ମୋଦି ସରକାରଙ୍କ ପାଇଁ ବଡ ଝଟକା, ରାଜନିତୀରୁ ସନ୍ୟାସ ନେବେ ସୁଷମା


ବିଜେପିର ବରିଷ୍ଠ ନେତ୍ରୀ ତଥା କ୍ୟାବିନେଟ ମନ୍ତ୍ରୀ ସୁଷମା ସ୍ୱରାଜ ଆସନ୍ତା ୨୦୧୯ ଲୋକସଭା ନିର୍ବାଚନ ଲଢିବେ ନାହିଁ ବୋଲି ଘୋଷଣା କରିଛନ୍ତି । ସୁଷମା ସାମ୍ବାଦିକ ମାନଙ୍କୁ ଦେଇଥିବା ସୂଚନା ଅନୁଯାୟୀ , ସେ ସ୍ୱାସ୍ଥ୍ୟଗତ ସମସ୍ୟା କାରଣରୁ ଆଗାମୀ ନିର୍ବାଚନ ଲଢିବେ ନାହିଁ ବୋଲି ଘୋଷଣା କରିଛନ୍ତି ।
ସୁଷମା ସ୍ୱରାଜ ବର୍ତ୍ତମାନ ମଧ୍ୟପ୍ରଦେଶରେ ଅଛନ୍ତି । ଗତ କିଛି ଏହା ଚର୍ଚ୍ଚା ମଧ୍ୟ ଚାଲିଥିଲା ଯେ, ସେ ସ୍ୱାସ୍ଥ୍ୟଗତ ସମସ୍ୟା କାରଣରୁ ଆଗାମୀ ନିର୍ବାଚନ ଲଢି ନପାରନ୍ତି । ଖବର ମଧ୍ୟ ଏହା ମିଳିଥିଲା ଯେ, ବିଜେପି ତାଙ୍କୁ ରାଜସ୍ଥାନରୁ ସାଂସଦ ରୂପେ ପ୍ରାର୍ଥୀ କରିପାରେ କିନ୍ତୁ ସୁସମା ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ଏହା ଉପରେ ନିଜ ସ୍ପଷ୍ଟିକରଣ ରଖିଛନ୍ତି ଏବଂ କହିଛନ୍ତି “ଦଳ କ’ଣ ନିଷ୍ପତି ନେବ ତାହା ମୁଁ ଜାଣି ନାହିଁ କିନ୍ତୁ ମୁଁ ଆଗାମୀ ନିର୍ବାଚନ ଲଢିବି ନାହିଁ । ”
ସେ ବର୍ତ୍ତମାନ ‘ୱିଦିସା’ରୁ ସାଂସଦ ଅଛନ୍ତି, ଯାହାକି ଭୋପାଲ ଠାରୁ ୫୬ କି,ମି ଦୂରରେ ଅବସ୍ଥିତ । ଦୀର୍ଘ ଦିନ ହେବ ଶ୍ରୀମତୀ ସ୍ୱରାଜ ସ୍ୱାସ୍ଥ୍ୟଗତ ସମସ୍ୟାରେ ଗତି କରୁଛନ୍ତି । ମଝିରେ ସେ ଅନେକ ଥର ହସ୍ପିଟାଲରେ ମଧ୍ୟ ଭର୍ତ୍ତି ହୋଇସାରିଥିଲେ । ବର୍ତ୍ତମାନ ସୁସମା ମଧ୍ୟପ୍ରଦେଶରେ ନିଜ ଦଳକୁ ଜିତାଇବା ପାଇଁ ପ୍ରଚାର ଦାୟିତ୍ୱରେ ଅଛନ୍ତି । ଏହି ସମୟରେ ତାଙ୍କର ଏଇ ନିଷ୍ପତି ପ୍ରଦେଶରେ ହେବାକୁ ଥିବା ଆଗାମୀ ବିଧାନସଭା ନିର୍ବାଚନରେ ଦଳକୁ କ୍ଷତି ମଧ୍ୟ ପହଞ୍ଚାଇପାରେ ବୋଲି ସାଧାରଣରେ ଚର୍ଚ୍ଚା ମଧ୍ୟ ଜାର ଧରିଲାଣି ।
କେବଳ ଏତିକି ନୁହେଁ ମୋଦି ସରକାରରେ ବିଦେଶୀ ମନ୍ତ୍ରୀ ଦାୟିତ୍ୱରେ ଥିବା ସୁଷମା ହୁଏତ ନିଜର ସ୍ୱାସ୍ଥ୍ୟଗତ ସମସ୍ୟା ଯୋଗୁଁ ଏଇ ନିଷ୍ପତି ନେଇଛନ୍ତି ବୋଲି ସୂଚନା ଦେଇ ଥାଇପାରନ୍ତି କିନ୍ତୁ କେତେକ ରାଜନୈତିକ ସମୀକ୍ଷକ ମାନଙ୍କ କହିବା ଅନୁଯାୟୀ ତାଙ୍କୁ ଦଳରେ କୋଣଠେସା କରାଯିବା ହେତୁ ସେ ଏହ ନିଷ୍ପତିି ନେଇଛନ୍ତି ।


Share It

Comments are closed.