ପ୍ରକୃତିର ଏକ ବିରଳ ପଥର, ଯେଉଁଥିରୁ ବାହାରେ ରକ୍ତ ଏବଂ ମାଂସ


ଆପଣମାନେ ତ ଅନେକ ପ୍ରକାରର ପଥର ଦେଖିଥିବେ । ବୈଜ୍ଞାନିକ କାରଣ ଅନୁଯାୟୀ ସମସ୍ତେ ତ ଜାଣିଥିବେ ପଥର ଏକ ନିର୍ଜିବ ବସ୍ତୁ ବୋଲି । ତେବେ ଆପଣମାନେ କେବେ ଜାଣିଛନ୍ତି କି ଜୀବନ୍ତ ପଥର ସଂପର୍କରେ ଯାହାକୁ କାଟିଲେ ତା ଦେହରୁ ରକ୍ତ ବାହରେ ବୋଲି । ଅଜ୍ଞା ହଁ ଶୁଣିକି ବହୁତ ଆଶ୍ଚର୍ଯ୍ୟ ଲାଗିଲେ ବି ଏହା ହେଉଛି ଶତ । ଏହି ପଥରରୁ କେବଳ ରକ୍ତ ବାହାରେ ନାହିଁ ବରଂ ସୁସ୍ୱାଦୁ ମାଂସ ମଧ୍ୟ ବାହାରିଥାଏ, ଯାହାକି ବଜାରରେ ଉଚ୍ଚ ଦର ଦାମରେ ମଧ୍ୟ ବିକ୍ରି ହୋଇଥାଏ ।
ତେବେ ଆସନ୍ତୁ ଜାଣିବା ଏହି ପଥର ସଂପର୍କରେ କିଛି ବିଶେଷ ତଥ୍ୟ
ଏହି ପଥର କୌଣସି ପାହଡିଆ କିମ୍ବା ମନୁଷ୍ୟକୃତ ନୁହେଁ ବରଂ ସାମୁଦ୍ରିକ ଅଞ୍ଚଳରେ ଉପଲବ୍ଧ ହେଉଥିବା ଏକ ପ୍ରକାରର ବିରଳ ପଥର । ପ୍ରାୟତଃ ଏହି ପଥର ଚିଲି ଓ ପେରୁର ସାମୁଦ୍ରିକ ଅଞ୍ଚଳରେ ଦେଖିବାକୁ ମିଳିଥାଏ । ଏହି ପଥରର ନାମ ହେଉଛି ପ୍ୟୁରା ଚିଲେନସିସ । ଏହି ପଥରର ମୁଖ୍ୟ ବିଶେଷତ୍ୱ ହେଉଛି ଏହା ଉପରୁ ଖୁବ ଟାଣ ଲାଗୁଥିଲେ ମଧ୍ୟ ଭିତରୁ ଏହା ବେଶ ନରମ । ଏହି ବିରଳ ପଥରକୁ ପାଇବା ପାଇଁ ଲୋକମାନେ ସମୁଦ୍ରର ବେଶ ଗଭୀରକୁ ଯାଇଥାନ୍ତି । କାରଣ ଏହି ବିରଳ ପଥରରୁ ମିଳିଥିବା ମାଂସ ବେଶ ସୁସ୍ୱାଦୁ ହେବା ସହ ଲୋକମାନଙ୍କର ବହୁତ ପ୍ରିୟ ମଧ୍ୟ । ଏହି ପଥର ଭିତରୁ ମାଂସ କାଢିବା ପାଇଁ ଲୋକମାନେ ଧାରୁଆ ଛୁରୀର ବ୍ୟବହାର କରିଥାନ୍ତି ।
ଲୋକମାନେ ଏହାକୁ ରୋଷେଇ କରି ଖାଇବା ଅପେକ୍ଷା କଞ୍ଚା ଖାଇବାକୁ ବହୁତ ପସନ୍ଦ କରିଥାନ୍ତି । ପ୍ରକୃତ ଏଇ ପଥର ଏକ ସାମୁଦ୍ରିକଜୀବ ଅଟେ, ଯାହାକି ନିଶ୍ୱାସ ପ୍ରଶ୍ୱାସ ନେବା ସହ ଖାଦ୍ୟ ଗ୍ରହଣ ମଧ୍ୟ କରିଥାଏ । ଲିଙ୍ଗ ପରିବର୍ତ୍ତନ ଯୋଗୁଁ ଏହା ଛୁଆ ମଧ୍ୟ ଜନ୍ମ କରିଥାଏ ।


Share It

Comments are closed.