ରାଜ କପୁରଙ୍କ ୯୪ତମ ଜନ୍ମ ବାର୍ଷିକରେ, ଆସନ୍ତୁ ଜାଣିବା ତାଙ୍କ ସମ୍ପର୍କରେ କିଛି


ରାଜ କପୁରଙ୍କ ବିନା ହିନ୍ଦି ଫିଲ୍ମ ଜଗତ ଅଧୁରା । ୧୯୨୪ ମସିହାରେ କପୁର ପରିବାରରେ ଜନ୍ମ ଗ୍ରହଣ କରିଥିଲେ ରାଜ କପୁର । ରାଜ କପୁର ହିନ୍ଦି ଫିଲ୍ମ ଇଣ୍ଡଷ୍ଟ୍ରି ତଥା ଭାରତୀୟ ଥିଏଟରର ଜନ୍ମଦାତା ପୃଥ୍ୱୀରାଜ କପୁରଙ୍କ ୬ଟି ସନ୍ତାନ ମଧ୍ୟରୁ ଜଣେ । ପିତାଙ୍କ ପଥ ଅନୁସରଣ କରି ରାଜ କପୁର ମଧ୍ୟ ବଲିଉଡରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିଲେ । ଆଜି ତଥା ଡିସେମ୍ବର ୧୪ରେ ତାଙ୍କର ୯୪ତମ ଜନ୍ମ ବାର୍ଷିକ । ସେ ୧୯୨୪ ମସିହାରେ ଜନ୍ମ ହୋଇ ୧୯୬୮ରେ ମାତ୍ର ୬୩ ବର୍ଷ ବୟସରେ ଇହଲୀଳା ସମ୍ବରଣ କରିଥିଲେ । କପୁର ପରିବାରକୁ ବଲିଉଡର ପ୍ରଥମ ପରିବାର ବୋଲି କୁହାଯାଏ ।
ରାଜ କପୁର ଏକା ଧାରାରେ ଜଣେ ଅଭିନେତା, ନିର୍ଦ୍ଦେଶକ ଏବଂ ପ୍ରଯୋଜକ ମଧ୍ୟ । ସେ ନିଜର ଏହି ସମସ୍ତ ସ୍ୱତନ୍ତ୍ରତା ପାଇଁ ବହୁ ପୁରଷ୍କାର ସହିତ ୩ଟି ଜାତୀୟ ପୁରଷ୍କାର ଏବଂ ୧୧ଟି ଫିଲ୍ମ ଫେୟାର ଆୱାର୍ଡର ଅଧିକାରୀ ହୋଇପାରିଥିଲେ । ନିଜର ଅଦ୍ଭୁତ ଅଭିନୟ ଏବଂ ନିର୍ଦ୍ଦେଶନା ପାଇଁ ସେ ଆଜି ମଧ୍ୟ ପ୍ରତ୍ୟେକ ଭାରତୀୟଙ୍କ ହୃଦୟରେ ଜିବୀତ । ତାଙ୍କର ସାମାଜିକ ବିଷୟବସ୍ତୁ, ମ୍ୟୁଜିକାଲ ଡ୍ରାମା, ଏବଂ ସଂଗୀତ ସମଗ୍ର ବିଶ୍ୱରେ ଲୋକମାନଙ୍କର ହୃଦୟରେ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିପାରିଛନ୍ତି । କଳା ଜଗତରେ ନିଜର ଅବଦାନ ପାଇଁ ସେ ୧୯୭୧ ମସିହାରେ ପଦ୍ମଶ୍ରୀ ପୁରଷ୍କାର ଏବଂ ୧୯୮୭ରେ ଦାଦା ସାହେବ ଫାଲକୀ ପୁରଷ୍କାରରେ ପୁରଷ୍କୃତ ହୋଇଥିଲେ । ସେ ପ୍ରଥମେ ୧୯୪୭ ମସିହାରେ ନିଲ କମଲ ଫିଲ୍ମ ପାଇଁ ବଲିଉଡରେ ବ୍ରେକ ପାଇଥିଲେ ।
ଆସନ୍ତୁ ଜାଣିବା ତାଙ୍କ ବ୍ୟକ୍ତିଗତ ଜୀବନ ସମ୍ପର୍କରେ କିଛି –
• ରାଜ କପୁର ଦୁଇ ଦୁଇ ଥର ଆୱାରା ଏବଂ ବୁଟ ପଲିସ ଫିଲ୍ମ ପାଇଁ ପାଲମେ ଡି ଗ୍ରାଣ୍ଡ ଆୱାର୍ଡ ପାଇଁ ନୋମିନେଟ ହୋଇଥିଲେ ।
• ଟାଇମ ମାଗାଜିନ ଆୱାରା ଫିଲ୍ମରେ ନିଜର ଅଭିନୟ ପାଇଁ ଶ୍ରେଷ୍ଠ ୧୦ ମଧ୍ୟରେ ପ୍ରଥମ ଭାବେ ଦର୍ଶାଇଥିଲେ ।
• ରାଜ କପୁରଙ୍କୁ ନିଜର ଅବଦାନ ପାଇଁ ଭାରତୀୟ ଫିଲ୍ମ ଇଣ୍ଡଷ୍ଟ୍ରିର କ୍ଲାର୍କ ଗ୍ଲେବ ବୋଲି କୁହାଯାଏ । ତାଙ୍କ ଫିଲ୍ମ ଏସିଆ ଏବଂ ଇଉରୋପର ଦର୍ଶକମାନଙ୍କର ମଧ୍ୟ ମନମୁଗ୍ଧ କରିପାରିଛି ।
• ସେ ସଂଗୀତକାର ଶଙ୍କର- ଜୟକିଶାନଙ୍କୁ, ଲେଖକ ହର୍ଷତ ଜୟପୁରୀ ଏବଂ ଶୈ÷ଳନ୍ଦ୍ରଙ୍କୁ ଇଣ୍ଟ୍ରଡ୍ୟୁସ କରିଥିଲେ ।
• ସେ ଏକ ଚାଇଲ୍ଡ ଆର୍ଟିଷ୍ଟ ଭାବେ ୧୯୩୫ର ଇନକିଲାବ ଫିଲ୍ମରେ ଅଭିନୟ କରିଥିଲେ ।
• ଅଭିନେତା ହେବା ପୂର୍ବରୁ ସେ ମାତ୍ର ୨୪ ବ୍ରଷ ବୟସରେ ଫିଲ୍ମ ନିର୍ଦ୍ଦେଶକ ହୋଇଥିଲେ ଯେବେକି ସେ ଭାରତର ସବୁଠାରୁ ଯୁବ ଫିଲ୍ମ ନିର୍ଦ୍ଦେଶକ ।
• ଇବି ଫିଲ୍ମରେ ରାଜ କପୁରଙ୍କ ଡିମ୍ପଲଙ୍କ ଭେଟ ରାଜ କପୁରଙ୍କ ନରଗିସଙ୍କ ପ୍ରକୃତ ଭେଟର କାହାଣୀ ।
• ୧୯୫୧ର ଫିଲ୍ମ ଆୱାରାରେ କପୁର ପରିବାରର ତିନୋଟି ପିଢି ତଥା ତାଙ୍କ ଜେଜେ ବାପା ଦିୱାନ ବଶେଶ୍ୱରନାଥ, ପିତା ପୃଥ୍ୱୀରାଜ ଏବଂ ରାଜ କପୁର ଅଭିନୟ କରିଥିଲେ ।
• ରାଜ କପୁରଙ୍କର ନରଗିସଙ୍କ ସହିତ ଆଫାୟର୍ସ ଚାଲିଥିବା ବେଳେ ସେହି ସମୟରେ ବଜୟନ୍ତିମାଳାଙ୍କ ସହିତ ମଧ୍ୟ ସମ୍ପର୍କ ରହିଥିଲା । ଏହା ଋିଷି କପୁର ନିଜର ବାଇଓଗ୍ରାଫିରେ ଲେଖିଛନ୍ତି ।


Share It

Comments are closed.