ମୋଦି ସରକାରଙ୍କୁ ଘେରିବ “ସାନଝି ବିରାସତ ବଚାଓ ସମ୍ମୀଳନୀ”


ଦେଶର ପ୍ରମୁଖ ବିରୋଧିଦଳ କଂଗ୍ରେସ ପକ୍ଷରୁ “ସାନଝି ବିରାସତ ବଚାଓ ସମ୍ମୀଳନୀ” କିମ୍ବା (ସାମାଜିକ ସଂସ୍କୃତି ସାମଗ୍ରୀ ସମ୍ମୀଳନୀ)ର ଷଷ୍ଠ ସଂସ୍କରଣ ଦିଲ୍ଲୀର ତାଲକାଟୋରା ଷ୍ଟାଡିୟମରେ ଠାରେ ଆୟୋଜିତ ହୋଇଯାଇଛି । ଏହି ସମ୍ମଳନୀରେ ଯୋଗ ଦେବା ପାଇଁ କଂଗ୍ରେସ ପକ୍ଷରୁ ୧୭ଟି ବିରୋଧୀ ଦଳଙ୍କୁ ନିମନ୍ତ୍ରଣ କରାଯାଇଥିଲା । ଏହି ସମ୍ମୀଳନୀରେ କଂଗ୍ରେସ ରାଷ୍ଟ୍ରିୟ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ନିଜେ ଉପସ୍ଥିତ ରହିବେ ।
ଏହି ସମ୍ମିଳନୀରେ ସାମିଲ ହେବା ପାଇଁ ସାମାଜବାଦୀ ପାର୍ଟିର ଅଧ୍ୟକ୍ଷ ‘ଅଖିଲେଶ ଯାଦବ, ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ‘ମମତା ବାନାର୍ଜି’, ବହୁଜନ ସମାଜ ପାର୍ଟିର ଅଧ୍ୟକ୍ଷ ‘ମାୟାବତୀ’, ରାଷ୍ଟ୍ରବାଦି କଂଗ୍ରେସ ନେତା ଅଧ୍ୟକ୍ଷ ‘ଶରଦ ପାୱାର’, ଜାମ୍ମୁ କାଶ୍ମୀରର ପୂର୍ବତ୍ତନ ମୁଖ୍ୟମନ୍ତ୍ରୀ ‘ଫାରୁକ ଅବଦୁଲ୍ଲା’, ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ‘ଚନ୍ଦ୍ର ବାବୁ ନାଇଡୁ’, ପୂର୍ବତ୍ତନ ପ୍ରଧାନମନ୍ତ୍ରୀ ‘ଏଚଡି ଦେବଗୌଡ’, ଝାରଖଣ୍ଡର ପୂର୍ବତ୍ତନ ମୁଖ୍ୟମନ୍ତ୍ରୀ ‘ହେମନ୍ତ ସୋରେନ’ଙ୍କ ସମେତ ଡିଏକେର କାର୍ଯ୍ୟକାରୀ ସଭାପତି ଏମକେ ଷ୍ଟାଲିନଙ୍କୁ ମଧ୍ୟ ନିମନ୍ତ୍ରଣ କରାଯାଇଛି ।
ଏମାନଙ୍କ ସମେତ ଏହି ସମ୍ମୀଳନୀରେ ଯୋଗ ଦେବା ପାଇଁ ଆମ ଆଦମୀ ପାର୍ଟିର ମୁଖ୍ୟମନ୍ତ୍ରୀ ‘ଅରବିନ୍ଦ କେଜ୍ରିୱାଲ’ଙ୍କୁ ନିମନ୍ତ୍ରଣ କରାନଯାଇଥିଲା ।
ମିଳିଥିବା ସୂଚନା ମୁତାବକ କଂଗ୍ରେସ ପକ୍ଷରୁ ଆୟୋଜିତ “ସାନଝି ବିରାସତ ବଚାଓ ସମ୍ମୀଳନୀ”ର ଏହି ଷଷ୍ଠ ସଂସ୍କରଣ ବିରୋଧୀ ଦଳ ମୋଦି ସରକାରଙ୍କୁ ବିବାଦୀୟ ରାଫେଲ ଡିଲ, ମୋବ ଲିନସିଙ୍ଗ ବା ଗୋଷ୍ଠିବଧ ଆକ୍ରମଣ ଏବଂ ହାଇ ପ୍ରୋଫାଇଲ ଭଲି ବିଭିନ୍ନ କାର୍ଯ୍ୟକଳାପ ଉପରେ ଘେରିବ । ଏହା ସମେତ ଆଗାମୀ ୨୦୧୯ ଲୋକସଭା ନିର୍ବାଚନ ପାଇଁ ରଣନୀତି ମଧ୍ୟ ପ୍ରସ୍ତୁତ କରାଯିବ ବୋଲି ସୂଚନା ମିଳିଛି ।


Share It

Comments are closed.