଥ ପବନର ଦିଗ ସହିତ ପ୍ରବାହିତ ହୋଇଥାଏ । କିନ୍ତୁ ପୁରୀ ମନ୍ଦିରର ପତାକା ବା ପତିତପାବନ ବାନା ସର୍ବଦା ପବନର ବିପରୀତ ଗତିରେ ପ୍ରବାହିତ ହୋଇଥାଏ ।
୨. ଏହି ମନ୍ଦିର ଉପରେ ପ୍ରାଚୀନ କାଳରୁ କୌଣସି ପକ୍ଷୀ କିମ୍ବା ଉଡାଜାହାଜ ଉଡି ନଥାଏ । ଏହାର ଗବେଷଣା ବହୁ ବୈଜ୍ଞାନିକମାନେ କରିଥିଲେ ମଧ୍ୟ ଏହାର ଉତ୍ତର ମିଳିପାରିବ ନାହିଁ ।
୩. ମନ୍ଦିରରେ ଥିବା ନୀଳ ଚକ୍ର ଅଷ୍ଟ ଧାତୁରେ ନିର୍ମିତ ଏହାକୁ ପ୍ରଭୁ ଶ୍ରୀ ବିଷ୍ଣୁଙ୍କ ସୁଦର୍ଶନ ଚକ୍ର ବୋଲି ମଧ୍ୟ କୁହାଯାଏ । ଆପଣ ପୁରୀ ସହରର ଯେ କୌଣସି ସ୍ଥାନରୁ ଏହି ଚକ୍ରକୁ ଦେଖିଲେ ଏହା ଆପଣଙ୍କ ଆଡକୁ ମୁହଁ କରିଲା ପରି ଜଣାଯାଏ ।
୪. ପୃଥିବୀର ଅନ୍ୟ ସମୁଦ୍ରତଟରେ ଦିନ ବେଳା ସମୁଦ୍ର ରୁ ଭୂମି ଆଡକୁ ଏବଂ ରାତିରେ ଭୂମିରୁ ସମୁଦ୍ରକୁ ପହନ ବହି ଥାଏ କିନ୍ତୁ ପୁରୀ ସମୁଦ୍ରରେ ଏହାର ସମ୍ପୂର୍ଣ୍ଣ ବିପରୀତ ହୋଇଥାଏ ।
୫. ମନ୍ଦିରକୁ ଲାଗି ସମୁଦ୍ର ତଟ ରହିଛି । ମନ୍ଦିରରେ ସମସ୍ତ ସ୍ଥାନରେ ସମୁଦ୍ରର ଧ୍ୱନି ଶୁଣାଯାଏ କିନ୍ତୁ ଏହି ଧ୍ୱନି ସଂହି ଦ୍ୱାରରେ ଶୁଣାଯାଏ ନାହିଁ । ଏହା କିପରି ହୁଏ ଆଜି ପର୍ଯ୍ୟନ୍ତ ରହସ୍ୟ ହୋଇ ରହିଛି ।
୬. ପୁରୀର ମହାପ୍ରସାଦ ମଧ୍ୟ ଏକ ରହସ୍ୟମୟ କାହାଣୀ ସହିତ ଜଡିତ । ପୁରୀରେ ପ୍ରତ୍ୟେକ ଦିନ ଲକ୍ଷ ଲକ୍ଷ ଲୋକେ ମହାପ୍ରସାଦ ଖାଇଥାନ୍ତି କିନ୍ତୁ ଏହା କୌଣସି ଦିନ କମ ପଡିନଥାଏ କିମ୍ବା ବଳି ଯାଇ ନଥାଏ ।
୭. ଏହି ମହାପ୍ରସାଦକୁ ପ୍ରସ୍ତୁତ କରିବା ପାଇଁ ୫୦୦ ରନ୍ଧାଳି ଏବଂ ୩୦୦ ସହଯୋଗୀ ରହିଥାନ୍ତି । ମହାପ୍ରସାଦକୁ ସାତଟି ମାଟି ପାତ୍ରରେ ଗୋଟିଏ ଉପରେ ଗୋଟିଏ ରଖି ପ୍ରସ୍ତୁତ କରାଯାଏ ଏବଂ ସବୁଠାରୁ ଉପର କୁଡୁଆର ଖାଦ୍ୟ ପ୍ରଥମେ ଏବଂ ଏହା ପରେ ତଳକୁ ତଳ କୁଡୁଆର ଖାଦ୍ୟ ପ୍ରସ୍ତୁତ ହୋଇଥାଏ ।
୮. ମନ୍ଦିରର ମୁଖ୍ୟ ଦ୍ୱାରକୁ ଲାଗି ଅରୁଣ ସ୍ତମ୍ଭ ରହିଛି । ଏହାର ଉଚ୍ଚତା ପାଖାପାଖି ୨୫ ଫୁଟ । କିନ୍ତୁ ଆଶ୍ଚର୍ଯ୍ୟର କଥା ଏହିକି ଯେ ଦିନ ବେଳା ଏହାର ଛାଇ ଭୂମି ଉପରେ ପଡିନଥାଏ ।
୯. କିଛି ବର୍ଷ ପୂର୍ବେ ମନ୍ଦିରରୁ ଏକ ପଥର ଖସିଥିଲା । ଏହା ମନ୍ଦିରର କେଉଁ ସ୍ଥାନରୁ ଖସିଥିଲା ତାହା ଆଜି ପର୍ଯ୍ୟନ୍ତ ରହସ୍ୟ ହୋଇ ରହିଛି ।
୧୦. ଏଠାରେ ପ୍ରତି ୧୨ ବର୍ଷରେ ଥରେ ଘଟ ପରିବର୍ତ୍ତନ କରାଯାଇଥାଏ ଯାହାକୁ ନବକଳେବର କୁହାଯାଏ । ସେହି ବର୍ଷ ନୂତନ ପ୍ରତିମା ପ୍ରସ୍ତୁତ ହୋଇଥାଏ ।


Share It

Comments are closed.