ବିସିସିଆଇ ସଭାପତି ହେବା ପୂର୍ବରୁ କୋହଲିଙ୍କୁ ନିଜ ଦାୟିତ୍ୱ ପ୍ରତି ଅବଗତ କରାଇଲେ ଗାଙ୍ଗୁଲୀ


ବିସିସିଆଇ ନୂଆ ସଭାପତି ରୂପେ ନବନିଯୁକ୍ତି ପାଇବାକୁ ଥିବା ଗାଙ୍ଗୁଲୀଙ୍କ ମତରେ ଭାରତୀୟ ଦଳ, ଆଇସିିସି ଟୁର୍ଣ୍ଣାମେଣ୍ଟ ଗୁଡିକରେ କିପରି ବିଜୟ ହାସଲ କରିପାରିବ ସେଥିପାଇଁ ଧ୍ୟାନ କେନ୍ଦ୍ରିତ କରିବାକୁ ପଡିବ । ସେ ଏହି ଘଟଣା ଉପରେ ବିରାଟ କୋହଲି ଆଲୋଚନା ମଧ୍ୟ କରିବେ । ଗାଙ୍ଗୁଲୀ ଏହା ଉପରେ ଗୁରୁତ୍ୱ ଦେଇ କହିଛନ୍ତି ଯେ, “କୋହଲି ଏହା ଉପରେ ଗମ୍ଭୀରତାର ସହ ବିଚାର କରିବା ଉଚିତ । ମୋ ମତରେ ଦଳ ସମସ୍ତ ଟୁର୍ଣ୍ଣାମେଣ୍ଟରେ ବିଜୟ ହାସଲ କରିପାରିବ ତାହା ସମ୍ଭବ ନୁହେଁ କିନ୍ତୁ ଦଳ ଅନେକ ବଡ ଟୁର୍ଣ୍ଣାମେଣ୍ଟରେ ଅସଫଳ ରହିଛି ।”ସେ ଆହୁରୀ ମଧ୍ୟ କହିଛନ୍ତି ଯେ, “ବର୍ତ୍ତମାନର ଦଳ ମୋ ସମୟ ସମୟର ଦଳ ଠାରୁ ଖୁବ ଭଲ ଅଛି । ଏହି ଦଳରେ ପ୍ରତିଭାର କୌଣସି ଅଭାବ ନାହଁ । ଏମାନଙ୍କୁ ମାନସିକ ରୂପେ ପ୍ରସ୍ତୁତ ହେବାର ଆବଶ୍ୟକତା ରହିଛି ।

ଆମେ ବିଶ୍ୱକପ ସେମି ଫାଇନାଲେ ପହଞ୍ôଚଲୁ, କିନ୍ତୁ ବିଜେତା ହୋଇ ପାରିଲୁ ନାହିଁ । ବିରାଟଙ୍କ ସହ ଏହି ଦିଗପ୍ରତି ଆଲୋଚନା କରିବାର ଆବଶ୍ୟକତା ରହିଛି ଏବଂ ଏହା ବୋର୍ଡରୁମ ହୋଇ ପାରିବା ନାହିଁ । ମୁଁ ଜାଣିଛି କୋହଲି ଜଣେ ଶ୍ରେଷ୍ଠ ଖେଳାଳୀ । ସେଥିପାଇଁ ସେ ଏହି ଦିଗପ୍ରତି ବେଶ ଧ୍ୟାନ ଦେବେ ।” ପ୍ରକାଶ ଥାଉକି, ଭାରତ ୨୦୧୩ରେ ଶେଷ ଥର ପାଇଁ ଧୋନୀଙ୍କ ଅଧିନାୟକତ୍ୱରେ ବିଶ୍ୱକପ ବିଜୟୀ ହୋଇଥିଲା । ଏବଂ ଏହା ସହ ଧୋନୀଙ୍କ ଅଧିନାୟକତ୍ୱରେ ଭାରତ ଚାମ୍ପଆନ୍ସ ଟ୍ରଫିରେ ମଧ୍ୟ ବିଜୟ ହାସଲ କରିଥିଲା । ଏହା ପର ଠାରୁ ଭାରତ ୨୦୧୫ ଏବଂ ୨୦୧୯ ବିଶ୍ୱକପ, ୨୦୧୪ ଏବଂ ୧୬ ଟି-୨୦ ବିଶ୍ୱକପ ଏବଂ ୨୦୧୭ ଚାମ୍ପଆନ ଟ୍ରଫିରେ ମଧ୍ୟ ବିଜୟ ହାସଲ କରପାରିନଥିଲା ।


Share It

Comments are closed.