ଲକଡାଉନ ସମୟରେ ବୁଲା ଜୀବଜନ୍ତୁଙ୍କୁ ଖାଦ୍ୟ ଯୋଗାଇବା ପାଇଁ ଓଡ଼ିଶା ସରକାରଙ୍କ ତରଫରୁ ଅତିରିକ୍ତ ୮୦ଲକ୍ଷ ଟଙ୍କାର ମଂଜୁରୀ


ମେ ୩ ପର୍ଯ୍ୟନ୍ତ ଲକଡାଉନ ଅବଧି ବଢ଼ିଯାଇଥିବାରୁ ସରକାରଙ୍କ ତରଫରୁ ଲୋକମାନଙ୍କ ସୁବିଧା ପାଇଁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଛି । ଏହି ସମୟରେ ବୁଲା ଜୀବଜନ୍ତୁଙ୍କ ପାଇଁ ମଧ୍ୟ ସରକାର ତତ୍ପରତା ଦେଖାଇଛନ୍ତି । ବୁଲା କୁକୁର ଏବଂ ଅନ୍ୟ ଜୀବଜନ୍ତୁମାନଙ୍କୁ ଖାଦ୍ୟ ଯୋଗାଇଦେବା ପାଇଁ ରାଜ୍ୟ ସରକାର ୧୧୪ଟି ସହରୀ ସ୍ଥାନୀୟ ସଂଗଠନଗୁଡ଼ିକୁ (ୟୁଏଲବିଏସ) ଗୁରୁବାର ଦିନ ମୁଖ୍ୟ ମନ୍ତ୍ରୀ ରିଲିଫି ପାଣ୍ଡି (ସିଏମଆରଏଫ)ତରଫରୁ ଅତିରିକ୍ତ ୮୦.୧୮ ଲକ୍ଷ ମଂଜୁର କରିଛନ୍ତି । ଏହା ପୂର୍ବରୁ ମାର୍ଚ ୩୦ରେ ରାଜ୍ୟ ସରକାର ବୁଲା ପଶୁପକ୍ଷୀଙ୍କ ପାଇଁ ୫୪ ଲକ୍ଷ ଟଙ୍କାର ମଂଜୁରୀ ଦେଇଥିଲେ ।
ନୀକଟରେ ହୋଇଥିବା ମଂଜୁରୀରେ ବୁଲା କୁକୁର ଏବଂ ପଶୁପକ୍ଷୀ ମାନଙ୍କୁ ଖାଦ୍ୟ ଯୋଗାଇବା ପାଇଁ ରାଜ୍ୟ ସରକାର ଭୁବନେଶ୍ୱର ମ୍ୟୁନିସିପାଲ କର୍ପୋରେସନକୁ ୩.୮୦ ଲକ୍ଷ ଦେଇଛନ୍ତି, ଯେବେକି ଅନ୍ୟ ୭.୬୦ଲକ୍ଷ କଟକ, ବ୍ରହ୍ମପୁର, ରାଉରକେଲା ଏବଂ ସମ୍ବଳପୁରଠାରେ ଥିବା ଅନ୍ୟ ଚାରୋଟି ମ୍ୟୁନିସିପାଲ ସଂଗଠନକୁ ଯୋଗାଇଦିଆଯାଇଛି । ସମାନରୂପେ ୪୮ ମ୍ୟୁନିସିପାଲିଟି ପାଇଁ ୪୫.୬୦ ଲକ୍ଷ ଟଙ୍କା ଏବଂ ଅନ୍ୟ ୨୩.୧୮ଲକ୍ଷ ଟଙ୍କାକୁ ୬୧ଟି ନୋଟିଫାଏଡ ଏରିଆ କାଉନସିଲକୁ ବଂଟନ କରିଦିଆଯାଇଛି ।
ବୁଲା କୁକୁର ଓ ଜୀବଜନ୍ତୁଙ୍କୁ ଖାଦ୍ୟ ଯୋଗାଇଦେଇ ସେମାନଙ୍କୁ ଉପାସ ମଧ୍ୟରୁ ବାହାରକରିବା ଏବଂ ଉପାସ ଯୋଗୁଁ ବୁଲା କୁକୁର ଓ ଜୀବଜନ୍ତୁଙ୍କର ହିଂସ୍ର ବ୍ୟବହାରକୁ କମାଇବା ଉଦ୍ଦେଶ୍ୟରେ ଏହି ଟଙ୍କାକୁ ବଂଟନ କରାଯାଇଛି ବୋଲି ମ୍ୟୁନିସିପାଲ ପ୍ରଶାସନର ନିର୍ଦ୍ଦେଶକ ଶ୍ରୀ ସଂଗ୍ରାମଜିତ ନାୟକ ୟୁଏଲବି ସଂଗଠନଗୁଡ଼ିକୁ ଦେଇଥିବା ଏକ ଚିଠିର ଲେଖିଛନ୍ତି ।


Share It

Comments are closed.