ପର୍ଥ ଗ୍ରାଉଣ୍ଡରେ ଭାରତର ନୈରାଶ୍ୟଜନକ ପ୍ରଦର୍ଶନ


ପର୍ଥରେ ଚାଲିଥିବା ଦ୍ୱିତୀୟ ଟେଷ୍ଟରେ ଅଷ୍ଟ୍ରେଲିଆ ପ୍ରଥମ ଇଂନିସରେ ୩୨୬ ରନ କରି ଅଲ ଆଉଟ ହୋଇଯାଇଛି । ଲଞ୍ଚ ପୂର୍ବରୁ ଭାରତୀୟ ଦଳ ଅଷ୍ଟ୍ରେଲିଆକୁ ୩୫୦ ରନ ଭିତରେ ରୋକିବାରେ ସଫଳ ହୋଇଛନ୍ତି । ଏହି ମ୍ୟାଚ ପ୍ରଥମ ଇଂନିସରେ ଇଶାନ୍ତ ଶର୍ମା ସର୍ବାଧିକ ୪ ୱିକେଟ ନେଇଥିବାବେଳେ ବୁମରା, ଉମେଶ ଏବଂ ହନୁମା ବିହାରୀ ୨ ଲେଖାଏଁ ୱିକେଟ ନେଇଛନ୍ତି ।
ପ୍ରଥମ ଦିନରେ ଅଷ୍ଟ୍ରେଲିଆ ୬ଟି ୱିକେଟ ହରାଇ ୨୭୮ ରନ ସଂଗ୍ର୍ରହ କରିଥିବାବେଳେ ଦ୍ୱିତୀୟ ଦିନରେ ଦଳ ମାତ୍ର ୫୨ ରନ କରିବାରେ ସଫଳ ହୋଇଥିଲା । ସୂଚନା ଯୋଗ୍ୟ ଏହି ପିଚ ଦ୍ରୁତ ବୋଲରଙ୍କ ପାଇଁ ଖୁବ ପ୍ରଭାବଶାଳୀ ରହିଥିବାବେଳେ ଏବେ ଖାଲି ଭାରତୀୟ ବ୍ୟାଟ୍ସମ୍ୟାନଙ୍କ ପ୍ରଦର୍ଶନ ଦେଖିବାକୁ ବାକି ରହିଛି । ପ୍ରକାଶ ଥାଉକି ଏହି ମ୍ୟାଚରେ ଅଧିନାୟକ ବିରାଟ କୋହଲି କିଛିଟା ପରିବର୍ତ୍ତନ କରାଇଛନ୍ତି । ପ୍ରଥମ ମ୍ୟାଚରେ ରୋହିତ ଶର୍ମାଙ୍କୁ ଟିମ ସ୍ଥାନ ଦିଆଯାଇଥିବାବେଳେ ତାଙ୍କର ଖରାପ ପ୍ରଦର୍ଶନ ଯୋଗୁଁ ତାଙ୍କୁ ଏଥର ଟିମରୁ ବାହାର ରଖାଯାଇଛି । ରୋହିତଙ୍କ ବଦଳରେ ଏଥର ହନୁମା ବିହାରୀଙ୍କୁ ସ୍ଥାନ ଦିଆଯାଇଛି ।
ସେପଟେ ଭାରତର ପ୍ରଥମ ଇଂନିସ ବହୁତ ନୈରାଶ୍ୟଜନକ ରହିଛି । ବିଜୟ ୱିକେଟ ସ୍ୱରୁପ ଭାରତକୁ ପ୍ରଥମ ଝଟକା ଲାଗିଥିବାବେଳେ ଦଳକୁ ଦ୍ୱିତୀୟ ଝଟକା ସୂରୁପ କେ.ଏଲ ରାହୁଲଙ୍କ ୱିକେଟର ପତନ ଘଟିଛି । ଷ୍ଟାର୍କଙ୍କ ଏକ ସୁନ୍ଦର ଇଂସ୍ୱିମ ବଲରେ ବିଜୟ ବୋଲ୍ଡ ହୋଇଯାଇଥିଲେ । ସେପଟେ ବିଜୟ ବିନା କୌଣସି ରନ ସଂଗ୍ରହ କରି ଆଉଟ ହୋଇଯାଇଥିବାବେଲେ କେ.ଏଲ ରାହୁଲ ମାତ୍ର ୨ ରନ ସଂଗ୍ର୍ରହ କରିପାରିଛନ୍ତି । ଅନ୍ୟ ପଟେ ବର୍ତ୍ତମାନ କ୍ରିଜରେ ବିରାଟ ଏବଂ ପୂଜାରା ଉପସ୍ଥିତ ଅଛନ୍ତି ।


Share It

Comments are closed.