ବର୍ଷାଦିନେ କିପରି ନେବେ ଆପଣଙ୍କ କେଶର ଯତ୍ନ , ଜାଣନ୍ତୁ


ବର୍ଷାଦିନେ କେଶ ଝଡ଼ିବା ଆଜିକାଲି ସମସ୍ତଙ୍କ ପାଇଁ ଚିନ୍ତାର କାରଣ । ତେଣୁ ଏହି ଟିପ୍ସ ଗୁଡ଼ିକ ସହ ହୋଇଯାଆନ୍ତୁ ମନସୁନ ପାଇଁ ରେଡି ।
୧.ରାତିରେ ଗୋଟେ ଚାମଚ ମେଥି ଭିଜାଇ ରଖନ୍ତୁ । ସକାଳେ ତାକୁ ପେଷ୍ଟ କରି ସେଥିରେ ଦହି ଓ ଲେମ୍ବୁରସ ମିଶାଇ ମୁଣ୍ଡରେ ୧୦-୧୫ ମିନିଟ୍ ପାଇଁ ଲଗାଇ ରଖନ୍ତୁ । ପରେ ଥଣ୍ଡା ପାଣିରେ ଧୋଇ ଏକ ସଫା ଟାୱେଲରେ କିଛି ସମୟ ପାଇଁ କେଶକୁ କଭର କରି ରଖନ୍ତୁ । ମନେ ରଖନ୍ତୁ କେବେବି ଓଦା କେଶରେ ପାନିଆ ଚଲାନ୍ତୁ ନାହିଁ ।
୨. ଅଳ୍ପ କିଛି ପାଣିରେ ଚାପତି ଫୁଟାନ୍ତୁ ଏବଂ ତାକୁ ଛାଣି ଥଣ୍ଡା କରି ନିଅନ୍ତୁ । ପୁଣି ଏଥିରେ ଲେମ୍ବୁରସକୁ ମିଶାଇ ଏହାକୁ କେଶରେ ଧୀରେଧୀରେ ଢାଳନ୍ତୁ । ଏହାଦ୍ୱାରା କେଶରେ ଚମକ ଆସିବା ସହିତ କେଶ ଝଡ଼ିବା ମଧ୍ୟ ବନ୍ଦହୋଇଯାଏ ।
୩. ସପ୍ତାହରେ ଥରେ କେଶରେ ମହୁର ପ୍ୟାକ୍ ଲଗାନ୍ତୁ । ଏହା ଏକ ପ୍ରାକୃତିକ ମଶ୍ଚରାଇଜର ଭଳି କାମ କରେ ।ମହୁରେ କେଶ ପାଇଁ ସମସ୍ତ ଜରୁରୀ ପୋଷକ ତତ୍ତ୍ୱ ରହିଥାଏ ।
୪.ସପ୍ତାହରେ ଥରେ କେଶରେ ଷ୍ଟିମ ନିଅନ୍ତୁ । ଏଥିପାଇଁ କେଶ ଧୋଇବା ପରେ କିଛି ସମୟ ପାଇଁ ଟାୱେଲରେ ଘୋଡ଼ାଇ ରଖନ୍ତୁ । ଏହା ଦ୍ୱାରା କେଶକୁ ଉଷ୍ମତା ମିଳିଥାଏ । ଯାହାକି ସ୍କାଲ୍ପରେ ଥିବା ଲୋମଛିଦ୍ର ଗୁଡ଼ିକୁ ଖୋଲିଦେଇଥାଏ ।
୫. ରୁପି ସମସ୍ୟାରୁ ମୁକ୍ତି ପାଇବା ପାଇଁ କେଶରେ ଆଲୋଭେରାରସର ପ୍ୟାକ ନିଅନ୍ତୁ । ଏଥିରେ ଥିବା ଆଣ୍ଟିଅକ୍ସିଡାଣ୍ଟ ଏବଂ ଭିଟାମିନ-ଇ ଆପରଙ୍କ କେଶକୁ ଆବଶ୍ୟକ ପୋଷଣ ଯୋଗାଇଥାଏା


Share It

Comments are closed.