ସାବଧାନ : ନଭେମ୍ବରରେ ପୁଣିଥରେ ନିଜର କରାଳ ଋପ ଦେଖାଇପାରେ କରୋନା


ସାରା ବିଶ୍ୱରେ ୧.୩୫ ଲକ୍ଷ ମୁଣ୍ଡନେଇ ସାରିଥିବା କରୋନା ଭାଇରସର ସଂକ୍ରମଣର ପ୍ରକୋପ ହୁଏତ ଆଗାମୀ ୧-୨ ମାସି ମଧ୍ୟରେ କମିଯାଇପାରେ କିନ୍ତୁ ଆସନ୍ତା ନଭେମ୍ବରରେ ପୁଣିଥରେ ସେ ତାର କରାଳ ଋପ ସାରା ବିଶ୍ୱବାସୀଙ୍କୁ ଦେଖାଇପାରେ ।
ଚୀନର ଜଣେ ବରିଷ୍ଠ ମେଡିକାଲ ବିଶେଷଜ୍ଞ ଏହି ସଂପର୍କରେ ଚେତାବନୀ ଦେଇଛନ୍ତି । ଦୀର୍ଘ ତିନି ମାସର ଯୁଦ୍ଧ ପରେ ବିଶ୍ୱର ଦ୍ୱିତୀୟ ସର୍ବବୃହତ୍ତ ଅର୍ଥବ୍ୟବସ୍ଥା ପୁଣିଥରେ ନିଜର ଅଣ୍ଟା ସଳଖେଇ ଠିଆ ହେବା ପାଇଁ ପ୍ରୟାସ କରୁଛି । ସଂଘାଇ କୋଭିଡ-୧୯ ଚିକିତ୍ସକ ବିଶେଷଜ୍ଞ ଦଳର ନେତୃତ୍ୱ ନେଉଥିବା ଝାଙ୍ଗ ୱେନହାଙ୍ଗ କହିଛନ୍ତି ଯେ, ଦୀର୍ଘ ସମୟ ଧରି ଏହି ଭାଇରସ ବାରମ୍ବାର ବିସ୍ତାର ହୋଇପାରେ ବୋଲି ସମସ୍ତ ଦେଶକୁ ଏହି ସ୍ଥିର ମନୋଭାବ ଗ୍ରହଣ କରିବାକୁ ପଡିବ ।
ଶୀତ ଆସିବା ପୂର୍ବରୁ ସମସ୍ତ ଦେଶ ଏହି ଭାଇରସ ଉପରେ ନିୟନ୍ତ୍ରଣ କରିବାରେ ସକ୍ଷମ ହୋଇପାରନ୍ତି ବୋଲି ସେ ଆଶାବ୍ୟକ୍ତ କରିଥିବାବେଳେ ଏହା ସହ ସେ ଚେତବନୀ ଦେଇଛନ୍ତି ଯେ, ଚାଇନା ସମେତ ବିଶ୍ୱର ଅନ୍ୟଦେଶମାନଙ୍କୁ ଦ୍ୱିତୀୟ ସଂକ୍ରମଣର ସମ୍ମୁଖୀନ ହେବାକୁ ମଧ୍ୟ ପଡିପାରେ ।


Share It

Comments are closed.