ଭାରତରେ ୱାନପ୍ଲସ୍ ୬ଟି ସ୍ମାର୍ଟଫୋନର ଶୁଭାରମ୍ଭ


ଅଗ୍ରଣୀ ପ୍ରିମିୟମ୍ ସ୍ମାର୍ଟଫୋନ୍ ବ୍ରାଣ୍ଡ, ୱାନପ୍ଲସ୍ ପକ୍ଷରୁ ଅତ୍ୟାଧୁନିକ ପ୍ରମିୟମ୍ ଡ଼ିଭାଇସ୍ ୱାନପ୍ଲସ୍ ୬ଟିର ଶୁଭାରମ୍ଭ କରାଯାଇଛି । ଏଥିରେ ଥିବା ପ୍ରମୁଖ ବୈଶିଷ୍ଟ୍ୟ, ସ୍କ୍ରିନ ଅନଲକ୍, ଉକ୍ତ ଉଦ୍ୟୋଗର ଦୃତ ଡ଼ିସପ୍ଲେ ଫିଙ୍ଗରପ୍ରିଣ୍ଟ ଜ୍ଞାନକୌଶଳ, ୱାନପ୍ଲସ୍ ୬ଟି ଉପଭୋକ୍ତା ମାନଙ୍କୁ ଦୃତ, ପ୍ରାକୃତିକ ଏବଂ ସ୍ୱତନ୍ତ୍ର ଭାବରେ ସେମାନଙ୍କ ଡ଼ିଭାଇସକୁ ଅନଲକ୍ କରିବା ପାଇଁ ଅବସର ପ୍ରଦାନ କରୁଛି । ଯେତେବେଳେକି ସେମାନେ ବୃହ ଡ଼ିସପ୍ଲେ ସହିତ ସର୍ବନିମ୍ନ ବେଜେଲର ସୁବିଧା ପ୍ରାପ୍ତ କରୁଛନ୍ତି । ଅନଲକ୍ କରିବାକୁ ମାତ୍ର ୦.୩୪ ସେକେଣ୍ଡ ଲାଗୁଥିବା ଏବଂ ଉନ୍ନତ ଆଲଗୋରିଦିମ୍, ସ୍କ୍ରିନ୍ ଅନଲକ୍ ସ୍ମାର୍ଟଫୋନ୍ ପାଇଁ ଏକ ନୂତନ ଷ୍ଟାଣ୍ଡାର୍ଡ଼ ଆଣିପାରିଛି ।
ୱାନ୍ପ୍ଲସ୍ ୬ଟି ମୂଖ୍ୟତଃ ମିଡ଼ନାଇଟ ବ୍ଲାକ୍, ମିରର ବ୍ଲାକ୍ ଏବଂ ଥଣ୍ଡର ପର୍ପଲ ରଙ୍ଗରେ ଆମାଜନ୍ ଡ଼ଟ୍ ଇନ୍, ୱାନ୍ ପ୍ଲସ୍ ଡ଼ଟ୍ ଇନ୍, କ୍ରୋମା ଷ୍ଟୋର, ରିଲାଏନ୍ସ ଡ଼ିଜିଟାଲ ଷ୍ଟୋର ଏବଂ ସମସ୍ତ ୱାନପ୍ଲସ୍ର ସ୍ୱତନ୍ତ୍ର ଅଫଲାଇନ୍ ଷ୍ଟୋର ମାନଙ୍କରେ ଉପଲବ୍ଧ । ତିନୋଟି ଭାରିଆଣ୍ଟ ଯେପରିକି ୬/୧୨୮ ଜିବି, ୮/୧୨୮ ଜିବି ଏବଂ ୮/୨୫୬ ଜିବି ରିଟେଲରେ ୬/୧୨୮ ଜିବିର ମୂଲ୍ୟ ମାତ୍ର ୩୭୯୯୯/- ଟଙ୍କା, ୮/୧୨୮ ଜିବିର ମୂଲ୍ୟ ମାତ୍ର ୪୧୯୯୯/- ଟଙ୍କା ଏବଂ ୮/୨୫୬ ଜିବି ର ମୂଲ୍ୟ ମାତ୍ର ୪୫୯୯୯/- ଟଙ୍କାରେ ଉପଲବ୍ଦ । ଥଣ୍ଡର ପର୍ପଲ ହେଉଛି ଏକ ସ୍ୱତନ୍ତ୍ର ସଂସ୍କରଣ ଯାହାକି କେବଳ ୮/୧୨୮ ଜିବିରେ ମାତ୍ର ୪୧୯୯୯/- ଟଙ୍କାରେ ଉପଲବ୍ଧ । ୱାନପ୍ଲସ୍ ୬ଟି ବର୍ତ୍ତମାନ ସମସ୍ତ ଚ୍ୟାନେଲ ମାନଙ୍କରେ ଯେପରିକି ୱାନପ୍ଲସ୍ ଡ଼ଟ୍ ଇନ୍, ଆମାଜନ୍ ଡ଼ଟ୍ ଇନ୍ ଏବଂ ରିଲାଏନ୍ସ ଡ଼ିଜିଟାଲ, କ୍ରୋମା ଆଉଟଲେଟ ଏବଂ ସମସ୍ତ ୱାନପ୍ଲସର ସ୍ୱତନ୍ତ୍ର ଅଫଲାଇନ୍ ଷ୍ଟୋର ମାନଙ୍କରେ ବିକ୍ରି ପାଇଁ ଉପଲବ୍ଧ ।
ଏହି ଅବସରରେ ୱାନ ପ୍ଲସର ମୂଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଏବଂ ପ୍ରତିଷ୍ଠାତା, ପେଟେ ଲାଉ କହିଛନ୍ତିଯେ, “ଆମ୍ଭେମାନେ ଅବିରତ ଭାବରେ ନିଜକୁ ଆହ୍ୱାନ କରିଆସିଛୁ ଯେପରିକି ଲୋକ ମାନଙ୍କୁ ଯଥାସମ୍ଭବ ଉନ୍ନତ ଅନୁଭୂତି ପ୍ରଦାନ କରିବା, ଯାହା ଠିକ୍ ସେଇଆ କରିବା, ସେ ଯାହା ହେଇଥାଉନା କାହିଁକି ।” ଆପଣଙ୍କ ଫୋନ୍ ରାସ୍ତାରୁ ବାହାରକୁ ଯିବା ପାଇଁ ଆବଶ୍ୟକକରି ଆପଣଙ୍କୁ ସ୍ୱାଧିନ ଅନୁଭବ କରାଇବା ହେଉଛି ଏକ ଉନ୍ନତ ଉପଭୋକ୍ତା ଅନୁଭୂତି, ଯାହାକି ଆପଣଙ୍କୁ ଜୀବନଠାରୁ ଦୁରେଇକି ନୁହେଁ ବରଂ ଏହା ଆପଣଙ୍କ ଜୀବନ ଉନ୍ନତି କରାଇଥାଏ । ଆମ୍ଭେମାନେ ୱାନ୍ ପ୍ଲସ୍ ୬ଟିରେ ଯାହାସବୁ କରିଛୁ ତାକୁନେଇ ମୁଁ ଖୁବ୍ ଗର୍ବିତ ଏବଂ ଏହାକୁ ବ୍ୟବହାର କଲାପରେ ଲୋକମାନେ କ’ଣ ଭାବିବେ ମୁଁ ଏହା ଦେଖିବା ପାଇଁ ଅପେକ୍ଷା କରିପାରିବି ନାହିଁ ।”


Share It

Comments are closed.