ରସଗୋଲା ପ୍ରସଙ୍ଗରେ ଓଡିଶା-ବଙ୍ଗଳା ବିବାଦ ତୁଟିନି

Share It

[vc_row][vc_column][vc_column_text]ଦୀର୍ଘ ଦିନର ଠେଲାପେଲା ଲାଗିବା ପରେ ଶେଷରେ ପଶ୍ଚିମବଙ୍ଗ ସରକାରଙ୍କୁ ମିଳିଥିଲା ରସଗୋଲାର ମାନ୍ୟତା । ଏବେ ପୁଣି ସେହି ମାନ୍ୟତାକୁ ନେଇ ବିବାଦ ଆରମ୍ଭ ହୋଇଛି । ପଶ୍ଚିମବଙ୍ଗ ସରକାରଙ୍କୁ ଜିଆଇ ପକ୍ଷରୁ କାରମ ଦର୍ଶାଅ ନୋଟିସ ଜାରି କରାଯାଇଛି । ଉକ୍ତ ନୋଟିସରେ ରସଗୋଲାକୁ କାହିଁକି ରଦ୍ଦ କରାନଯିବ ସେ ନେଇ ୨ ମାସ ମଧ୍ୟରେ ଜବାବ ଦାଖଲ କରିବାକୁ ନିର୍ଦ୍ଦେଶ ଜାରି କରାଯାଇଛି । ପଶ୍ଚିମ ବଙ୍ଗ ସରକାର ଭୁଲ ତଥ୍ୟ ଉପସ୍ଥାପନା କରିବା ସହ ଚଞ୍ଚକତା କରି ଚେନ୍ନାଇରେ ଥିବା ଇଣ୍ଡିଆନ ପେଟେଣ୍ଟ କାର୍ଯ୍ୟଳୟରୁ ବାଂଲାର ରସଗୋଲା ନାମରେ ଜିଆଇ ମାନ୍ୟତା ହାସଲ କରାଯାଇଥିବା ନେଇ ଜିଆଇ କର୍ତ୍ତୃପକ୍ଷଙ୍କ ନିକଟରେ ରମେଶ ଚନ୍ଦ୍ର ସାହୁ ନାମକ ଜଣେ ବ୍ୟକ୍ତି ଅଭିଯୋଗ ଆଣିଥିଲେ । ଏହି ଅଭିଯୋଗ ଆଧାରରେ ପଶ୍ଚିମବଙ୍ଗ ସରକାରଙ୍କୁ ନୋଟିସ ଜାରି କରାଯାଇଛି । କୌଣସି ମିଷ୍ଟାନ ପ୍ରତିଷ୍ଟାନ ଏହି ଜିଆଇ ମାନ୍ୟତା ପାଇଁ ଆବେଦନ କରିନଥିବା ବେଳେ ପଶ୍ଚିମବଙ୍ଗ ରାଜ୍ୟ ଖାଦ୍ୟ ପ୍ରକ୍ରିୟାକରଣ ଏବଂ ଉଦ୍ୟାନ ବିଭାଗ କର୍ପୋରେସନ ଏହି ଆବେଦନ କରିଥିଲା । ଏଥିରେ ଓଡିଶାକୁ ପକ୍ଷରୁ ରଖିବାକୁ ସୁଯୋଗ ଦିଆଯାଇନଥିଲା ।[/vc_column_text][/vc_column][/vc_row][vc_row][vc_column][vc_single_image image=”594″ img_size=”full”][/vc_column][/vc_row][vc_row][vc_column][vc_column_text]ସୂଚନାଯୋଗ୍ୟ, ଶ୍ରୀମନ୍ଦିରରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନୈବେଦ୍ୟ ଭାବେ ୮ଶହ ବର୍ଷ ତଳୁ ରସଗୋଲା ଭୋଗ ହେଉଛି । ଭକ୍ତ କବି ବଳରାମ ଦାସଙ୍କ ଦାଣ୍ଡି ରାମାୟଣରେ ୫ ଶହ ବର୍ଷ ତଳେ ରସଗୋଲା ସଂପର୍କରେ ବର୍ଣ୍ଣନା କରାଯାଇଛି । ଇତି ମଧ୍ୟରେ ଜାକ ବିଭାଗ ପକ୍ଷରୁ ଶ୍ରୀ ଜଗନ୍ନ୍ାଥଙ୍କ ବ୍ୟଞ୍ଜନରେ ରସୋଗଲା ଶୀର୍ଷକରେ ସ୍ୱତନ୍ତ୍ର ଲଫାପା ଜାରି କରାଯାଇଛି । ମାତ୍ର ୧୫୦ ବର୍ଷ ତଳେ ଓଡିଆ କାରିଗରଙ୍କ ଠାରୁ ରସଗୋଲାର ପ୍ରସ୍ତୁତି ପ୍ରକ୍ରିୟା ଶିଖି ବଙ୍ଗାଳୀମାନେ ଉଦଭାବନ କରିଛନ୍ତି କହିବା ପଶ୍ଚିମବଙ୍ଗ ଓ ଓଡିଆଙ୍କ ମଧ୍ୟରେ ବିବାଦ ତେଜିଛି । ଏ ସର୍ମ୍ପକରେ ଓଡିଶା ହାଇକୋର୍ଟରେ ଦାୟର କରାଯାଇଥିବା ମାମଲା ଏବେ ବିଚାରଧିନ ରହିଛି ।[/vc_column_text][/vc_column][/vc_row]


Share It

Comments are closed.