ହେଡଫୋନର ବହୁଳ ବ୍ୟବହାର ହୋଇପାରେ କ୍ଷତିକାରକ

ଆଜିକାଲିର ଆଧୁନିକ ଯୁଗରେ କାନରେ ହେଡଫୋନ କିମ୍ବା ଇୟରଫୋନ ଲଗାଇ ଗୀତ ଶୁଣିବା ଏକ ଫ୍ୟାସନ ହୋଇଗଲାଣି


ଆଜିକାଲିର ଆଧୁନିକ ଯୁଗରେ କାନରେ ହେଡଫୋନ କିମ୍ବା ଇୟରଫୋନ ଲଗାଇ ଗୀତ ଶୁଣିବା ଏକ ଫ୍ୟାସନ ହୋଇଗଲାଣି । ଏହା ସମସ୍ତଙ୍କ ପାଇଁ ଏକ ଉତ୍ତମ ମନୋରଞ୍ଜନ ପାଲଟିଯାଇଛି । କିନ୍ତୁ ଏହି ଫ୍ୟାସନ ଆପଣଙ୍କ ପାଇଁ ଅନେକ ଗମ୍ଭୀର ରୋଗକୁ ଆମନ୍ତ୍ରଣ ଦେଇଥାଏ । ଆସନ୍ତୁ ଜାଣିବା ଏହି ହେଡଫୋନର ବହୁଳ ବ୍ୟବହାର ଦ୍ୱାରା ଆପଣ କେଉଁ ପ୍ରକାରର ବେମାରର ଶୀକାର ହୋଇଥାନ୍ତି ।
କାନରେ ଲଗାଉଥିବା ହେଡଫୋନ ଦ୍ୱାରା କାନରେ ସଂକ୍ରମଣ ହୋଇଥାଏ ,ଯାହାକି ଆଗକୁ ଗମ୍ଭୀର ବେମାରର ରୂପ ଧାରଣ କରିଥାଏ । ଏହା ବ୍ୟତୀତ ଆପଣଙ୍କୁ କାନର କ୍ୟାନସର ମଧ୍ୟ ହୋଇପାରେ । ଯଦି ଆପଣ କାନ ସଂକ୍ରମଣରେ ଆକ୍ରାନ୍ତ ବ୍ୟକ୍ତିର ହେଡଫୋନ କିମ୍ବା ଇୟରଫୋନ ବ୍ୟବହାର କରନ୍ତି ତେବେ ଆପଣଙ୍କୁ ମଧ୍ୟ ସଂକ୍ରମଣର ଭୟ ରହିଥାଏ । ଯାହା ଆଗକୁ କ୍ୟାନସରର ରୂପ ଧାଣର କରିପାରେ । ଏଥିପାଇଁ ସବୁବେଳେ ହେଡଫୋନର କମ୍ ବ୍ୟବହାର କରନ୍ତୁ । ଏକ ଅଧ୍ୟୟନରୁ ଜଣାପଡ଼ିଛି ଯେ ଲମ୍ବା ସମୟ ପର୍ଯ୍ୟନ୍ତ ହେଡଫୋନର ବ୍ୟବହାର ଦ୍ୱାରା ଆପଣଙ୍କ ଶୁଣିବା ଶକ୍ତି ଧୀରେଧୀରେ ହ୍ରାସ ପାଇଯାଏ । ଯଦି ଆପଣ ମଧ୍ୟ ଏଭଳି କରୁଛନ୍ତି ତେବେ କିଛି ସମୟର ବିରତି ନେଇନେଇ ହେଡଫୋନର ବ୍ୟବହାର କରନ୍ତୁ । ଲମ୍ବା ସମୟ ପର୍ଯ୍ୟନ୍ତ ହେଡଫୋନ ର ବ୍ୟବହାର ଦ୍ୱାରା କାନମଧ୍ୟକୁ ବାୟୁ ଚଳାଚଳ ବାଧାପ୍ରାପ୍ତ ହୋଇଥାଏ । ଯାହାଦ୍ୱାରା ଆପଣ ସବୁଦିନ ପାଇଁ ଶ୍ରବଣ ଶକ୍ତି ହରାଇପାରନ୍ତି ।


Share It

Comments are closed.