ଭାରତୀୟ ଦଳରେ ନିଜ ସ୍ଥିତିକୁ ନେଇ ମୁହଁ ଖୋଲିଲେ କୁଲଦୀପ


ଭାରତୀୟ କ୍ରିକେଟ ଦଳର ପ୍ଲେଇଙ୍ଗ ଏକାଦଶରେ ସ୍ଥାନ ପାଇବା ପାଇଁ ସଂଘର୍ଷ କରୁଥିବା କୁଲଦୀପ ଯାଦବ ଦଳରେ ନିଜ ସ୍ଥିତିକୁ ନେଇ ମୁହଁ ଖୋଲିଛନ୍ତି । ସେ କହିଛନ୍ତି ଯେ, ଆନ୍ତର୍ଜାତିକ କ୍ରିକେଟରେ ସମ୍ମୁଖୀନ ହେବାକୁ ପଡୁଥିବା ଅନେକ ବାଧାବିଘ୍ନ ମଧ୍ୟରୁ ଭାରତୀୟ ଦଳରେ ନିଜ ସ୍ଥିତିକୁ ମଜବୁତ କରିବା ପାଇଁ ସାମନା କରିବାକୁ ପଡୁଥିବା ବାଧାବିଘ୍ନ ହେଉଛି ଅନ୍ୟତ୍ତମ । ଗତ ୨ ମାସ ହେବ କୁଲଦୀପ ଏବଂ ଚହଲଙ୍କୁ ଦଳରେ ଅଧିକ ସୁଯୋଗ ମିଳିନଥିବାବେଳେ ଆଗାମୀ ଟି-୨୦ବିଶ୍ୱକପକୁ ନଜରରେ ରଖି ବିସିସିଆଇ ପକ୍ଷରୁ ଯୁବ ଖେଳାଳୀଙ୍କୁ ୱେଷ୍ଟଇଣ୍ଡିଜ ଏବଂ ସାଉଥ ଆଫ୍ରିକା ବିପକ୍ଷ ଟି-୨୦ ମ୍ୟାଚରେ ଖେଳିବାକୁ ସୁଯୋଗ ଦିଆଯାଇଥିଲା ।

ଟି-୨୦ ଦଳରୁ ବାଦ ହେବା ପରେ ଦଳରେ ନିଜ ସ୍ଥିତିକୁ ପୁଣିଥରେ ଫେରାଇବା ଆଣିବା ପାଇଁ ସଂଘର୍ଷ କରୁଥିବା କୁଲଦୀପ କହିଛନ୍ତି ଯେ, “ମୁଁ ଯେତେବେଳେ କ୍ରିକେଟ ଖେଳିବା ଆରମ୍ଭ କରିଥିଲି ସେତେବେଳେ ମୁଁ କେବେବି ଭାବିନଥିଲି ଯେ, ମୁଁ ଭାରତ ପାଇଁ କ୍ରିକେଟ ଖେଳିବି । ମୁଁ ଭାରତ ପାଇଁ ବିଗତ ୩ ବର୍ଷ ହେବ କ୍ରିକେଟ ଖେଳୁଛି ଏବଂ ମୋତେ ଅନେକ ବାଧାବିଘ୍ନର ସମ୍ମୁଖୀନ ହେବାକୁ ପଡିଛି ଯେଉଁଥିରେ ଏହି ବାଧାବିଘ୍ନ ମଧ୍ୟ ଅନ୍ୟତ୍ତମ । ”ସେ ଆହୁରୀ ମଧ୍ୟ କହିଛନ୍ତି ଯେ, “କଠିନ ପରିଶ୍ରମ ଓ ଅନୁଶାସନ ବିନା କିଛିବି ସମ୍ଭବ ନୁହେଁ ଏବଂ ମୁଁ ସେହି ଦୃଷ୍ଟିକୋଣରୁ କ୍ରିକେଟ ଖେଳେ । ” ପ୍ରକାଶ ଥାଉକି, ୨୪ ବର୍ଷିକ ଏହି ଖେଳାଳୀ ଜଣକ ଆନ୍ତର୍ଜାତିକ କ୍ରିକେଟରେ ଆଷ୍ଟ୍ରେଲିଆ ବିପକ୍ଷରେ ନିଜ ପଦାର୍ପଣ ମ୍ୟାଚରେ ୪ ୱିକେଟ ନେବା ପରେ ସେ ଭାରତୀୟ ଦଳର ତିନୋଟି ଫର୍ମାରେ ନିଜ ସ୍ଥିତି ମଜବୁତ କରି ସାରିଥିଲେ । ଏହା ସହ ସେ ଦିନିକିଆ ମ୍ୟାଚରେ ହ୍ୟାଟ୍ରିକ ସଂଘର୍ଷ କରିଥିବା ତୃତୀୟ ଭାରତୀୟ ବୋଲର ଅଟନ୍ତି ।


Share It

Comments are closed.