ଖୁବ ଶୀଘ୍ର ବାପା ହେବାକୁ ଯାଉଛନ୍ତି ଯୁବରାଜ


ଖୁବ ଶୀଘ୍ର ବାପା ହେବାକୁ ଯାଉଛନ୍ତି ଭାରତୀୟ ଦଳର ବିସ୍ପୋଟକ ବ୍ୟାଟ୍ସମ୍ୟାନ ଯୁବରାଜ ସିଂହ । କାରଣ ଆମକୁ ଏଭଳି କିଛି ତଥ୍ୟ ମିଳିଛି ଯାହାକୁ ଶୁଣିଲେ ଆପଣ ମଧ୍ୟ ଜାଣିପାରିବେ ଯୁବରାଜ ଖୁବ ଶୀଘ୍ର ବାପା ହେବେ କି ନାହିଁ । ପ୍ରକାଶ ଥାଉକି ବିଶିଷ୍ଟ ଶିଳ୍ପପତି ମୁକେଶ ଅମ୍ବାନୀଙ୍କ ଝିଅ ଇଶା ଅମ୍ବାନୀଙ୍କ ବିବାହ ଉତ୍ସବରେ ଅନେକ ବିଶିଷ୍ଟ ବ୍ୟକ୍ତି ବିଶେଷ ଯୋଗ ଦେଇଥିଲେ । ଏହି ବ୍ୟକ୍ତି ବିଶେଷଙ୍କ ମଧ୍ୟରେ ଯୁବରାଜ ସିଂହ ଏବଂ ତାଙ୍କ ପତ୍ନୀ ମଧ୍ୟ ସାମିଲ ଥିଲେ । ପ୍ରାୟ ଦୀର୍ଘ ଦିନ ପରେ ଉଭୟଙ୍କୁ କ୍ୟାମେରାରେ ଏକାଠି ଦେଖିବାକୁ ମିଳିଛି ।
କେବଳ ଏତିକି ନୁହେଁ ବର୍ତ୍ତମାନ ଯୁବରାଜଙ୍କ ପ୍ରସଂଶକଙ୍କ ପାଇଁ ଏକ ଖୁସି ଖବର ଆସିଛି । ମିଳିଥିବା ସୂଚନା ମୁତାବକ ଯୁବରାଜ ଖୁବ ଶୀଘ୍ର ବାପା ହେବାକୁ ଯାଉଛନ୍ତି କାରଣ ଇଶା ଅମ୍ବାନୀଙ୍କ ବିବାହ ଉତ୍ସବରେ ଯେତେବେଳେ ଉଭୟ ଆସି ପହଞ୍ଚିଥିଲେ ସେତେବେଳେ ଯୁବରାଜ ପତ୍ନୀ ‘ହେଜଲ’ ପେଟରେ ହାତ ରଖିଥିବାର ଏକ ଦୃଶ୍ୟ ସାମନାକୁ ଆସିଥିଲା । ତେବେ ଏଥିରୁ ନିଶ୍ଚିତ ଅନୁମାନ ଲଗାଯାଉଛି, ଯୁବରାଜ ଖୁବ ଶୀଘ୍ର ବାପା ହେବାକୁ ଯାଉଛନ୍ତି ।
ସୂଚନା ଅନୁଯାୟୀ ଯୁବରାଜ ବିବାହ ଉତ୍ସବରେ ଏହି ସଂପର୍କରେ କଥାବର୍ତ୍ତା କରୁଥିବାବେଳେ ଖୁବ ଶୀଘ୍ର ଏଇ ଖୁସି ଖବରକୁ ସମସ୍ତଙ୍କ ସାମନାରେ ଆଣିବେ ବୋଲି ଜଣାପଡିଛି ।
ପ୍ରକାଶ ଥାଉକି ଯୁବରାଜଙ୍କ ପତ୍ନୀ ହେଜଲ ହେଉଛନ୍ତି ଜଣେ ବଲିଉଡ ଅଭିନେତ୍ରୀ । ସେ ପୂର୍ବରୁ ସଲମାନ ଖାନ ଏବଂ କରିନା କପୁରଙ୍କ ସହ ବଡିଗ୍ରାଡ ଫିଲ୍ମରେ ଅଭିନୟ କରି ସାରିଛନ୍ତି । ଫିଲ୍ମ ଜଗତକୁ ଆସିବା ପୂର୍ବରୁ ସେ ମଡଲିଙ୍ଗ କରୁଥିଲେ ।


Share It

Comments are closed.