ଲେଖକରୁ ଅପ୍ରତିଦ୍ୱନ୍ଦୀ ରାଜନେତା, ୭୪ରେ ପାଦ ଥାପିଲେ ନବୀନ


ଲେଖକରୁ ସଫଳ ଓ ଅପ୍ରତିଦ୍ୱନ୍ଦୀ ନେତା ତଥା ଓଡିଶା ରାଜନୀତିର ଉଜ୍ୱଳ ତାରକା ନବୀନ ପଟ୍ଟନାୟକ ୭୪ ବର୍ଷରେ ପାଦ ଥାପିଛନ୍ତି । ଓଡିଶା ରାଜନୀତିରେ ନବୀନ ଯେଉଁ ମାଇଲ ଖୁଣ୍ଟି ହାସଲ କରିଛନ୍ତି, ତାହା ଅନ୍ୟ କେହି ନେତାଙ୍କ ଭାଗ୍ୟରେ ଜୁଟିନାହିଁ । ସରଳ ଜୀବନଯାପନରେ ବିଶ୍ୱାସ କରୁଥିବା ନବୀନ ଲଗାତାର ଓଡିଶାର ୫ ଥର ମୁଖ୍ୟମନ୍ତ୍ରୀ ହେବାର ସୌଭାଗ୍ୟ ଅର୍ଜନ କରିବା ସହ ଜାତୀୟ ରାଜନୀତିରେ ଏକ ନୂଆ ଅଧ୍ୟାୟ ସୃଷ୍ଟି କରିଛନ୍ତି । ରାଜ୍ୟବାସୀଙ୍କ ଖୁସିକୁ ନିଜ ଖୁସି ଭାବେ ବିଶ୍ୱାସ ରଖୁଥିବା ନବୀନ ଆଜି ଓଡିଶା ତଥା ଜାତୀୟ ରାଜନୀତିରେ ଏଭଳି ଏକ ଅଧ୍ୟାୟ ସୃଷ୍ଟି କରିଛନ୍ତି ଯାହାକି ପୂର୍ବରୁ କେବେବି ଦେଖିବାକୁ ମିଳିନାହିଁ । ୧୯୯୭ ମସିହାରେ ଓଡିଶାର ଜନନେତା ବିଜୁ ବାବୁଙ୍କ ଦେହାନ୍ତ ପରେ କଡ ଲେଉଟାଇଥିଲା ରାଜ୍ୟ ରାଜନୀତିର ଇତିହାସ ।

ବିଜୁ ବାବୁଙ୍କ ଦେହାନ୍ତ ପରେ ସାରା ଓଡିଶା ହୋଇଯାଇଥିଲା ସ୍ତବ୍ଧ । ତାଙ୍କ ସ୍ଥାନ କିଏ ପୂରଣ କରିବ, ତାହା ନେଇ ସମସ୍ତ ମନରେ ପଡିଯାଇଥିଲା ଭାଳେଣି । କିନ୍ତୁ କେହି ଜାଣିନଥିଲେ ବିଜୁଙ୍କ ମର ଶରୀରକୁ କାନେ୍ଧଇ ଥିବା ନବୀନ ଦିନେ ତାଙ୍କ ବାପା ଦେଖିଥିବା ସ୍ୱପ୍ନକୁ ସାକାର କରିବେ ବୋଲି । ବିଜୁ ବାବୁଙ୍କ ଦେହାନ୍ତ ପରେ ନବୀନଙ୍କ ଅତି ଆକସ୍ମିକ ଭାବେ ହୋଇଥିଲା ଓଜିଶା ରାଜନୀତିରେ ଏଣ୍ଟ୍ରି । କେହି ଭାବିବି ନଥିଲେ ରାଜନୀତିରୁ ଦୂରେଇ ରହୁଥିବା ଏବଂ ନିଜ ଲେଖନୀ ପ୍ରତି ସର୍ବଦା ସମପ୍ରିତ ରହୁଥିବା ନବୀନ ଦିନେ ଓଡିଶା ରାଜନୀତିରେ ଦିନ “ୱାନମ୍ୟାନ ସୋ” ରୂପେ ପ୍ରତିଷ୍ଠିତ ହୋଇପାରିବେ ।

ନବୀନ ରାଜନୀତିରେ ପ୍ରବେଶ କରିବା ପରେ ସମ୍ପୂର୍ଣ୍ଣ ରୂପେ ବଦଳିଯାଇଥିଲା ଓଡିଶା ରାଜନୀତି । ଅନେକ ରଥୀ ମହାରଥୀଙ୍କୁ ମାତ ଦେଇ ନବୀନ ଓଡିଶା ରାଜନୀତରେ ଅପ୍ରତିଦ୍ୱନ୍ଦୀ ହୋଇଥିବାବେଳେ ନିଜକୁ ଏକ ବ୍ରାଣ୍ଡ ରୂପେ ପରିଗଣିତ ମଧ୍ୟ କରିପାରିଛନ୍ତି । ଆଦର୍ଶ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡିଶାକୁ ଏକ ବିକଶିତ, ସ୍ୱୟଂ ସଂପୂର୍ଣ୍ଣ, ସଂବୃଦ୍ଧ ରାଜ୍ୟ ଭାବେ ବିଶ୍ୱ ଦରବାରରେ ପ୍ରତିଷ୍ଠିତ କରିବାକୁ ନିରନ୍ତର ଉଦ୍ୟମ ଜାରି ରଖିଥିବାବେଳେ ନୂଆ ଓଡିଶା ଗଠନ ଦିଗରେ ସେ ଆରମ୍ଭ କରିଥିବା ଯୋଜନା ଗୁଡିକ ଜାତୀୟ ସ୍ତରରେ କେବଳ ପ୍ରଶଂସିତ ହୋଇନାହିଁ ବରଂ ତାଙ୍କୁ ଏକ ନିଃସ୍ୱାର୍ଥପର ରାଜନେତା ଭାବେ ପରିଚିତ କରିଛି ।

ଚଳିତ ବର୍ଷ ବାତ୍ୟା ଫନୀ ରାଜ୍ୟରେ ବିଭିସିକା ଖେଳାଇ ଦେଇଥିବାବେଳେ ଏଥିପାଇଁ ନବୀନ ତାଙ୍କ ଜନ୍ମଦିନ ପାଳନ କରିବେ ନାହିଁ ବୋଲି ସ୍ପଷ୍ଟ ମନା କରିଦେଇଛନ୍ତି । ଏହି ଅବସରରେ ସେ କହିଛନ୍ତି ଯେ,. ଓଡିଶାବାସୀ ହେଉଛନ୍ତି ମୋର ପରିବାର । ଓଡିଶାବାସୀଙ୍କ ସ୍ନେହ ଏବଂ ଭଲ ପାଇବା ପାଇଁ ମୁଁ ରୂଣି । ଆପଣମାନଙ୍କ ଆର୍ଶୀବାଦ ମୋ ପାଇଁ ସବୁଠାରୁ ପ୍ରେରଣା ।”\nନିଜ କର୍ମୀଙ୍କୁ ଉପଦେଶ ଦେଇ ନବୀନ କହିଛନ୍ତି , ନବୀନ ନୀବାସରେ ତାଙ୍କ ଜନ୍ମଦିନ ପାଳନ କରିବା ପରିବର୍ତ୍ତେ ଯଦି ଅନାଥଆଶ୍ର୍ରମରେ ଅନାଥ ଏବଂ ଭିନ୍ନକ୍ଷମ ପିଲାମାନଙ୍କ ସହ ଏହି ଦିନକୁ ପାଳନ କରାଯିବ ତେବେ ସେ ବହୁତ ଖୁସି ହେବେ ।


Share It

Comments are closed.